ପଦ୍ମଭୂଷଣ ମନୋଜ ଦାସଙ୍କ ପ୍ରଥମ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ଓ ୧୦୮ ଦୀପଦାନ

ପଦ୍ମଭୂଷଣ ମନୋଜ ଦାସଙ୍କ ପ୍ରଥମ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ଓ ୧୦୮ ଦୀପଦାନ

ଫଟୋ- ଅଜିତ କୁମାର ମଲ୍ଲିକ

କୋଣାର୍କ(ଏନ୍‌.ଏମ୍‌.): ମହାନ ସାରସ୍ୱତସାଧକ ପଦ୍ମଭୂଷଣ ସ୍ୱର୍ଗତ ମନୋଜ ଦାସଙ୍କ ପ୍ରଥମ ଶ୍ରାଦ୍ଧ ଦିବସର ପୁଣ୍ୟତିଥିରେ ‘ମନୋଜ ଦାସ ଫ୍ୟାନ୍ସ ଫେସବୁକ ଗୃପ୍‌’ ପକ୍ଷରୁ ପବିତ୍ର ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀ ଓ ମହୋଦଧିର ସଙ୍ଗମ ସ୍ଥଳରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ୧୦୮ ଦୀପଦାନ କରାଯାଇଛି । ଏପ୍ରିଲ ୨୭ ତାରିଖ ବୁଧବାର ସନ୍ଧ୍ୟାରେ ଅବଶରପ୍ରାପ୍ତ ଶିକ୍ଷକ କାମଦେବ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଐତିହାସିକ ତଥା ଗବେଶକ ସଞ୍ଜୟ ବରାଳ, ଶିକ୍ଷକ ପଞ୍ଚାନନ ବରାଳ, ସାମ୍ବାଦିକ ଅଜିତ କୁମାର ମଲ୍ଲିକ, ପୂଜକ ମାଧବ ପାଢୀ, ସମାଜସେବୀ ରମେଶ ଚନ୍ଦ୍ର ନାୟକ, ନାଟ୍ୟଦୀପର କାଳନ୍ଦୀ ସ୍ୱଇଁ ଓ ନିତ୍ୟାନନ୍ଦ ମହାରଣା, ଓଡିଶା ପରିବାରର କାହ୍ନୁଚରଣ ପାତ୍ର, ଟୁରିଷ୍ଟି ଗାଇଡି ବିରଞ୍ଚି ନାରାୟଣ ରଥ ପ୍ରମୁଖ ଉପସ୍ଥିତ ରହି ମହାନ ସାରସ୍ୱତସାଧକ ପଦ୍ମଭୂଷଣ ସ୍ୱର୍ଗତ ମନୋଜ ଦାସଙ୍କ ଉଦେଶ୍ୟରେ ଓଁମ ଶାନ୍ତ ମନ୍ତ୍ର ଧ୍ୱନୀ ପରେ ୨ମିନିଟି ନିରବ ପ୍ରାର୍ଥନା ପରେ ତାଙ୍କ ଅମଳିନ ପ୍ରତଭାର ସ୍ମୃତିଚାରଣ କରାଯାଇଥିଲା । ଏହାପରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀ ଓ ମହୋଦଧିର ସଙ୍ଗମ ସ୍ଥଳରେ ସମୁହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ୧୦୮ ଦୀପଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଜୟ ବରାଳ ଓ ଗଣେଶ ପରିଚାଳନା କରି ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *