ନିମପୁର ୧୯୮୪ ମ୍ୟାଟ୍ରିକ ବ୍ୟାଚ୍ ଛାତ୍ରଛାତୀଙ୍କ ପକ୍ଷରୁ ପଥଚାରୀଙ୍କୁ ପାନୀୟ ଜଳ ଯୋଗାଣ

ନିମପୁର ୧୯୮୪ ମ୍ୟାଟ୍ରିକ ବ୍ୟାଚ୍ ଛାତ୍ରଛାତୀଙ୍କ ପକ୍ଷରୁ ପଥଚାରୀଙ୍କୁ ପାନୀୟ ଜଳ ଯୋଗାଣ

ନିମପୁର ୧୯୮୪ ମ୍ୟାଟ୍ରିକ ବ୍ୟାଚ୍ ଛାତ୍ରଛାତୀଙ୍କ ପକ୍ଷରୁ ପଥଚାରୀଙ୍କୁ ପାନୀୟ ଜଳ ଯୋଗାଣ

News by Kanhucharan Panda (Jagatpur)

#ଜଗତପୁର(ଏନ୍‌.ଏମ୍‌.): ନିମପୁର ୧୯୮୪ ମସିହା ମ୍ୟାଟ୍ରିକ ବ୍ୟାଚ ପକ୍ଷରୁ ଜଗତପୁର ଗୟାନା ଛକଠାରେ ଏକ ପାନୀୟ ଜଳ ବିତରଣ କେନ୍ଦ୍ର ଖୋଲାଯାଇଛି । ସିଏମସି ପକ୍ଷରୁ କୌଣସି ସ୍ଥାନରେ ପାନୀୟ ଜଳ ବିତରଣ କରାଯାଉନଥିବାବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ସାଧାରଣ ଲୋକେ ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି । ତେବେ ଏଭଳି ଅବସ୍ଥାକୁ ହୃଦବୋଧ କରି ନିମପୁର ଉଚ୍ଚ ବିଦ୍ୟାଳୟର ୧୯୮୪ ମସିହା ପୁରାତନ ବ୍ୟାଚ ପକ୍ଷରୁ ପାନୀୟ ଜଳ ବିତରଣ କେନ୍ଦ୍ର ଖୋଲା ଯାଇଛି । ୧୯୮୪ ବ୍ୟାଚ ସଭାପତି ଅଲେଖ ବେହେରାଙ୍କ ଓ ଦେବେନ୍ଦ୍ର ଦାସଙ୍କ ଉଦ୍ୟମରେ ଆୟୋଜିତ ଏହି ଜଳ ବିତରଣ କେନ୍ଦ୍ର ବାଟୋଇ ମାନଙ୍କ ପାଇଁ ବେଶ ସହାୟକ ହୋଇ ପାରିଛି । ଯେତେ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ରହିଥିବ ସେ ପର୍ଯ୍ୟନ୍ତ ବାଟୋଇ ମାନଙ୍କୁ ଥଣ୍ଡା ପାନୀୟ ଜଳ ଦିଆଯିବ ବୋଲି ଶ୍ରୀ ଦାସ କହିଛନ୍ତି । ଏହି ବ୍ୟାଚର ଛାତ୍ରଛାତ୍ରୀମାନେ ବିଭିନ୍ନ ସମୟରେ ଅଞ୍ଚଳର ଜନହିତକର କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥାନ୍ତି । କାର୍ଯ୍ୟକ୍ରମକୁ ଅଚ୍ୟୁତ ନାୟକ, ମହେଶ୍ୱର ଜେନା, ଭାଗୀରଥି ପରିଡା, ଅଶୋକ ମହାନ୍ତି, ଅକ୍ଷୟ ପରିଡା, ପୀରେନ୍ଦ୍ର ବେହେରା, ଅକ୍ଷୟ ବେହେରା, ଗୋବିନ୍ଦ ବେହେରା, ରଣେନ୍ଦ୍ର ବାନାର୍ଜୀ, ପଞ୍ଚାନନ ପାଣିଗ୍ରାହୀ, ବିଭୁତି ବାରିକ, ସଂଜୟ ଦାସ, ପ୍ରଭାତ ପଣ୍ଡା, ଦେବେନ୍ଦ୍ର ପଣ୍ଡା, ଧନେଶ୍ୱର ମହାନ୍ତି, ଉମାଶଙ୍କର ସାମଲ, ଫଗୁ ସାହୁ, ଦେବେନ୍ଦ୍ର ଦାସ, ପ୍ରୀତି ପଟ୍ଟନାୟକ, ସଂଗ୍ରାମ କର, ଶଙ୍କର ମାଲିକ, ଅନସୂୟା ବଳ, ଦେବୀ ଦାଶଗୁପ୍ତା, ସୁକେସିନୀ ପଣ୍ଡା, ରଚିତା ସାମଲ, ବବିତା ସାମଲ, ସନ୍ଧ୍ୟାରାଣୀ ପଣ୍ଡା, ଉର୍ମିଳା ପଣ୍ଡା, ନର୍ମଦା ପଣ୍ଡା, ସିପ୍ରା ନାୟକ ଓ ନୁରସିଂହ ପରିଡା ପ୍ରମୁଖ ସମସ୍ତ ପୁର୍ବତନ ବ୍ୟାଚ୍‌ର ଛାତ୍ର ଛାତ୍ରୀ ମାନେ ନିଜସ୍ୱ ଅର୍ଥରେ ଏହି ଜନମଙ୍ଗଳ କାର୍ଯ୍ୟ କରୁଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ