ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ମୋ ଗାଁ ମୋ ସମ୍ମାନ ଅଭିଯାନରେ ଜଳବିଶୋଧନ କାର୍ଯ୍ୟକ୍ରମ

ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ମୋ ଗାଁ ମୋ ସମ୍ମାନ ଅଭିଯାନରେ ଜଳବିଶୋଧନ କାର୍ଯ୍ୟକ୍ରମ


ଢେଙ୍କାନାଳ(ଏନ୍‌.ଏମ୍‌.): ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର ସ୍ୱେଚ୍ଛାସେବୀ ସଂଗଠନ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ “ଜନ ମଙ୍ଗଳ’ ରାସୋଳ ଆନୁକୂଲ୍ୟରେ “ମୋ ଗାଁ ମୋ ସମ୍ମାନ’ ଅଭିଯାନର ଶୁଭାରମ୍ଭ ଅବସରରେ ୩ ଦିନ ଧରି ରାସୋଳ ଓ ମାଧପୁର ଗ୍ରାମ ପଞ୍ଚାୟତର ୫୨ଟି ସର୍ବସାଧାରଣ କୂପରେ ବ୍ଲିଚିଂ ପାଉଡର ପକାଇ ଜଳବିଶୋଧନ କରିବା ସହିତ ଜନସାଧାରଣଙ୍କୁ ସ୍ୱଚ୍ଛ ପାନୀୟ ଜଳର ବ୍ୟବହାର ସମ୍ପର୍କୀତ “ଜିଲ୍ଲା ସ୍ୱାସ୍ଥ୍ୟ ସମିତି’ ପକ୍ଷରୁ ପ୍ରଦାନ କରା ଯାଇଥିବା ପ୍ରଚାର ପତ୍ର ଏବଂ ସଂଗଠନ ତରଫରୁ “ବୃକ୍ଷରୋପଣ’ର ସଚେତନତା ପତ୍ର ବଣ୍ଟନ କରାଯାଇଛି । ସଂଗଠନର ଉପଦେଷ୍ଟା ତଥା ରାସୋଳ ଗ୍ରାମ ପଞ୍ଚାୟତର ସରପଞ୍ଚ ଦିବାକର ନାଏକ, ପ୍ରତିଷ୍ଠାତା ବିଭୁ ପ୍ରସାଦ ଶତପଥୀ, ସହ ସମ୍ପାଦିକା ପ୍ରଭାସିନୀ ସାହୁ, ସହ ସଂଯୋଜକ ଚନ୍ଦନ ସାହୁ, ସେବକ ନିରାକାର ବୈଦ୍ୟ, ସଞ୍ଜିବ୍ ମହାପାତ୍ର, ସୁଦାମ ସେଠୀ, ସରୋଜ ସାହୁ ଭାଇ, ସେବିକା ମମତା ବେହେରା, ଅମିତା ବେହେରା, ମମତା ସାହୁ ପ୍ରମୁଖଙ୍କ ସହଯୋଗରେ ସେବା କାର୍ଯ୍ୟ ସଫଳତାର ସହିତ ସମ୍ପାଦିତ ହୋଇଛି । ଏହି ଅଭିଯାନର କୌଣସି ସମୟ ସୀମା ନଥିବାବେଳେ ଏହି ଅଭିଯାନ ମାଧ୍ୟମରେ ପ୍ରତିବର୍ଷ ଗ୍ରାମରେ ସଂଗଠନର ସାଧ୍ୟମତେ ବହୁମୂଖୀ ସେବା ପ୍ରଦାନ କରାଯିବାର ସଂଗଠନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।ଏତାଦୃଶ କାର୍ଯ୍ୟକୁ ଜନସାଧାରଣ ପ୍ରଶଂସା କରିବା ସହିତ ସଂଗଠନର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି । ପ୍ରକାଶ ଥାଉକି ଗତ ବର୍ଷ ଏହି ଅଭିଯାନ ମାଧ୍ୟମରେ ରାସୋଳ ଓ କୁନୁଆଁ ପଞ୍ଚାୟତର ପ୍ରାୟ ୭୦ଟି ସର୍ବସାଧାରଣ କୂପରେ ଜଳ ବିଶୋଧନ କରାଯାଇଥିଲା । ତେବେ ଅନୁଷ୍ଠାନର ଏଭଳି ଜନହିତକର କାର୍ଯ୍ୟକୁ ଅଞ୍ଚଳର ମୁରବୀ, ବୁଦ୍ଧିଜୀବୀ ତଥା ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଭୂୟସୀ ପ୍ରସଂଶା କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *