ଆସିଷ୍ଟାଣ୍ଟ ଡିଭିଜିନାଲ ରେଳବାଇ ଯନ୍ତ୍ରୀଙ୍କୁ ବିଧାୟକ ମୋକିମ ଦେଲେ ସ୍ମାରକପତ୍ର

ଆସିଷ୍ଟାଣ୍ଟ ଡିଭିଜିନାଲ ରେଳବାଇ ଯନ୍ତ୍ରୀଙ୍କୁ ବିଧାୟକ ମୋକିମ ଦେଲେ ସ୍ମାରକପତ୍ର

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ବାରବାଟୀ-କଟକ ବିଧାୟକ ଇଂ.ମହମ୍ମଦ ମୋକିମ ଏକ ପ୍ରତିନିଧି ମଣ୍ଡଳୀଙ୍କ ସହ ଆସିଷ୍ଟାଣ୍ଟ ଡିଭିଜିନାଲ ରେଳବାଇ ଯନ୍ତ୍ରୀ-୧ଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ଶିଖରପୁର, ଯୋବ୍ରା, ଷ୍ଟେସନ ବଜାର ଓ କଲେଜ ଛକ ଅଞ୍ଚଳର ବିଭିନ୍ନ ସମସ୍ୟା ଏବଂ ଜନହିତକର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । ବିଶେଷ କରି ଶିଖରପୁର ରେଳବାଇ ଗଳା ପୋଲରେ ସାମାନ୍ୟ ବର୍ଷାରେ ଜଳମଗ୍ନ ହେବା ଏବଂ ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ଦୀର୍ଘ ଦିନ ଧରି ଗଳା ପୋଲରେ ପାଣି ରହିବା ହେତୁ ରେଳବାଇ ସେଟେଲମେଣ୍ଟ ବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଅଧ୍ୟୟନରତ ଛାତ୍ରଛାତ୍ରୀ ବିପଦସଙ୍କୁଳ ଭାବେ ରେଳ ଧାରଣା ପାର ହୋଇଯାଉଛନ୍ତି । ଶିଖରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରୁ ଯୋବ୍ରା ସମ୍ପକୁ ଯାଇଥିବା ନାଳ ରେଳବାଇ ଜାଗାରେ ହୋଇଥିବାରୁ ସିଏମସି କୌଣସି ହସ୍ତକ୍ଷେପ କରୁନାହାନ୍ତି । ଉକ୍ତ ନାଳ ସ୍ଥାୟୀ ଭାବେ ନହୋଇ ବାଉଁଶ ତାଟି ଦ୍ୱାରା ହୋଇଥିବାବେଳେ ଜଳ ନିଷ୍କାସନ ଠିକ୍ ଭାବେ ହୋଇ ପାରୁନାହିଁ । ଏହା ଦ୍ୱାରା ଶିଖରପୁର ଉପର ସାହି, କୋରପୋଖରୀ, ସୁଷମା ଭବନ ଏବଂ ରେଳବାଇ ଗୁଡସେଡ ଅଞ୍ଚଳ ବହୁଳ ଭାବେ ପ୍ରଭାବିତ ହେଉଥିବା ବିଧାୟକ ମୋକିମ ଆଜି ଆସିଷ୍ଟାଣ୍ଟ ଡିଭିଜିନାଲ ରେଳବାଇ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ରେଳବାଇ ଉପ ବିଭାଗୀୟ ଯନ୍ତ୍ରୀ ସମସ୍ତ ଦାବି ଗୁଡିକୁ ଜନହିତରେ ଦୃଷ୍ଟି ରଖି ଯଥା ଶୀଘ୍ର ସମାଧାନ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କର୍ପୋରେଟର ସନ୍ତୋଷ ଭୋଳ, ବଟକୃଷ୍ଣ ସାହୁ, ଶୁଭାଶିଷ ପଟ୍ଟନାୟକ, ସ୍ୱର୍ଣ୍ଣପ୍ରଭା ପଶାୟାତ, ଲିଜାରାଣୀ ରାଉତ, ଶିଖରପୁର ଉପରସାହି ଅଧିକାରୀ ଗଣେଶ ଚନ୍ଦ୍ର ରାଉତ, ବରିଷ୍ଠ କଂଗ୍ରେସ ନେତା ଅଶ୍ୱିନୀ ମହାରଣା, ପ୍ରତାପ ଚନ୍ଦ୍ର ପରିଡା, ଅଜୟ ଗୋଚ୍ଛାୟତ, ନିକୁଞ୍ଜ ପଶାୟାତ, ବିଶ୍ୱଜିତ୍ ଦାସ, ଦିଲ୍ଲୀପ ଦଳାଇ, ଅନନ୍ତ ସାମଲ, ରଶ୍ମିକାନ୍ତ ସାମଲ, ସ୍ମୃତିରଞ୍ଜନ ରାଉତ, ସୁକାନ୍ତ ସାହାଣୀ, ସୁନୀଲ ପଣ୍ଡା, ସୌମେନ୍ଦ୍ର ମହାନ୍ତି, ଦିଲ୍ଲୀପ କୁମାର ନାୟକ, ଅଜୟ ରାଉତ, ବିଭୂତି ସ୍ୱାଇଁ, ଶିବଶଙ୍କର ଜେନା, ଗୋକୁଳ ସିହ୍ନା, ଜଗନ ସାହୁ, ଶରତ ଚନ୍ଦ୍ର ସେଠୀ, ଅଙ୍କିତ ଗୋଚ୍ଛାୟତ, ଅତିଶ ଗୋଚ୍ଛାୟତ ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *