ସାରା ରାଜ୍ୟରେ ପିଇଓ ମାନଙ୍କ ଆନ୍ଦୋଳନ: କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କଲା ରସୁଲପୁର ପି.ଇ.ଓ. ସଂଘ

ସାରା ରାଜ୍ୟରେ ପିଇଓ ମାନଙ୍କ ଆନ୍ଦୋଳନ: କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କଲା ରସୁଲପୁର ପି.ଇ.ଓ. ସଂଘ


ଯାଜପୁର(ଏନ୍‌.ଏମ୍‌.): ନିଖିଳ ଉତ୍କଳ ଗ୍ରାମ ପଞ୍ଚାୟତସ୍ତରୀୟ ସଂଘର ଆନ୍ଦୋଳନ ଡାକରାରେ ସାମିଲ ହୋଇଛି ରସୁଲପୁର ପିଇଓ ସଂଘ । ସଂଘର କର୍ମକର୍ତ୍ତା ମାନେ ରସୁଲପୁର ବ୍ଲକ ପିଇଓ ସଂଘର ସଭାପତି ସୁଧିରୀ କୁମାର ମହାନ୍ତିଙ୍କ ନେତୃତ୍ୱରେ କଳା ବ୍ୟାଚ୍ ପିନ୍ଧି ପ୍ରତିବାଦ କରିଛନ୍ତି । ସେମାନଙ୍କ କହିବା ମୁତାବକ ଜନ୍ମ ଠାରୁ ମୃତ୍ୟୁ ପ୍ରର୍ଯ୍ୟନ୍ତ ଗ୍ରାମପଞ୍ଚାୟତରେ ଅନୁଷ୍ଠିତ ସମସ୍ତ କାର୍ଯ୍ୟରେ ସେମାନେ କାର୍ଯ୍ୟ କରିଆସୁଛନ୍ତି କିନ୍ତୁ ସରକାର ସେମାନଙ୍କ ପ୍ରତି ଚରମ ଅବହେଳା କରିଛନ୍ତି । ଏପରକି ପଞ୍ଚାୟତରେ ଭତ୍ତା ବଣ୍ଟନ, ରାସ୍ତାଘାଟ ନିର୍ମାଣ, ହରିଶ୍ଚନ୍ଦ୍ର ସାହାଯ୍ୟ ରାଶି ପ୍ରଦାନ, ଏସ.ଏସ.ଜି ମହିଳାଙ୍କ ପାଇଁ ବିକାଶ ମୂଳକ କାର୍ଯ୍ୟ, ପଞ୍ଚାୟତର ଆୟବ୍ୟାୟ ହିସାବ ରଖିବା, ମନେରେଗା ଯୋଜନାକୁ କାର୍ଯ୍ୟକାରୀ କରିବା, କେନ୍ଦ୍ରୀୟ ଅର୍ଥ କମିଶନର ଅର୍ଥରାଶି ଏବଂ ରାଜ୍ୟ ଅର୍ଥ କମିଶନର ଅର୍ଥରାଶିର ସୁପରିଚାଳନା କରିବା, ବିଭିନ୍ନ ବିଦ୍ୟାଳୟମାନଙ୍କର ଉନ୍ନତି କରିବା, ଗ୍ରାମସଭା ଏବଂ ପଲ୍ଲୀସଭା କରାଇବା, ପଞ୍ଚାୟତରେ କ୍ରୀଡାର ବିକାଶ କରାଇବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଚୟନ କରିବା, ପାନୀୟ ଜଳ ଯୋଗାଇବା ଆଦି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟରେ ସର୍ବଦା ଲିପ୍ତ ରହୁଛନ୍ତି । ମାତ୍ର ସରକାରଙ୍କ ପାଖରେ ସେମାନଙ୍କୁ ଶିକ୍ଷାଗତ ଯୋଗ୍ୟାତ ପରିବର୍ତ୍ତନ କରିବା, ପେ’ ସ୍କେଲ ୫ରୁ ୯କୁ ବୃଦ୍ଧି କରିବା, ସେମାନଙ୍କୁ ଶତ ପ୍ରତିଶତ ପ୍ରମୋଶନ କରିବା, ସରକାରୀ ନିୟମ ମୁତାବକ କ୍ୟାଡରରେ ଅନ୍ତର୍ଭୁକ୍ତ କରିବା ପାଇଁ ବହୁଦିନ ଧରି ଦାବି କରାଯାଇଥିଲେ ସୁଧା ତାହା ଏ ପର୍ଯ୍ୟନ୍ତ ପୂରଣ କରାଯାଇନାହିଁ । ପୂର୍ବରୁ ସରକାର ଏହାକୁ ପୂରଣ କରିବାର ପ୍ରତିଶ୍ରୁତି ଦେଇ ସଂଘର ଆନ୍ଦୋଳନକୁ ବନ୍ଦ କରାଇ ଦେଇଥିଲେ । ଏହାକୁ ପୂରଣ ନକରିଥିବାରୁ ବାଧ୍ୟ ହୋଇ ପୁଣି ଥରେ ସଂଘ ଆନ୍ଦୋଳନକୁ ଓଲ୍ଲାଇଛି । ତେବେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଚ୍ ପିନ୍ଧି ପ୍ରତିବାଦ କରିବା ସହିତ ୧୮ତାରିଖରେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯଦିଓ ସରକାର ସଂଘର ରାଜ୍ୟସ୍ତରୀୟ ନେତୃତମାନଙ୍କ ସହିତ ଅଲୋଚନା କରିଛନ୍ତି ତାହା ଉପରେ ପୁଣି ଅଧିକ ଆଲୋଚନା ହେବ ବୋଲି କୁହାଯାଇଛି । ଯଦି ସରକାର ଦାବି ଗୁଡିକ ନଶୁଣନ୍ତି ତେବେ ଆନ୍ଦୋଳନ ତ୍ରୀବ ହେବ ବୋଲି ରାଜ୍ୟ ସଂଘ ପକ୍ଷରୁ ପ୍ରକାଶ କରାଯାଇଛି । ଏହି ପ୍ରତିବାଦରେ ସମ୍ପାଦକ ଅକ୍ଷୟ କୁମାର ସାମଲ, କୋଷାଧ୍ୟକ୍ଷ ସସ୍ମିତା ମଲିକ, ପ୍ରଫୁଲ୍ଲ କୁମାର ନାଥ, ନିକୁଞ୍ଜ ବିହାରୀ ରାଉତ, ନିରଞ୍ଜନ ବଳ, ରମେଶ ଚନ୍ଦ୍ର ରଣା, ସତ୍ୟଜିତ୍ ରାଉତ, ପ୍ରଫୁଲ୍ଲ କୁମାର ଜେନା, ଅଭିମନ୍ୟୁ ବିଶ୍ୱାଳ, ଭଦ୍ରଶୀଳା ଦେଓ, ଦେବପ୍ରସାଦ ଧଳ, ସନ୍ତୋଷ କୁମାର ମିଶ୍ର, ଶତ୍ରୁଘ୍ନ ଜେନା, ଅନିଲ କୁମାର ଅଙ୍ଗରାଇ, ତିଳୋତମା ସାହୁ, ମାନସ କୁମାର ରାଉତ ପ୍ରମୁଖ ସାମିଲ ହୋଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *