ନକ୍ସଲ ଗୁଳିରେ ସହିଦ ହୋଇଗଲେ ଓଡ଼ିଆ ସିଆରପିଏଫ ଯବାନ, ୨ ମାସ ତଳେ କରିଥିଲେ ବିବାହ
ନକ୍ସଲ ଗୁଳିରେ ସହିଦ ହୋଇଗଲେ ଓଡ଼ିଆ ସିଆରପିଏଫ ଯବାନ, ୨ ମାସ ତଳେ କରିଥିଲେ ବିବାହ କେନ୍ଦୁଝର(ଏନ୍.ଏମ୍.): ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ହୁସିପିରେ ନକ୍ସଲଙ୍କ ଆକ୍ରମଣରେ ଜଣେ ଓଡ଼ିଆ ସିଆରପିଏଫ ଯବାନ ସହିଦ ହୋଇଯାଇଛନ୍ତି । ତାଙ୍କ ନାଁ ସୁଶାନ୍ତ କୁମାର ଖୁଣ୍ଟିଆ ଏବଂ ତାଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ । ଆଜି ଦିନ ପ୍ରାୟ ୧୧ଟାରୁ ସାଢ଼େ ୧୧ ମଧ୍ୟରେ ଏହି ଅଘଟଣ ଘଟିଛି ।…




















