ବୋଧପୁର ଶ୍ରୀ ଲଷ୍ମୀନୃସିଂହ ମନ୍ଦିରରେ ଭାଗବତ ସପ୍ତାହ ପରାୟଣ ପ୍ରବଚନ

ବୋଧପୁର ଶ୍ରୀ ଲଷ୍ମୀନୃସିଂହ ମନ୍ଦିରରେ ଭାଗବତ ସପ୍ତାହ ପରାୟଣ ପ୍ରବଚନ

News by Basanta Ratha (Cuttack)

#କଟକ ସଦର(ଏନ୍‌.ଏମ୍‌.): ଆଧ୍ୟାତ୍ମିକ ପରିବେଶ ଓ ଆନନ୍ଦ ଉଲ୍ଲାସ ମଧ୍ୟରେ ଶେଷ ହୋଇଯାଇଛି ଅଷ୍ଟାଦଶ ବାର୍ଷିକୀ ଉତ୍ସବ ଶ୍ରୀମଦ ଭାଗବତ ସପ୍ତାହ ପରାୟଣ ଓ ପ୍ରବଚନ । ସାତ ଦିନ ଧରି ଚାଲି ଥିବା ଏହି ପ୍ରବଚନ ଓ ପରାୟଣ ସନ୍ଧ୍ୟାରେ ବିଶିଷ୍ଟ ସାଧୁ ସନ୍ଥମାନଙ୍କ ଦ୍ୱାରା ପ୍ରବଚନ ତଥା ଶ୍ରୀମଦ ଭାଗବତ କଥାରେ ଶ୍ରଦ୍ଧାଳୁ ବେଶ ମନ୍ତ୍ର ମୁଗ୍ଧ ହୋଇଯାଇଥିଲେ । ଶେଷ ତିନିଦିନ ସନ୍ଧ୍ୟାରେ ବିଶିଷ୍ଟ ସାଧକ ସ୍ୱାମୀ ଗୋକୁଳାନନ୍ଦ ସରସ୍ୱତୀ ମହାରାଜଙ୍କ ଦୀକ୍ଷାନ୍ତ ପ୍ରବଚନ ଶ୍ରଦ୍ଧାଳୁମାନଙ୍କୁ ବେଶ ମନ୍ତ୍ର ମୁଗ୍ଧ କରି ପାରିଥିଲା । ତେବେ ଦୀର୍ଘ ଅଠର ବର୍ଷ ଧରି ଚାଲିଆସୁଥିବା ଏହି ପରାୟଣ ସପ୍ତାହରେ ପ୍ରତିଦିନ ସୂର୍ଯ୍ୟପୂଜା ଗୋ ପୂଜା ସହ ହୋମ ଯଜ୍ଞ ଅନୁଷ୍ଠିତ ହେବା ସହ ପ୍ରଥମ ସ୍କନ୍ଦ ଠାରୁ ଦ୍ୱାଦଶ ସ୍କନ୍ଦ ପର୍ଯ୍ୟନ୍ତ ଭାଗବତ ପଠନ ଶ୍ରବଣରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଅନ୍ତିମ ଦିବସ ସନ୍ଧ୍ୟାରେ ସ୍ୱାମୀଜୀ ଗୋକୁଳାନନ୍ଦ ସରସ୍ୱତୀ ମହାରାଜଙ୍କୁ କବି ଜୀବନ ନୃସିଂହ ପ୍ରସାଦ ମହାନ୍ତି ସଂସଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀ ଶ୍ରୀ ଲଷ୍ମୀନୃସିଂହ ମନ୍ଦିର କମିଟି ସଭାପତି ବିମ୍ବାଧର ପଣ୍ଡା, ନେତ୍ରାନନ୍ଦ ପଣ୍ଡା, ଭାବଗ୍ରାହୀ ପଣ୍ଡା, ସୁରେନ୍ଦ୍ର ପଣ୍ଡା, ସାରଦା ପଣ୍ଡା, ଅମ୍ବିକା ପଣ୍ଡା, କିଶୋର ପଣ୍ଡା, ବିଷ୍ଣୁ ଚରଣ ପଣ୍ଡା, ପ୍ରଦୀପ ପଣ୍ଡା, ଦିଲୀପ ପଣ୍ଡା ସାଗର ମହାନ୍ତି, ପ୍ରଭାକର ପଣ୍ଡା, ପ୍ରଭାଞ୍ଜନ ଦାସ, ସ୍ୱରୂପ ରଥ ଓ ମନ୍ଦିରର ବଡ଼ପଣ୍ଡା ତଥା ମୁଖ୍ୟ ପୂଜକ କ୍ଷେତ୍ରମୋହନ ପଣ୍ଡା ପ୍ରମୁଖ ଗ୍ରାମବାସୀଙ୍କ ସହଯୋଗରେ ଏହି ପବିତ୍ର ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *