କିଟ୍‌କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କର ୨୦୨୨: ରାଷ୍ଟ୍ରପତିଙ୍କ ଠାରୁ ଗ୍ରହଣକଲେ ଅନୁଷ୍ଠାନର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ

କିଟ୍‌କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କର ୨୦୨୨
ରାଷ୍ଟ୍ରପତିଙ୍କ ଠାରୁ ଗ୍ରହଣକଲେ ଅନୁଷ୍ଠାନର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (କିଟ୍‌) କୁ ବୁଧବାର ଦିନ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ୍ ପୁରସ୍କର ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଠାରୁ କିଟ୍ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ୨୦୨୨ କିଟ୍ ଓ କିସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ତେବେ କିଟ୍‌କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବାରୁ ଭାରତର ରାଷ୍ଟ୍ରପତି ତଥା ସରକାରଙ୍କୁ ଡକ୍ଟର ସାମନ୍ତ କୃତଜ୍ଞତା ଜଣାଇବା ସହ ସେ କହିଛନ୍ତି ଯେ ଆରମ୍ଭରୁ କ୍ରୀଡ଼ାର ବିକାଶ ଦିଗରେ କିଟ୍‌ର ନିରନ୍ତର ଧ୍ୟାନକୁ ସମ୍ମାନ ଜଣାଇ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଶିକ୍ଷା ସହିତ ଆମେ କ୍ରୀଡା ଏବଂ କ୍ରୀଡା ସମ୍ବନ୍ଧୀୟ ଭିତ୍ତିଭୂମିକୁ ମଜବୁତ କରିଛୁ । କ୍ରୀଡା ପ୍ରତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ସାହ ଏବଂ ସମର୍ଥନ ମଧ୍ୟ କିଟ୍‌କୁ ଓଡିଶାରେ କ୍ରୀଡାକୁ ପରବର୍ତ୍ତୀସ୍ତରକୁ ଆଣିବା ପାଇଁ ପ୍ରେରଣା ଦେଇଛି ବୋଲି ଡକ୍ଟର ସାମନ୍ତ ତାଙ୍କ ମନ୍ତବ୍ୟରେ କହିଛନ୍ତି । ସେ ପୁଣି କହିଛନ୍ତି ଯେ, ଏହି ମୁହୂର୍ତ୍ତ କିଟ୍ ପାଇଁ ଗର୍ବ ଏବଂ ଆନନ୍ଦର ବିଷୟ । ସେ କିଟ୍‌ର ସମସ୍ତ ଛାତ୍ର ଏବଂ କର୍ମଚାରୀଙ୍କୁ ମଧ୍ୟ ଏହି ପୁରସ୍କାର ଉତ୍ସର୍ଗ କରିଥିଲେ । ୨୦ ବର୍ଷରୁ ଅଧିକ ସମୟ ଧରି କ୍ରୀଡ଼ାର ପ୍ରୋତ୍ସାହନରେ କିଟ୍ ଆଗରେ ରହିଆସିଛି । ଏହାର ଅତ୍ୟାଧୁନିକ କ୍ରୀଡା ଭିତ୍ତିଭୂମି ତଥା ଅଲିମ୍ପିଆନମାନଙ୍କ ପାଇଁ ଏହା ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରତିଷ୍ଠା କରିଛି । ବର୍ଷ ବର୍ଷ ଧରି ଶହ ଶହ କ୍ରୀଡ଼ାବିତ୍‌ଙ୍କ ଶିକ୍ଷା ଏବଂ ତାଲିମ ପାଇଁ ବିଶ୍ୱବିଦ୍ୟାଳୟ ପ୍ରାୟୋଜିତ ହୋଇଛି । କିଟ୍ ଅଲିମ୍ପିଆନ୍‌ଙ୍କ ସମେତ ଅନେକ ଅଭିଜିତ ଆଥଲେଟ୍ ଉତ୍ପାଦନ କରିଛନ୍ତି ଯେପରିକି ଦ୍ୟୁଟି ଚାନ୍ଦ (ଅର୍ଜୁନ ପୁରସ୍କାର ପ୍ରାପ୍ତ), ଅଲିମ୍ପିଆନ୍ ଉଇ ଭବାନୀ ଦେବୀ (ଅର୍ଜୁନ ପୁରସ୍କାର ପ୍ରାପ୍ତ), ଅଲିମ୍ପିଆନ୍ ଶିବପାଲ ସିଂ, ଅଲିମ୍ପିଆନ୍ ଅମିତ ରୋହିଦାସ (ଅର୍ଜୁନ ପୁରସ୍କାର) ପ୍ରମୁଖ ରହିଛନ୍ତି । ସମଗ୍ର କିଟ୍ ପରିବାର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା ପୁରସ୍କାର ଉପସ୍ଥାପନାକୁ ସ୍ୱାଗତ କରାଯାଇଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *