ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମୁମ୍ୱାଇରେ ପହଞ୍ଚାଇଲେ ଓଡ଼ିଆ ପୁଅ କ୍ୟାପଟେନ କମଳକାନ୍ତ ଚୌଧୁରୀ

ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମୁମ୍ୱାଇରେ ପହଞ୍ଚାଇଲେ ଓଡ଼ିଆ ପୁଅ କ୍ୟାପଟେନ କମଳକାନ୍ତ ଚୌଧୁରୀ

News by Basanta Ratha

ମୁମ୍ବାଇ(ଏଜେନ୍ସି): ସାଧବ ସିଫି କମ୍ପାନୀର ପ୍ରତିଷ୍ଠା ଦିବସ ଓ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁମ୍ବାଇ ବନ୍ଦର ଭିତରେ ଥିବା ଡୋମେଷ୍ଟିକ କୃସ ଟର୍ମିନାଲ ଠାରେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ଉଦ୍‌ଜୀବିତ କରିବା ପାଇଁ ଏହାର ପ୍ରତୀକ ସ୍ୱରୂପ ବୋଇତ ବନ୍ଦାଣ ଉତ୍ସବ କରାଯାଇଥିଲା । କାର୍ଯ୍ୟକ୍ରମରେ ସାଧବ ଗ୍ରୁପ କମ୍ପାନୀର ପ୍ରତିଷ୍ଠାତା ସିଏମଡି କ୍ୟାପଟେନ କମଳକାନ୍ତ ଚୌଧୁରୀ ସାଧବ ପୁଅମାନଙ୍କୁ ପବିତ୍ର କଳସ ପ୍ରଦାନ କରି ପରମ୍ପରା ଅନୁଯାୟୀ ସୁସଜ୍ଜିତ ବୋଇତରେ ନୌବାଣିଜ୍ୟ ଯାତ୍ରାର ଶୁଭାରମ୍ଭ କରିଥିଲେ । ପରେ ବାଲାର୍ଡ ପିଅର ସ୍ଥିତ ଗ୍ରାଣ୍ଡ ହୋଟେଲ ଠାରେ ଆୟୋଜିତ ସଭାରେ ସମ୍ମାନିତ ଅତିଥି ଭାବେ ମୁମ୍ବାଇ ପୋର୍ଟ ଡେପୁଟି କଞ୍ଜରଭେଟର କ୍ୟାପଟେନ୍ ଭବତୋଷ ଚାନ୍ଦ, ମାଙ୍ଗଲୋର ପୋର୍ଟର ଡେପୁଟି କଞ୍ଜରଭେଟର ଏସ. ଆର. ପଟ୍ଟନାୟକ, ଜବାହରଲାଲ ନେହେରୁ ପୋର୍ଟର ଡେପୁଟି କଞ୍ଜରଭେଟର ବାଲାସାହେବ ପାୱାର ପ୍ରମୁଖ ଯୋଗଦେଇଥିଲେ । ସାଧବ ଗ୍ରୁପ୍ର କମ୍ପାନୀର ନିର୍ଦ୍ଦେଶକ ବେଦାନ୍ତ ଚୌଧୁରୀ ଅତିଥିଙ୍କୁ ସ୍ୱାଗତ କରିବା ସହ ସାଧବ ପ୍ରତିଷ୍ଠା ଦିବସ ସମ୍ପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରସନ୍ନ କୁମାର ମିଶ୍ର ବେଦ ପାଠ କରିଥିଲେ । ଏହି ଉତ୍ସବରେ ମୁମ୍ବାଇ ଓଡ଼ିଆ ଆସୋସିଏସନର ଚେୟାରମେନ ଡ. ବିପିନ୍ ବିହାରୀ ମିଶ୍ର, କମ୍ପାନୀର ନିର୍ଦ୍ଦେଶକ ତଥା ଶ୍ରଦ୍ଧା ଫାଉଣ୍ଡେସନର ଟ୍ରଷ୍ଟି ସାଧନା ଚୌଧୁରୀ, କ୍ୟାପଟେନ କରକରେ, କ୍ୟାପଟେନ ଓକ, କ୍ୟାପଟେନ ହରିଶ ପିଲାଇ, କ୍ୟାପଟେନ ସିନ୍ଦେଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଶେଷରେ ସାଧବ ଗ୍ରୁପ୍ କମ୍ପାନୀର ନିର୍ଦ୍ଦେଶକ ଦେବଦ୍ୟୁତି ଚୋଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ କମ୍ପାନୀର ଭାଇସ ପ୍ରେସିଡେଣ୍ଟ ସଞ୍ଜୟ ସୋଣ୍ଟେକ୍‌, କିରଣ ଚିଟନିସ, ଅର୍ଥ ପରାମର୍ଶଦାତା ଶ୍ୟାମସୁନ୍ଦର ବନିକ, ଅଶୋକ ଚୌଧୁରୀ, ନିଳକଣ୍ଠ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *