ଥୋରିଆପଡ଼ା ପ୍ରସିଦ୍ଧ ବେଲବଣ ମଠରେ ବିଶ୍ୱ ଶାନ୍ତି ମହାଯଜ୍ଞ

ଥୋରିଆପଡ଼ା ପ୍ରସିଦ୍ଧ ବେଲବଣ ମଠରେ ବିଶ୍ୱ ଶାନ୍ତି ମହାଯଜ୍ଞ

News by Basanta Ratha (Cuttack)

#କଟକ ସଦର(ଏନ୍‌.ଏମ୍‌.): ସୋମପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଥୋରିଆପଡ଼ା ଗ୍ରାମ ବେଲବଣ ମଠରେ ୪୧ ତମ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ତିନି ଦିନ ଧରି ଚାଲିଥିବା ମହାଯଜ୍ଞରେ ସୂର୍ଯ୍ୟ ପୂଜା, ଗୋ ପୂଜା, ଗୀତାପାଠ ସହ ବିଜ୍ଞ ପଣ୍ଡିତମାନଙ୍କ ଦ୍ୱାରା ଯଜ୍ଞ ସମାପନ କରାଯାଇଥିଲା । ତିନି ଦିନ ଧରି ଆଧ୍ୟାତ୍ମିକ ପରିବେଶରେ ଭଜନ କୀର୍ତ୍ତନ ହରିବୋଲ ହୁଳହୁଳି ରେ କମ୍ପି ଉଠିଥିଲା ମଠ ପରିବେଶ । ପୂର୍ଣ୍ଣାହୁତି ଅବସରରେ ଥୋରିଆପଡ଼ା ଗ୍ରାମ ସମେତ ଆଖପାଖ ଗ୍ରାମରୁ ବହୁ ଶ୍ରଦ୍ଧାଳୁ ଓ ଭକ୍ତ ମାନେ ଯୋଗ ଦେଇଥିଲେ । ତେବେ ତିନି ଦିନ ଧରି ଅନୁଷ୍ଠିତ ଏହି ମହାଯଜ୍ଞରେ ବହୁ ସାଧୁସନ୍ଥ ଯୋଗ ଦେଇଥିବାବେଳେ ଥୋରିଆପଡ଼ା ଗ୍ରାମର ମୂରବୀ, ଯୁବକ, ତଥା ମଠର କର୍ମକର୍ତ୍ତା ମନମୋହନ ସାହୁ, ସମିର ସେନାପତି, କୈଳାସ ସାହୁ, ସୋମନାଥ ସାହୁ, ଗୌତମ ସାହୁ, ପ୍ରମୋଦ ସାହୁ, ନାରାୟଣ ସାହୁ, ବିଜୟ ସାହୁ, ରଞ୍ଜନ ପ୍ରଧାନ, ଭ୍ରମରବର, ବୃନ୍ଦାବନ ସାହୁ ଏବଂ ସମସ୍ତ ଗ୍ରାମ ବାସୀଙ୍କ ସହଯୋଗ ରେ ସମାପନ ହୋଇଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *