ଧର୍ମପ୍ରାଣ ବ୍ୟକ୍ତିଙ୍କ ପରଲୋକ

ଧର୍ମପ୍ରାଣ ବ୍ୟକ୍ତିଙ୍କ ପରଲୋକ


ଗୁରୁଡ଼ିଝାଟିଆ (ଏନ୍‌.ଏମ୍‌.): କଟକ ଜିଲ୍ଲା କୁମାରପୁର ଗ୍ରାମର ରବିନ୍ଦ୍ର ନାଥ ସାହୁଙ୍କ ପରଲୋକ ହୋଇ ଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ତାଙ୍କର ପରଲୋକଗତ ଖବର ପାଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ସାହୁ ଜଣେ ଧର୍ମପ୍ରାଣ, ପରୋପକାରୀ, ମିଷ୍ଠଭାଷୀ ବ୍ୟକ୍ତିଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ଶକୁନ୍ତଳା ସାହୁ, ପୁତ୍ର ସରୋଜ କୁମାର ସାହୁ, ପୁତ୍ରବଧୁ ସସ୍ମିତା ସାହୁ, କନ୍ୟା ମାନସୀ ସାହୁ, ଜାନକୀ ସାହୁ, ସ୍ୱର୍ଣ୍ଣପ୍ରଭା ସାହୁ, ନଳୀନି ସାହୁ, ଛବିରାଣୀ ସାହୁ, ଜାମାତା ସାମ୍ବାଦିକ ତପନ କୁମାର ସାହୁ, ଭାବଗ୍ରାହୀ ସାହୁ, ଦୁଃଶାସନ ସାହୁ, ସନ୍ତୋଷ କୁମାର ସାହୁ, ସନ୍ତୋଷ କୁମାର ସାହୁ, ନାତି ନାତୁଣୀଙ୍କ ସମେତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ଏକମାତ୍ର ପୁତ୍ର ସରୋଜ ମୁଖାଗ୍ନୀ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *