ଦେବଗଡ଼ରେ ୬୩ ତମ ଓଡିଶା ପୁଲିସ ସହିଦ ଦିବସ

ଦେବଗଡ଼ରେ ୬୩ ତମ ଓଡିଶା ପୁଲିସ ସହିଦ ଦିବସ

News by A. Nanda (Deogarh)

#ଦେବଗଡ଼(ଏନ୍‌.ଏମ୍‌.): ଦେବଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ୬୩ତମ ଓଡ଼ିଶା ପୁଲିସ ସହିଦ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ପୁଲିସ ରିଜର୍ଭ ପଡିଆ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏସପି ପ୍ରମୋଦ କୁମାର ରଥ ମୁଖ୍ୟଅତିଥି ଭାବେ ଯୋଗଦେଇ ସହିଦ ସ୍ମୃତି ପ୍ୟାରେଡର ଅଭିବାଦନ ଗ୍ରହଣ କରିବା ସହ ସହିଦ ହୋଇଥିବା ଦେଶର ୨୬୪ ଓ ରାଜ୍ୟର ୩ ଜଣ ସହିଦ ଯବାନଙ୍କ ଅମ୍ଲାନ ଆତ୍ମାର ସ୍ମୃତିଚାରଣ କରିଥିଲେ । ଏଥିସହ ମହାମହିମ ରାଜ୍ୟପାଳ, ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ପୁଲିସ ମହାନିର୍ଦ୍ଦେଶକଙ୍କ ସମେତ ବିଭିନ୍ନ ମହଲରୁ ଆସିଥିବା ବାର୍ତ୍ତା ପାଠ କରିଥିଲେ । ସେହିପରି ସହିଦ ସ୍ମାରକ ଠାରେ ସହିଦ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପୁଷ୍ପାଞ୍ଜଳି ଅର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦେବଗଡ଼ ଜିଲ୍ଲାପାଳ ସୌମେଶ ଉପାଧ୍ୟାୟ, ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ପୌରାଧକ୍ଷା ଶାନ୍ତିମଞ୍ଜରୀ ଦେଈ, ଅତିରିକ୍ତ ଏସପି ଅଙ୍କୁର ମଲ୍ଲିକ, ଆଇଆରବି ୪ର୍ଥ ବାଟାଲିୟନର ଡେପୁଟି କାମାଣ୍ଡାଣ୍ଟ ବସନ୍ତ କୁମାର ନାଏକ, ଏସଡିପିଓ ଅନୀଲ କୁମାର ବେଉରିଆ, ଡିଆଇବି ଡିଏସପି ପ୍ରଦୀପ କୁମାର କେରକେଟ୍ଟାଙ୍କ ସମେତ ସମସ୍ତ ଥାନା ଅଧିକାରୀ, ଜିଲ୍ଲା ପୁଲିସର ବରିଷ୍ଠ ଅଧିକାରୀ ଓ ଅବସର ପ୍ରାପ୍ତ ସେନା କର୍ମଚାରୀ ସାମିଲ ହୋଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *