ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିବେଦନ

ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିବେଦନ

News by Sambitbhusan Senapati (Khandapada)

ଖଣ୍ଡପଡା(ଏନ୍‌.ଏମ୍‌.): ଆଜାଦ କି ଅମୃତ ମହୋତ୍ସବ ପାଳନ ଅବସରରେ ପ୍ରତ୍ୟେକ ନାଗରିକ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି । ଏହି କ୍ରମରେ ଖଣ୍ଡପଡା ଯୁବକ ସଂଘର ସଦସ୍ୟ, ପଠାଣି ସାମନ୍ତ ପୂଜ୍ୟପୂଜା ପରିଷଦର ସଦସ୍ୟମାନେ ଶୁକ୍ରବାର ଖଣ୍ଡପଡା ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ ପତାକା ତଳେ ଏକତ୍ରିତ ହୋଇଥିଲେ । ସମସ୍ତେ ହାତରେ ତ୍ରିରଙ୍ଗା ପତାକା ଧରିଥିବା ବେଳେ ଆସନ୍ତା ୧୩ରୁ ୧୫ ତାରିଖ ମଧ୍ୟରେ ପ୍ରତ୍ୟେକ ବ୍ୟକ୍ତି ବାସଗୃହ ସମ୍ମୁଖରେ ଜାତୀୟ ପତାକା ଉଡାଇ ଆଜାଦ କି ଅମୃତ ମହୋତ୍ସବ ପାଳନ ଅବସରରେ ସାମିଲ ହେବା ପାଇଁ ଖଣ୍ଡପଡା ଅଂଚଳବାସୀଙ୍କୁ ଯୁବକମାନେ ନିବେଦନ କରିଥିଲେ ।

Leave a Reply

Your email address will not be published. Required fields are marked *