News by Padmalochan Mishra (Cuttack)

ଲକ୍ଷ୍ନୌ ଜାତୀୟ ଜଳବାୟୁ କନକେଲେଭରେ ଓଡ଼ିଶାର ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ପ୍ରଶଂସିତ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ଲକ୍ଷ୍ନୌରେ ଅନୁଷ୍ଠିତ ହୋଇଥିବା ଦୁଇ ଦିନିଆ ଜାତୀୟ ଜଳବାୟୁ କନକେଲେଭରେ ଓଡ଼ିଶାର ମିଶନ ମିଲେଟ ଷ୍ଟଲ ସ୍ଥାନ ପାଇଥିଲା । ମାଣ୍ଡିଆରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ସାମଗ୍ରୀ ସେଠାରେ ବହୁଳ ବିକ୍ରୟ ହେବା ସହ ପ୍ରଶଂସିତ ହୋଇ ପାରିଛି । ଭୂମିକା ନାରୀସଂଘ, କଟକ ପକ୍ଷରୁ ଏହି ମିଲେଟ ଷ୍ଟଲ ଖୋଲା ଯାଇଥିଲା । ସ୍ନେହଲତା ବେହେରା ଓ ସମତା ଜେନା ଏହି ଷ୍ଟଲ ଦାୟିତ୍ୱରେ ଥିଲେ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ, ମୁଖ୍ୟ ଜଙ୍ଗଲ ସଂରକ୍ଷକ ମମତା ସଂଜୀବ ଦୁବେ ତଥା ଅନ୍ୟାନ୍ୟ ବରିଷ୍ଠ ଅତିଥିଗଣ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶାର ମିଶନ ମିଲେଟ ଷ୍ଟଲରେ ଥିବା ଖାଦ୍ୟ ପଦାର୍ଥ ଗୁଡ଼ିକର ଗୁଣାତ୍ମକ ମାନ ଜାଣିପାରି ଓଡ଼ିଶାର ଭୁୟସୀ ପ୍ରଶଂସା କରିଥିଲେ । ପ୍ରକାଶ ଥାଉକି, ଓଡ଼ିଶାର ଜନସାଧାରଣ ସୁସ୍ଥ ଓ ନିରାମୟ ରହିବା ନିମନ୍ତେ ପୁଷ୍ଟିକର ମାଣ୍ଡିଆର ବ୍ୟବହାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇ ଆସୁଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମାନ ପ୍ରସ୍ତୁତ କରାଯାଇ କାର୍ଯ୍ୟକାରୀ କରାଯାଉଛି । ମାଣ୍ଡିଆ ସଶ୍ୟ ଉତ୍ପାଦନ ଓ ବିକ୍ରୟକୁ ପ୍ରୋତ୍ସାହନ ଦେବା ସହ ଗାଁ ମାନଙ୍କରେ ଉଭୟ ମହିଳା ଓ ପୁରୁଷମାନଙ୍କୁ ସ୍ୱାବଲମ୍ବୀ କରାଯାଇ ପାରୁଛି । ବିଶେଷ କରି ସ୍ୱୟଂ ସହାୟକ ଗୋଷ୍ଠୀ ଓ ମିଶନ ଶକ୍ତିର ମହିଳାମାନେ ଏଥିରେ ସାମିଲ ହୋଇ ଏହାର ଉପକାରିତା, ପୁଷ୍ଟିକର ପୋଷଣ ସମ୍ବନ୍ଧରେ ଲୋକଙ୍କୁ ସଚେତନ କରାଇବା ତଥା ଏହାର ବ୍ୟବହାର ଓ ବିକ୍ରୟ ନିମନ୍ତେ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । କଟକରେ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ନିର୍ଦ୍ଦେଶରେ ଏହାର ନିରାନ୍ତର ପ୍ରୟାସ ଜାରି ରହି ଜିଲ୍ଲା ପ୍ରଶାସନର ସହାୟତାରେ ସ୍ଥାନୀୟ ବାରବାଟୀ ପ୍ୟାଲେସ ଠାରେ ମିଶନ ଶକ୍ତି ମା’ମାନଙ୍କ ଜରିଆରେ ସ୍ଥାୟୀ ଷ୍ଟଲ ମାନ ନିର୍ମାଣ କରାଯାଇ ମାଣ୍ଡିଆ ଚାଷ ପ୍ରସ୍ତୁତି, ବ୍ୟବହାରର ସୂଚନା ଓ ପ୍ରଚାର ପ୍ରସାର ସମେତ ଜିଲ୍ଲାର ନରସିଂହପୁର, ତିଗିରିଆ, ବଡମ୍ବା ବ୍ଲକ ମାନଙ୍କରେ ଉତ୍ପାଦିତ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀରମାନ ବିକ୍ରୟ କରାଯାଉଛି । ଏଥି ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଧ୍ୟ କଟକ କାଇଟ ନାମରେ ଏକ ମିଲେଟ କାଫେ ମଧ୍ୟ ଖୋଲାଯାଇ ଖାଦ୍ୟ ସାମଗ୍ରୀମାନ ବିକ୍ରୟ କରାଯାଉଛି । ଭୂମିକା ନାରୀସଂଘ, କଟକ ଏହାର ସମସ୍ତ ଦାୟିତ୍ୱ ବହନ କରୁଥିବାବେଳେ ଉତ୍ପାଦିତ ଦ୍ରବ୍ୟରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଗୁଡିକୁ ଉକ୍ତ ସଂଘର ଉତ୍ପାଦିକା ଗୋଷ୍ଠୀର ସଦସ୍ୟା ରଶ୍ମିତା ମିଶ୍ର, ଲୋପାମୁଦ୍ରା ମିଶ୍ର, ଗୀତାଞ୍ଜଳି ବେଉରା ପ୍ରମୁଖ କାଇଟ ବ୍ରାଣ୍ଡ ମାଧ୍ୟମରେ ବିକ୍ରୟ ନିମନ୍ତେ ଉଦ୍ୟମ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *