ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ବାସୁଦେବପୁର ଗସ୍ତ

ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ବାସୁଦେବପୁର ଗସ୍ତ

News by Ananda Prasad Rout(Bhadrak)

ବାସୁଦେବପୁର(ଏନ୍‌.ଏମ୍‌.): ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଦିନିକିଆ ଭଦ୍ରକ ଜିଲ୍ଲା ବାସୁଦେବପୁର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ପ୍ରଥମେ ମନ୍ତ୍ରୀ ସ୍ଥାନୀୟ ତାୱନ ହଲ୍ ପରିସରରେ କାବ୍ୟ ସମଗ୍ର ଲୋକାର୍ପଣ ଉତ୍ସବରେ ଯୋଗ ଦେଇ ସ୍ଥାନୀୟ ଚାରି ବାଟିଆକୁ ଯାଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମୃତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ସାଧାରଣ ସଭାରେ ଯୋଗ ଦେଇଥିଲେ । ଗାନ୍ଧୀ ସ୍ମୃତି କମିଟି ପକ୍ଷରୁ କରାଯାଇଥିବା ସମସ୍ତ ଦାବି ଉପରେ ନିଷ୍ପତି ଗ୍ରହଣ କରାଯିବ ବୋଲି ତାଙ୍କର ବକ୍ତବ୍ୟରେ ମନ୍ତ୍ରୀ ଶ୍ରୀଯୁକ୍ତ ପାତ୍ର ପ୍ରକାଶ କରିଛନ୍ତି । ଚାରିବାଟିଆରୁ ମନ୍ତ୍ରୀ ସିଧାସଳଖ ରକ୍ତତୀର୍ଥ ଇରମକୁ ଯାଇ ସହିଦ ସ୍ମୃତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ତାଙ୍କ ସହ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ବିଧାୟକଙ୍କ ପ୍ରତିନିଧି ଅସିତ୍ କୁମାର ଦାସ, ସାଂସଦଙ୍କ ପ୍ରତିନିଧି ସୁରେଶ ଚନ୍ଦ୍ର ମହାନ୍ତି, ପୌର ଅଧ୍ୟକ୍ଷା ନିବେଦିତା ବେହେରା, ବିଜେଡ଼ି ବ୍ଲକ୍ ସଭାପତି ଦିନବନ୍ଧୁ ଦାସ, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ପ୍ରମୁଖ ଯୋଗ ଦେଇ ନିଜନିଜର ମତ ରଖିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *