ଭିଜିଲାନ୍ସ ୬୦ ଦିନ ଭିତରେ ଦାଖଲ କରିପାରିଲାନି ଚାର୍ଜସିଟ: ତ୍ରିନାଥ ମିଶ୍ରଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଭିଜିଲାନ୍ସ ୬୦ ଦିନ ଭିତରେ ଦାଖଲ କରିପାରିଲାନି ଚାର୍ଜସିଟ: ତ୍ରିନାଥ ମିଶ୍ରଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ


କଟକ(ଏନ୍‌.ଏମ୍‌.): ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ କମିଶନ୍‌ରେଟ ପୁଲିସର ଅତିରିକ୍ତ ଏସ୍‌ପି ପଦରୁ ବାଧ୍ୟତାମୂଳକ ଅବସରପାଇଥିବା ତ୍ରିନାଥ ମିଶ୍ରଙ୍କୁ ଆଜି କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ୬୦ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ ହୋଇନପାରିବାରୁ ତାଙ୍କୁ ଏହି ଜାମିନ ମିଳିଛି । ପ୍ରମାଣ ନଷ୍ଟ ନକରିବା କିମ୍ବା ସାକ୍ଷୀଙ୍କୁ ପ୍ରଭାବିତ ନକରିବା ଆଦି ସର୍ତ୍ତରେ ଏହି ଜାମିନ୍ ମିଳିଛିି । ତେବେ ଶ୍ରୀ ମିଶ୍ର ଆୟବହିର୍ଭୂତ ସମ୍ପତ୍ତି ଠାବ ଅଭିଯୋଗରେ ଗତ ଫେବୃଆରୀ ୧୬ ତାରିଖରେ ତ୍ରିନାଥ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଏବେ ଜେଲରେ ରହିଛନ୍ତି । ଜେଲ୍‌କୁ ଯିବାପରେ ରାଜ୍ୟ ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ । ସୂଚନାଯୋଗ୍ୟ ତାଙ୍କ ଆୟଠାରୁ ୫୦୦ ପ୍ରତିଶତ ଅଧିକ ଆୟ ବର୍ହିର୍ଭୁତ ସମ୍ପତ୍ତିି ଜବତ କରିଥିଲା ଭିଜିଲାନ୍ସ । ତ୍ରିନାଥଙ୍କର ଭୁବନେଶ୍ୱର ରସୁଲଗଡ ସ୍ଥିତ ମନୋରମା ଇଷ୍ଟେଟ୍‌, ନବରଙ୍ଗପୁର ଡାବୁଗାଁସ୍ଥିତ ପୈତୃକ ଘର, ଯାଜପୁର ବଡଚଣାସ୍ଥିତ ଶ୍ୱଶୁର ଘର, ଯାଜପୁର ବଡଚଣାସ୍ଥିତ ଶାନ୍ତିଲତା ଫାର୍ମ ହାଉସ, ଧାନମଣ୍ଡଳସ୍ଥିତ ଶାନ୍ତିଲତା କେୟାର୍ ଆଣ୍ଡ ନର୍ସିଂ ହୋମ୍ ସହ ମେଡିସିନ୍ ଦୋକାନ, ଚଣ୍ଡିଖୋଲସ୍ଥିତ ଶାନ୍ତିଲତା ଟ୍ରାନ୍ସପୋର୍ଟ, ଧାନମଣ୍ଡଳରେ ଶାନ୍ତିଲତା ଟ୍ରାନ୍ସପୋର୍ଟ ନାମକ ଅନ୍ୟ ଏକ ଟ୍ରାନ୍ସପୋର୍ଟ ସଂସ୍ଥା, ଜଗତସିଂହପୁର ବିରିଡିରେ ଥିବା ଡ୍ରାଇଭରଙ୍କ ଘର, କଟକ ମହାନଦୀ ବିହାରରେ ଦୁଇପୁଅ ତୁଷାର ଓ ତରୁଣ ନାଁରେ ଔଷଧ ଶିଳ୍ପ, କଟକ ତୁଳସୀପୁରସ୍ଥିତ ଅଫିସ, କଟକ ମଧୁପାଟଣା ପୁଲିସ କ୍ୟାମ୍ପସରେ ଥିବା ସରକାରୀ କ୍ୱାର୍ଟରରେ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *