କମିଶନରେଟ ପୁଲିସ ବିଭାଗରେ ଯୋଗ ଦେଇଥିବା ନୂତନ କନଷ୍ଟେବଳମାନଙ୍କୁ ନେଇ ଏକ ଦିଗଦର୍ଶନ କାର୍ଯ୍ୟକ୍ରମ

କମିଶନରେଟ ପୁଲିସ ବିଭାଗରେ ଯୋଗ ଦେଇଥିବା ନୂତନ କନଷ୍ଟେବଳମାନଙ୍କୁ ନେଇ ଏକ ଦିଗଦର୍ଶନ କାର୍ଯ୍ୟକ୍ରମ

କମିଶନରେଟ ପୁଲିସ ବିଭାଗରେ ଯୋଗ ଦେଇଥିବା ନୂତନ କନଷ୍ଟେବଳମାନଙ୍କୁ ନେଇ ଏକ ଦିଗଦର୍ଶନ କାର୍ଯ୍ୟକ୍ରମ

News by B.Mishra (BBSR)

#ଭୁବନେଶ୍ୱର(ଏନ୍‍.ଏମ୍‍.): ଭୁବନେଶ୍ୱର-କଟକ କମିଶନରେଟ ପୁଲିସ ବିଭାଗରେ ଯୋଗଦାନ କରିଥିବା ନୂତନ କନଷ୍ଟେବଳମାନଙ୍କୁ ନେଇ ଏକ ଦିଗଦର୍ଶନ କାର୍ଯ୍ୟକ୍ରମ ସ୍ଥାନୀୟ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଭୁବନେଶ୍ୱର-କଟକର ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର-କଟକର ଅତିରିକ୍ତ ପୁଲିସ କମିଶନର ଡଃ ଉମାଶଙ୍କର ଦାସ, ଭୁବନେଶ୍ୱରର ଡିସିପି ପ୍ରତୀକ ସିଂହ, କଟକ ଡିସିପି ପିନାକ ମିଶ ପ୍ରମୁଖ ଯୋଗ ଦେଇ ନିଜ ନିଜର ଅଭିଭାଷଣ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ପୁଲିସ ଅଧିକାରୀଙ୍କ ମଧ୍ୟରେ ସହରାଞ୍ଚଳ ପୁଲିସ ଓ ଟ୍ରାଫିକ ତାଲିମ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ତାପସ ରଞ୍ଜନ ଦାଶ ସମସ୍ତଙ୍କର ପରିଚୟ ପ୍ରଦାନ କରିଥିବାବେଳେ, ସ୍ପେସାଲ ସ୍କ୍ୱାଡ ଏସିପି ହିମାଂଶୁ ଭୂଷଣ ସ୍ୱାଇଁ ପୁଲିସର ଇନଡୋର କାର୍ଯ୍ୟଶୈଳୀ ଉପରେ ସଂକ୍ଷେପରେ ଟିପଣୀ ପ୍ରଦାନ କରିଥିଲେ । ସେହିପରି ସହରାଞ୍ଚଳ ପୁଲିସ ଓ ଟ୍ରାଫିକ ତାଲିମ ଶିକ୍ଷାନୁଷ୍ଠାନର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସୂର୍ଯକାନ୍ତ ମହାନ୍ତି ପୁଲିସ ବିଭାଗର ଆଉଟଡୋର କାର୍ଯ୍ୟଶୈଳୀ ଉପରେ ସମ୍ୟକ ଜ୍ଞାନ ପ୍ରଦାନ କରିଥିବା ବେଳେ ଡକ୍ଟର ହରପ୍ରସନ୍ନ ଦାସ ଅତୀତର ସ୍ମୃତିଚାରଣ କରିବା ସହିତ ବିଭିନ୍ନ ପ୍ରକାର ପ୍ରତିକୂଳ ପରିସ୍ଥିତିରେ ମାନସିକ ଚାପରୁ ମୁକ୍ତ ହୋଇ ସେମାନେ ନିଜେ କିପରି ସମୟାନୁବର୍ତ୍ତୀ ତଥା ଶୃଙ୍ଖଳିତ ହୋଇ ନିଷ୍ଠାପର ଭାବେ ନିଜ କର୍ତ୍ତବ୍ୟ ସମ୍ପାଦନ କରିପାରିବେ ସେ ନେଇ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ଏସିପି ଅଞ୍ଜନା ଟୁଡୁ ଧନ୍ୟବାଦ ଅର୍ପଣ କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି