ମହାନଦୀ ଡିଗ୍ରୀ ମହାବିଦ୍ୟାଳୟରେ ପଣ୍ଡିତ ଗୋପବନ୍ଧୁଙ୍କ ୯୪ତମ ଶ୍ରାଦ୍ଧ ବାର୍ଷିକ

ମହାନଦୀ ଡିଗ୍ରୀ ମହାବିଦ୍ୟାଳୟରେ ପଣ୍ଡିତ ଗୋପବନ୍ଧୁଙ୍କ ୯୪ତମ ଶ୍ରାଦ୍ଧ ବାର୍ଷିକ

News by Smruti Ranjan Tripathy (Cuttack)

କଖଡି/ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): କଟକ ସ୍ଥିତ ମହାନଦୀ ଡିଗ୍ରୀ ମହାବିଦ୍ୟାଳୟରେ ପଣ୍ଡିତ ଗୋପବନ୍ଧୁଙ୍କ ୯୪ ତମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ “ସେବା ଓ ସେବକ’ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ମହାବିଦ୍ୟାଳୟର ସଂପାଦକ ଫକୀର ଚରଣ ସୀତାରାମ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋପବନ୍ଧୁ ନର୍ସିଂ କଲେଜର ଅଧ୍ୟକ୍ଷା ରାଜଶ୍ରୀ ସାମନ୍ତରାୟ, ମୁଖ୍ୟବକ୍ତା ଭାବେ ସୁସାହିତ୍ୟିକ ତଥା ବାଗ୍ମୀ ନାରାୟଣ ପଣ୍ଡା, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଶ୍ୱେତକାନ୍ତ ବେହେରା, କଖଡି ଗ୍ରାମ ପଞ୍ଚାୟତର ସରପଞ୍ଚ କଳ୍ପନା ଛତାର, ସମାଜସେବୀ ତଥା କଖଡି ଗ୍ରାମ୍ୟ କମିଟି ସଭାପତି ଦିଲ୍ଲୀପ କୁମାର ଛତାର, ମହାବିଦ୍ୟାଳୟ ଅଧ୍ୟକ୍ଷ ବିକାଶ ଚନ୍ଦ୍ର ଖଟୁଆ ପ୍ରମୁଖ ଯୋଗ ଦେଇ ଗୋପବନ୍ଧୁଙ୍କ ସେବା, ତ୍ୟାଗପୂତ ଜୀବନ, ଓଡିଶା ପ୍ରତି ମହନୀୟ ଦାନ, ସମାଜସେବା, ଓଡିଆ ସାହିତ୍ୟର ଅସ୍ମିତା ରକ୍ଷାରେ ତାଙ୍କ ଅବଦାନ, ଇତ୍ୟାଦି ସମ୍ପର୍କରେ ଆଲୋଚନା କରିଥିଲେ । ଅଧ୍ୟାପିକା ଡକ୍ଟର କଳ୍ପନା ଦାସ, ଅଧ୍ୟାପକ ସଞ୍ଜିବ କୁମାର ସାହୁ, ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ କରିଥିଲେ । ଛାତ୍ରୀ ସିପ୍ରା, ପୁଷ୍ପଲତା, ଲକି, କୁମୁଦିନୀ,ପଙ୍କଜୀନୀ ପ୍ରମୁଖ ଜାତୀୟ ସଂଗୀତ ଗାନ କରିଥିଲେ । ଛାତ୍ରୀ ଭାଗ୍ୟ ଲିପି ବେହେରା ବେହେଲା ବାଦନ କରିଥିଲେ । ଛାତ୍ରୀ ଲିପି, ଏବଂ ଛାତ୍ର ମାନସ, ବିଜୟ, ଧନେଶ୍ୱର ଶ୍ରଦ୍ଧା ସୁମନ ପ୍ରଦାନ କରି ଥିଲେ । ମହା ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା, ବିଦ୍ୟାର୍ଥୀ ସହଯୋଗ କରିଥିଲେ । କୃତ୍ତି ଛାତ୍ରୀ ଯଶୋଦା ମହାନ୍ତି, ସୋନାଲିନ୍ କର,ପୁଷ୍ପଲତା ସାହୁଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ଛାତ୍ରୀ ହରପ୍ରିୟା ବାରିକ ସଭା ପରିଚାଳନା କରିଥିଲେ । ଛାତ୍ର ନେତା ସୌମ୍ୟ ରଂଜନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଶ୍ୱଜିତ ସେନାପତି, ବିଶ୍ୱନାଥ ବାରିକ, ଆକାଶ ଦାସ ପ୍ରମୁଖ ସହଯୋଗ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *