ଆରଟିଓ ଅଫିସ୍‌ରେ ଚାଲିଛି ଦଲାଲ ରାଜ : ଅଚାନକ ଚଢ଼ାଉ ୪ଗିରଫ

ଆରଟିଓ ଅଫିସ୍‌ରେ ଚାଲିଛି ଦଲାଲ ରାଜ : ଅଚାନକ ଚଢ଼ାଉ ୪ଗିରଫ

ଆରଟିଓ ଅଫିସ୍‌ରେ ଚାଲିଛି ଦଲାଲ ରାଜ : ଅଚାନକ ଚଢ଼ାଉ ୪ଗିରଫ


#ଛତ୍ରପୁର(ଏନ୍‌.ଏମ୍‌.): ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରୁ ପୁଲିସ ୪ ଜଣ ଦଲାଲଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ଡିଏଲ୍‌, ଆର୍ସି ବୁକ୍ ପ୍ରମୁଖ ଜବତ କରିଛି । ଗଞ୍ଜାମ ଜିଲ୍ଲା ଛତ୍ରପୁର ଆଦର୍ଶ ଥାନା ଅଞ୍ଚଳରୁ ଏଭଳି ଖବର ଆସିଛି । ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ଛତ୍ରପୁର ଆଞ୍ଚଳିକ ପରିବହନ କାର୍ଯ୍ୟଳୟ(ଆରଟିଓ) କାର୍ଯ୍ୟାଳୟରେ ଦିନକୁ ଦିନ ଦଲାଲଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି । ଜନସାଧାରଣ ଆସିଲା କ୍ଷଣି, ସେମାନଙ୍କ କବଜାରେ ପଡ଼ି ଯାଉଛନ୍ତି । ଦଲାଲମାନେ ଲୋକଙ୍କୁ ସେବା ଯୋଗାଇ ଦେବା ନାଁରେ ଶୋଷଣ କରିବା ସହ ଲୋକେ ଏମାନଙ୍କ ଯୋଗୁଁ ନାନା ହଇରାଣ ହରକତ ହେଉଛନ୍ତି । ଏନେଇ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନାଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ଛତ୍ରପୁର ଆଦର୍ଶ ଥାନାଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଚଢ଼ାଉ କରିଥିଲେ । ସେହି ସମୟରେ ପୁଲିସ ୪ ଜଣ ଦଲାଲଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୨ଟି ଡିଏଲ,, ୦୭ଟି ଆରସି, ୮ଟି ଲର୍ଣ୍ଣିଂ ଲାଇସେନ୍ସ ସହ ଗାଡ଼ି ସଂକ୍ରାନ୍ତୀୟ ଆର୍ôଥକ ନେଣଦେଣ କାରବାର ନଥିପତ୍ର, ୪ଟି ମୋବାଇଲ ଓ ୪ଟି ବାଇକ୍ ଜବତ ହୋଇଛି । ଏ ସଂକ୍ରାନ୍ତରେ ଛତ୍ରପୁର ଥାନାରେ ୭୬୪/୨୦୨୩ ମାମଲା ରୁଜୁ କରିବା ସହ ଭାରତୀୟ ପିଙ୍ଗଳ କୋର୍ଡ଼ ୪୨୦, ୩୪ ଧାରାରେ ମକଦ୍ଦମା ରୁଜୁ ହୋଇଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ