ମାହାଙ୍ଗାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ସମ୍ମିଳନୀ

ମାହାଙ୍ଗାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ସମ୍ମିଳନୀ

News by Ramesh Das (Mahanga)

ମାହାଙ୍ଗା(ଏନ୍‌.ଏମ୍‌.): କଟକ ଜିଲ୍ଲା ମାହାଙ୍ଗା ବରାହୀପୁର ଠାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ସମ୍ମିଳନୀ ଅନୁଷ୍ଠିତ ହୋଇଛି । କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଏହି ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଜାତୀୟ କୃଷି ବିଭାଗର ବରିଷ୍ଠ ଅଧିକାରୀ ବିନୋଦ କୁମାର, କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ନିର୍ଦ୍ଦେଶିକା ଡକ୍ଟର ପଦ୍ମିନୀ ସ୍ୱାଇଁ, ଇଣ୍ଡିଆନ ଅଏଲ୍ କର୍ପୋରେଶନର ମୁଖ୍ୟ ପରିଚାଳକ ନିରଜ୍ ନିମଜେଙ୍କ ସମେତ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ଲେଖାଶ୍ରୀ ସମନ୍ତସିଂହାର, ଭୃଗୁବକ୍ସି ପାତ୍ର, ପ୍ରକାଶ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଛଅ ଜଣ ସଫଳ କୃଷକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥଲା । ଶେଷରେ ସିମିଳାରୁ ଭରଚୁଆଲ ମାଧ୍ୟମରେ ୧୦ କୋଟିରୁ ଉର୍ଦ୍ଧ ଲୋକଙ୍କୁ ୨ହଜାର ଟଙ୍କା ଲେଖାଏଁ ମାନ୍ୟବର ପ୍ରଧାନମନ୍ତ୍ରୀ ସ୍ୱିଚ ଚିପି ସିଧାସଳଖ ହିତାଧିକାରୀଙ୍କ ଖାତାକୁ ପଠାଇବାର କାର୍ଯ୍ୟକ୍ରମ କରିବା ସହ ବିଭିନ୍ନ ରାଜ୍ୟର ହିତାଧିକରିଙ୍କ ସହ କଥା ହୋଇଥିଲେ । ଏହା ପରେ ମନ୍ତ୍ରୀ ପୋଡାମରାଇ ଠାରେ ଆୟୋଜିତ ବିଜେପିର ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଦଳୀୟ ସଭା ମାହାଙ୍ଗା ବିଜେପି ନେତା ସାରଦା ପ୍ରଧାନଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା । ଏଥିରେ ରାଜ୍ୟ ବିଜେପିର ଅନେକ ତୁଙ୍ଗ ନେତାମାନେ ଯୋଗଦେଇ ମୋଦି ସରକାରଙ୍କ ଆଠ ବର୍ଷର ସୁଶାସନ ଉପରେ ଆଲୋକପାତ କରିବାସହ କେନ୍ଦ୍ର ସରକାରଙ୍କ ଯୋଜନାର ସଫଳ ରୂପାୟନ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *