୯ମ ଏଆଇଏଏମଏସ ଅଧ୍ୟକ୍ଷ ସମ୍ମିଳନୀ ପାଇଁ ଭୁବନେଶ୍ୱରରେ ଯୋଗଦେବେ ୧୮ଟି ରାଜ୍ୟରୁ ୧୫୦ ଜଣ ଶିକ୍ଷାବିତ୍

୯ମ ଏଆଇଏଏମଏସ ଅଧ୍ୟକ୍ଷ ସମ୍ମିଳନୀ ପାଇଁ ଭୁବନେଶ୍ୱରରେ ଯୋଗଦେବେ ୧୮ଟି ରାଜ୍ୟରୁ ୧୫୦ ଜଣ ଶିକ୍ଷାବିତ୍

୯ମ ଏଆଇଏଏମଏସ ଅଧ୍ୟକ୍ଷ ସମ୍ମିଳନୀ ପାଇଁ ଭୁବନେଶ୍ୱରରେ ଯୋଗଦେବେ ୧୮ଟି ରାଜ୍ୟରୁ ୧୫୦ ଜଣ ଶିକ୍ଷାବିତ୍


#କଟକ (ଏନ୍‌.ଏମ୍‌.): ଅଲ ଇଣ୍ଡିଆ ଆସୋସିଏସନ୍ ଅଫ୍ ମଣ୍ଟଫୋର୍ଟ ସ୍କୁଲସର ୯ମ ଏଆଇଏଏମଏସ ଅଧ୍ୟକ୍ଷ ସମ୍ମିଳନୀ (ପ୍ରିନ୍ସିପାଲସ କନଫରେନ୍ସ) ଆସନ୍ତା ୧୧ ରୁ ୧୩ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀରେ ଭାରତର ୧୮ଟି ରାଜ୍ୟରୁ ୧୫୦ ଜଣ ଶିକ୍ଷାବିତ୍ ଏକତ୍ରିତ ହେବେ। ଉଦଘାଟନୀ କାର୍ଯ୍ୟକ୍ରମ ଶୁକ୍ରବାର, ୧୧ ସେପ୍ଟେମ୍ବର ୨୦୨୬ରେ ଅନୁଷ୍ଠିତ ହେବ। ଲୋକସଭା ସାଂସଦ ତଥା ପୂର୍ବତନ ଆଇ.ଏ.ଏସ୍‌. ଅଫିସର ଅପରାଜିତା ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗ ଦେବେ। କଟକ-ଭୁବନେଶ୍ୱରର ଆର୍କ ବିଶପ୍ ମୋଷ୍ଟ ରେଭ. ଜନ୍ ବାରୱା, ଏସ.ଭି.ଡି ସମ୍ମାନିତ ଅତିଥି ଭାବେ ଯୋଗଦେବେ ଏବଂ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟର କୁଳପତି ଡ. ଫାଦର କେ. ଏସ୍‌. କାସିମିର, ମୁଖ୍ୟବକ୍ତା ଭାବେ ବକ୍ତବ୍ୟ ରଖିବେ। ରାଷ୍ଟ୍ରୀୟ ପରିଷଦର ଅଧ୍ୟକ୍ଷ ତଥା ୟେରକଡର ପ୍ରୋଭିନ୍ସିଆଲ ସୁପରିୟର ବ୍ରଦର ତୋମିନିକ ସାଭିଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଏଆଇଏଏମଏସର ସଭାପତି ତଥା ପୁନେର ପ୍ରୋଭିନ୍ସିଆଲ ସୁପରିୟର ବ୍ରଦର ସାଜନ୍ ଆଣ୍ଟୋନି ସ୍ୱାଗତ ଭାଷଣ ପ୍ରଦାନ କରିବେ।
ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ : “ମୂଳ ସହ ଯୋଡ଼ିହୋଇ ରହିବା, ସମଗ୍ର ଶିକ୍ଷାର ପୁନଃ କଳ୍ପନା, ପରିବର୍ତ୍ତିତ ସମୟର ସାମ୍ନା କରିବା” (ରୁଟେଡ଼ ରିଇମାଜିନ ରେସପଣ୍ଡ ମଣ୍ଟ ଫୋର୍ଟିଆନ ଆଦର୍ଶରେ ଆଧାରିତ, ସମଗ୍ର ଶିକ୍ଷାର ପୁନଃ କଳ୍ପନା ଏବଂ ପରିବର୍ତ୍ତିତ ସମୟର ଆହ୍ୱାନକୁ ଗ୍ରହଣ କରିବା। ଏହି ତିନିଦିନିଆ ଜାତୀୟ ସମ୍ମିଳନୀ ଶିକ୍ଷାକ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଆୟୋଜିତ ହେଉଛି। ଆଜିର ବିଦ୍ୟାଳୟଗୁଡ଼ିକ କୃତ୍ରିମ ବୁଦ୍ଧିମତା (ଏଆଇ)ର ଦ୍ରୁତ ଅଗ୍ରଗତି, ଛାତ୍ରଛାତ୍ରୀଙ୍କ ବଦଳୁଥିବା ଆକାଂକ୍ଷା ଓ ବ୍ୟବହାର, ମାନସିକ ସ୍ୱାସ୍ଥ୍ୟ ଓ କଲ୍ୟାଣ ସମ୍ବନ୍ଧୀୟ ଚିନ୍ତା, ଡିଜିଟାଲ୍ ସୁରକ୍ଷା, ପରିବେଶ ଗତ ଆହ୍ୱାନ ଏବଂ ବିଶ୍ୱବିଦ୍ୟାଳୟ ଓ କାର୍ଯ୍ୟକ୍ଷେତ୍ରରେ ବଦଳୁଥିବା ଆଶା ଆକାଂକ୍ଷା ମଧ୍ୟରେ ଗତି କରୁଛନ୍ତି। ଏହି ପରିପ୍ରେକ୍ଷୀରେ, ସମ୍ମିଳନୀଟି ଏକ ପ୍ରମୁଖ ପ୍ରଶ୍ନର ସମାଧାନ ଖୋଜିବ: ଏକ ଦ୍ରୁତ ପରିବର୍ତ୍ତନଶୀଳ ଭବିଷ୍ୟତ ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବା ସହିତ ବିଦ୍ୟାଳୟଗୁଡ଼ିକ କିପରି ଚିରନ୍ତନ ମାନବୀୟ ଓ ଶିକ୍ଷାଗତ ମୂଲ୍ୟବୋଧରେ ଦୃଢ଼ ଭାବରେ ସଂଯୁକ୍ତ ରହିପାରିବେ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି