ଗଜାନନ ସେବା ସମିତି ଓ ନିଷ୍କର୍ଷ ମିଡିଆ ଶାଖା କାର୍ଯ୍ୟାଳୟ ଉଦ୍‌ଘାଟିତ

ଗଜାନନ ସେବା ସମିତି ଓ ନିଷ୍କର୍ଷ ମିଡିଆ ଶାଖା କାର୍ଯ୍ୟାଳୟ ଉଦ୍‌ଘାଟିତ

News by Kanhu Charan Panda

ଜଗତପୁର(ଏନ୍‌.ଏମ୍‌.): ନିମପୁର ଗଜାନନ ସେବା ସମିତି କାର୍ଯ୍ୟାଳୟ ଓ ନିଷ୍କର୍ଷ ମିଡିଆ ଶାଖା କାର୍ଯ୍ୟାଳୟ ପବିତ୍ର ରଥଯାତ୍ରାରେ ନିମପୁରସ୍ଥିତ କିଶୋରକ୍ଲବ ନିକଟରେ ବେଶ ଧୁମଧାମରେ ଦୁଇ ଗୋଟି କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ୪୮ନମ୍ବର ୱାର୍ଡ କର୍ପୋରେଟର ନଳିନୀ ବେହେରା ଏହି କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ । ଜଗତପୁର ଥାନା ଭାରପ୍ରାପ୍ତ ଅଧିକାରୀ ରବିନ୍ଦ୍ର ନାଥ ମେହେର, ଜଗତପୁର ଟ୍ରକ ମାଲିକ ସଂଘ ସଭାପତି ଦିଲ୍ଲିପ ଜେନା, ବିଜେଡି ନେତା ଳଳିତେନ୍ଦୁ ଶତପଥି, ସମାଜ ସେବି ମାନସ ପରିଡା, ବିଜେଡି ଯୁବ ନେତା ନାଗେଶ୍ୱର ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଗଜାନନ ସେବା ସମିତି କାର୍ଯ୍ୟ ଲୋକମାନଙ୍କ ସେବା କରିବା : ସେବା ହିଁ ମୂଳ ଲକ୍ଷ୍ୟ । ସମିତି ସଭାପତି କାହ୍ନୁ ଚରଣ ପଣ୍ଡା କହିଛନ୍ତି ଏହି ସମିତି ଯୋଗୁ କିଛି ଲୋକମାନେ ଆଗରୁ ମଧ୍ୟ ଉପକୃତ ହୋଇଛନ୍ତି ଓ ଆଗକୁ ମଧ୍ୟ ଏହି ସେବା କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି । ସମିତି ଓ ନିଷ୍କର୍ଷ ମିଡିଆ ଖାଖା କାର୍ଯ୍ୟାଳୟ ଉଦଘାଟନ ଉତ୍ସବ ପରେ ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କ ଘୋଷ ଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସମସ୍ତ ଅତିଥି ମାନେ ରଥ ଟାଣି ବେଶ ଆନନ୍ଦିତ ହୋଇଥିଲେ । କାରଣ ଗତ ଦୁଇ ବର୍ଷ କରୋନା ମହାମାରୀ ଯୋଗୁ ଘୋଷଯାତ୍ରା ଭକ୍ତ ମାନଙ୍କ ପାଇଁ ବନ୍ଦ ହୋଇଥିବାରୁ ଏହି ବର୍ଷ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ମନରେ ଖୁସିର ଲହରି ଖେଳିଯାଇଥିଲା । ଶେଷରେ ସଂକ୍ରିତନ ମଣ୍ଡଳି ଓ ଘଣ୍ଟ ବାଦ୍ୟ ତାଳେ ତାଳେ ପ୍ରଭୁ ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କର ଘୋଷ ଯତ୍ରାରେ କାହ୍ନୁ ଚରଣ ପଣ୍ଡା, ସୋମ୍ୟ ରଜଂନ ପଣ୍ଡା, ଅନୁକୁଳୁ ପଣ୍ଡା, ଚିତ୍ତ ରଜଂନ ଜେନା, ଦେବେନ୍ଦ୍ର ଦଳାଇ, ପ୍ରଦିପ ବେଜ ପ୍ରମୁଖ ଘୋଷ ଯାତ୍ରା ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *