ନିର୍ମାଣ ଶ୍ରମିକ ସଂଗଠନ ପକ୍ଷରୁ ଅନଲାଇନକୁ ବିରୋଧ କରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ନିର୍ମାଣ ଶ୍ରମିକ ସଂଗଠନ ପକ୍ଷରୁ ଅନଲାଇନକୁ ବିରୋଧ କରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

Photo By Padmalochan Mishra

କଟକ(ଏନ୍‌.ଏମ୍‌.): ନିର୍ମାଣ ଶ୍ରମିକ ପଞ୍ଜିକରଣ, ସମସ୍ତ ସହାୟତା ଆବେଦନକୁ ଅନଲାଇନ କରିବା ବିରୁଧ୍ୟରେ କଟକ ଜିଲ୍ଲା ଶ୍ରମ କର୍ଯ୍ୟାଳୟରେ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଶ୍ରମଅଧିକାରୀଙ୍କ ଜରିଆରେ ସରକାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆଜି ଏ ନେଇ କଟକ ଜିଲ୍ଲା ନିର୍ମାଣ ଶ୍ରମିକ ସଂଗଠନ ସମନ୍ୱୟ କମିଟି ପକ୍ଷରୁ କଟକ ଜିଲ୍ଲା ଶ୍ରମ କର୍ଯ୍ୟାଳୟରେ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା । ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ନିର୍ମାଣ ଶ୍ରମିକ ମାନକଙ୍କର ପଞ୍ଜିକରଣ, ସମସ୍ତ ସହାୟତା ଆବେଦନ ଏବଂ ସମସ୍ତ କାମ ଅନଲାଇନରେ ହେବ ବୋଲି ଘୋଷଣା କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ବିକ୍ଷୋଭକାରୀ ଶ୍ରମିକମାନେ ଅଭିଯୋଗ କରିଥିଲେ। କହିବାକୁ ଗଲେ ଭାରତ ସ୍ୱାଧୀନତାର ୭୫ ବର୍ଷ ପରେ ଆଜି ବି ବହୁ ନିର୍ମାଣ ଶ୍ରମିକମାନଙ୍କ ପାଖରେ ମୋବାଇଲ ନାହିଁ । ବହୁ ନିର୍ମାଣ ଶ୍ରମିକ ଓ ସେମାନଙ୍କ ପିଲାମାନଙ୍କ ଆଧାର ସହିତ ମୋବାଇଲ ନମ୍ବର ଲିଙ୍କ ହୋଇନାହିଁ ଅଥଚ ଅନଲାଇନ ଆବେଦନ ସମୟରେ ଆଧାର ସହିତ ମୋବାଇଲ ନମ୍ବର ବାଧ୍ୟତା ମୂଳକ କରାଯାଇଛି । ଅପର ଦିଗରେ ହଜାର ହଜାର ଗ୍ରାମରେ ବିଦ୍ୟୂତ ସେବା, ଏଣ୍ଟରନେଟ ସେବା ଉପଲବ୍ଧ ନାହିଁ ଯାହା ଦ୍ୱାରା ଲକ୍ଷ ଲକ୍ଷ ନିର୍ମାଣ ଶ୍ରମିକମାନେ ସହାୟତା ପାଇବାରୁ ବଞ୍ଚିତ ହେବେ ବୋଲି ଅଭିଯୋଗ ହୋଇଛି । ପୁନଶ୍ଚ ଶ୍ରମିକ ସଂଗଠନକୁ ଶ୍ରମିକମାନଙ୍କଠାରୁ ଦୁରେଇ ନେବା ପାଇଁ ସରକାରଙ୍କର ଏହା ଏକ ସୁ-ଚିନ୍ତିତ ଷଡଯନ୍ତ୍ର ବୋଲି କମିଟି କର୍ମକର୍ତ୍ତା କହିଥିଲେ । ଯେ, ପର୍ଯ୍ୟନ୍ତ ନିର୍ମାଣ ଶ୍ରମିକମାନଙ୍କର ଆର୍ôଥକ ସାମାଜିକ, ସାସ୍କୃତିକସ୍ତରକୁ ସର୍ବନିମ୍ନ ଜାଗାକୁ ଅଣା ନଯାଇଛି ଓ ଭିତ୍ତିଭୂମିର ବିକାଶ ନହୋଇଛି ସେତେଦିନ ପର୍ଯ୍ୟନ୍ତ ଅନଲାଇନ ବାଧ୍ୟତା ମୂଳକ କରା ନଯାଉ ଜଣେ ନିର୍ମାଣ ଶ୍ରମିକ ନିଜର ସୁବିଧା ଅନୁସାରେ ଅପଲାଇନ ଓ ଅନଲାଇନ ଜରିଆରେ ଆବେଦନ କରିବା ପାଇଁ ସୁଯୋଗ ଦିଆଯାଉ ବୋଲି ସମନ୍ୱୟ କମିଟିର ନେତା, ପିତାମ୍ବର ଲେଙ୍କା, ରାଜକିଶୋର ମଲ୍ଲିକ, ମନୋରଞ୍ଜନ ମହାରଣା, ରଞ୍ଜନ କାଣ୍ଡି, ହରିହର ମହାନ୍ତି, ଆଶ୍ୱିନ ମହାପାତ୍ର, ନବଘନ ପରିଡା ପ୍ରମୁଖ ଦାବି କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *