ପରକିୟା ପ୍ରୀତିର କରୁଣ ପରିଣତି: ସ୍ୱାମୀକୁ ପୋଡ଼ି ମାରିଦେବା ଅଭିଯୋଗରେ ମହିଳା ଓ ତାଙ୍କ ପ୍ରେମିକ ଗିରଫ

ପରକିୟା ପ୍ରୀତିର କରୁଣ ପରିଣତି: ସ୍ୱାମୀକୁ ପୋଡ଼ି ମାରିଦେବା ଅଭିଯୋଗରେ ମହିଳା ଓ ତାଙ୍କ ପ୍ରେମିକ ଗିରଫ

ପରକିୟା ପ୍ରୀତିର କରୁଣ ପରିଣତି: ସ୍ୱାମୀକୁ ପୋଡ଼ି ମାରିଦେବା ଅଭିଯୋଗରେ ମହିଳା ଓ ତାଙ୍କ ପ୍ରେମିକ ଗିରଫ

News by Smruti Ranjan Tripathy (Choudwar)

#ଚୌଦ୍ୱାର(ଏନ୍‌.ଏମ୍‌.): ପ୍ରେମ ଅନ୍ଧ । ଅତୀତ ଭବିଷ୍ୟତକୁ ମଧ୍ୟ ଦେଖେନାହିଁ । ଏପରିକି ଜଣେ ବିବାହିତା ମହିଳା ପରକିୟା ପ୍ରୀତି ଯୋଗୁଁ ଅଗ୍ନିକୁ ସାକ୍ଷୀରଖି ଇହକାଳ ଓ ପରକାଳର ଦେବତା ଭାବେ ଗ୍ରହଣ କରିଥିବା ସ୍ୱାମୀକୁ ମଧ୍ୟ ପୋଡ଼ି ମାରିଦେବାକୁ ପଛାଏ ନାହିଁ । ଏଭଳି ଏକ ଅଭାବନୀୟ ଘଟଣାର ପର୍ଦ୍ଦାଫାସ କରିଛି ଚୌଦ୍ୱାର ଥାନା ପୁଲିସ। ଏ ନେଇ ଚୌଦ୍ୱାର ଥାନାରେ ହୋଇଥିବା ରିପୋର୍ଟ ଆଧାରରେ ପୁଲିସ ତଦନ୍ତ କରିବା ସମୟରେ ଆଳୁ ଖୋଳୁ ଖୋଳୁ ମହାଦେବ ଭଳି ଚକିତ କରିବା ଭଳି ତଥ୍ୟ ମିଳିଥିଲା ପୁଲିସକୁ । ଏପରିକି ସ୍ୱାମୀକୁ ଘରୁ ଡାକି ନେଇ କେହି ମାରିଦେଇଥିବା ଅଭିଯୋଗର ତଥ୍ୟ ଖୋଜୁ ଖୋଜୁ ପୁଲିସ ଜାଣିବାକୁ ପାଇଥିଲା ଯେ ଅଭିଯୋଗ କାରିଣୀ ହିଁ ଏହି ହତ୍ୟାକାଣ୍ଡର ମୂଖ୍ୟ ନାୟିକା । ସୂଚନା ଅନୁଯାୟୀ ମୃତ ନିଶ୍ଚଳ ରଞ୍ଜନ ମହାପାତ୍ର ୧ତାରିଖ ଦିନ ବିଳମ୍ବିତ ରାତିରେ ଚୌଦ୍ୱାର ଅଞ୍ଚଳର ବଧିପଡ଼ିଆ ନିକଟରେ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ପଡ଼ି ଛଟପଟ ହେଉଥିବା ବେଳେ କିଛି ଲୋକ ଦେଖି ଚୌଦ୍ୱାର ଥାନାକୁ ଖବର ଦେଇଥିଲେ । ତେବେ ଚୌଦ୍ୱାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଥିବା ନିଶ୍ଚଳ ରଞ୍ଜନଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ କଟକ ବଡ଼ମେଡ଼ିକାଲ (ଏସସିବି)କୁ ପଠାଇଥିଲେ । ଏ ନେଇ ଚୌଦ୍ୱାର ପୁଲିସ ନିଶ୍ଚଳରଞ୍ଜନଙ୍କ ଠାରୁ ଘର ଠିକଣା କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତଗତ ନୋଦା ଡିମିରୀ ବୋଲି ଜାଣିବା ପରେ ସେଠାକାର ଥାନାକୁ ଖବର ଦେଇଥିଲେ । ପରିବାର ଲୋକେ ପରଦିନ ସକାଳେ ଏସସିବିରେ ପହଞ୍ଚିବା ବେଳକୁ ନିଶ୍ଚଳ ରଞ୍ଜନଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ତେବେ ଡିସେମ୍ବର ୬ତାରିଖରେ ପତ୍ନୀ ସୁହାସିନୀ ମହାପାତ୍ର (୩୬) ଚୌଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ, ତାଙ୍କ ସ୍ୱାମୀଙ୍କ କେହି ଅଜଣା ବ୍ୟକ୍ତି ସାଙ୍ଗରେ ନେଇ ଆସିଥିଲା ଏବଂ ସେହିଦିନ ରାତିରେ ସେ ପୋଡ଼ି ହୋଇଯାଇଥିବା ବେଳେ ଖବର ପାଇ ପରଦିନ ଏସସିବିରେ ଦେଖିବା ବେଳକୁ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଛି । ତେବେ ଏ ନେଇ ସ୍ଥାନୀୟ ମଙ୍ଗଳାବାଗ ଥାନାରେ ୨୪୪୯ତା ୨.୧୨.୨୦୨୩ ନମ୍ବରରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଥିଲା । ତେବେ ଏ ନେଇ ଚୌଦ୍ୱାର ଥାନାରେ କେଶ ନମ୍ବର ୬୩୧/୨.୧୨.୨୩ ଭାରତୀୟ ପିଙ୍ଗଳ କୋର୍ଡ଼ ୩୦୨ ଦଫାରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ତେବେ ପୁଲିସ ଡିମିରିରୁ ଚୌଦ୍ୱାରକୁ କିଏ ଓ କାହିଁକି ନେଇ ଆସିଥିଲା, ଏଠାରେ ସେ କେମିତି ଜଳିଗଲେ ତାହା ନେଇ ବିଭିନ୍ନ ଦିଗରୁ ତଦନ୍ତ କରିବା ସମୟରେ ପତ୍ନୀ ସୁହାସିନୀଙ୍କ ଭୂମିକା ସନ୍ଦେହ ଘେରକୁ ଆସିଥିଲା । ପୁଲିସ ଏ ନେଇ ଅଧିକ ତଦନ୍ତ କରିବା ପରେ ସୁହାସିନୀଙ୍କ ସହିତ ଚୌଦ୍ୱାର କପାଳେଶ୍ୱର ଚୁଡ଼ଙ୍ଗ ସାହିର ପୂର୍ଣ୍ଣଚନ୍ଦ୍ର ମହାରଣା(୩୯)ଙ୍କ ସହ ଅନୈତିକ ସମ୍ପର୍କ ଥିବା ଜଣାପଡ଼ିଥିଲା । ତେଣୁ ଉଭୟଙ୍କ ପ୍ରେମ ଦୁନିଆରେ ନିଶ୍ଚଳରଞ୍ଜନ କଣ୍ଟା ସାଜିଥିବାରୁ ଏହାକୁ ରାସ୍ତାରୁ ହଟାଇଦେବା ପାଇଁ ଉଭୟେ ଯୋଜନା କରିବା ଏବଂ ପୂର୍ଣ୍ଣ ହିଁ ତାଙ୍କୁ ନିଜ ନାଲି ରଙ୍ଗର ସ୍କୁଟିରେ ଚୌଦ୍ୱାରକୁ ନେଇ ଆସିବା ସହ ତାଙ୍କୁ ପ୍ରଚୁର ମଦ୍ୟପାନ କରାଇଥିଲେ । ନିଶ୍ଚଳରଞ୍ଜନକୁ ନିଶା ହୋଇଯିବା ପରେ ପୂର୍ଣ୍ଣ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଫଳରେ ନିଶ୍ଚଳରଞ୍ଜନ ପୋଡ଼ି ଯାଇ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଛଟପଟ ହେଉଥିଲେ । ଏପରିକି ତାଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡ଼ିଯାଇଥିଲା । ତେବେ ଏହି ଘଟଣା ଜାଣିବା ପରେ ପୁଲିସ ପୂର୍ବ ମାମଲାର ଦଫା ପରିବର୍ତ୍ତନ କରି ୩୦୨/୨୦୧/୧୨୦-ବି ଦଫା ଲଗାଇ ମାମଲା କରାଯିବା ସହ ସୁହାସିନୀ ଓ ପୂର୍ଣ୍ଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ