କଟକ ରୋଡର ୩୧ ନମ୍ବର ୱାର୍ଡ ପକ୍ଷରୁ ଓଡ଼ିଆ ନବବର୍ଷ ସହ ପଣା ଉତ୍ସବ ପାଳନ

କଟକ ରୋଡର ୩୧ ନମ୍ବର ୱାର୍ଡ ପକ୍ଷରୁ ଓଡ଼ିଆ ନବବର୍ଷ ସହ ପଣା ଉତ୍ସବ ପାଳନ

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ଆଜି ପବିତ୍ର ମହାବିଷୁବ ବା ପଣା ସଂକ୍ରାନ୍ତିରେ ସାମାଜିକ ଅନୁଷ୍ଠାନ କଟକ ରୋଡ ସ୍ଥିତ ୩୧ ନମ୍ବର ୱାର୍ଡ ପକ୍ଷରୁ ଓଡ଼ିଆ ନବବର୍ଷ ସହ ପଣା ଉତ୍ସବ ପାଳନ କରାଯାଇଛି । ରାଜଧାନୀର କଟକ ରୋଡ ସ୍ଥିତ ଝାଡ଼ପଡା ବ୍ରିଜ ପାଖରେ ଥିବା ଗାଙ୍ଗୁରାମ ସମ୍ମୁଖୀନରେ ଏନେଇ ପଣା ବଣ୍ଟନ ଆୟୋଜିତ ହୋଇଛି ।ପଣା ଉତ୍ସବରେ ବ୍ୟବହାର ହୋଇଥିବା ବେଲ, ବସାଦହି, କଦଳୀ, ନଡ଼ିଆ, ଖୁଆ, ଛେନା, ଫଳ,ଇତ୍ୟାଦିରେ ପ୍ରସ୍ତୁତ ସୁସ୍ୱାଦ ପଣା ଲୋକ ମାନଙ୍କୁ ବଣ୍ଟନ କରାଯାଇଥିଲା । ଓଡ଼ିଆ ନବବର୍ଷ ପାଳନର ମହତ୍ତ୍ୱ ଆଜିର ଯୁବ ପିଢ଼ି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ଆମ ସଭ୍ୟତା ସଂସ୍କୃତି ର ଅବିଚ୍ଛେଦ୍ୟ ଅଙ୍ଗ ଯାହାକୁ ଭୁଲି ଆମ ସାମାଜିକ ଚଳନି କଳ୍ପନା କରାଯାଇପାରେନା । ଏମିତି କିଛି ମତ ଆଉ ବିଶ୍ୱାସ ସହ ୩୧ ନମ୍ବର ୱାର୍ଡର ସଦସ୍ୟ ମାନେ ଉତ୍ସାହ ସହକାରେ ଉତ୍ସବରେ ସାମିଲ ହୋଇଥିଲେ । କଟକ ରୋଡ ସ୍ଥିତ ଝାଡ଼ପଡା ବ୍ରିଜ ପାଖରେ ଥିବା ଗାଙ୍ଗୁରାମ ସମ୍ମୁଖୀନରେ ମୁଖ୍ୟ ଅତିଥି ରୁପେ ମଧ୍ୟ୍ୟ ନିର୍ବାଚନ ମଣ୍ଡଳିର ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ୩୧ ନମ୍ବର ୱାର୍ଡର କର୍ପୋରେଟର, କୁମାରନ୍ଦ୍ର ମହାପାତ୍ର(ରାଜା ଭାଇ), ସମାଜସେବୀ ରଂଜିତ ପ୍ରଧାନ, ସମାଜସେବୀ ଦିଲୀପ କୁମାର ଜେନା, ବଳରାମ ନାୟକ, ତାପସ ମହାପାତ୍ର, ମନୋଜ ପ୍ରଧାନ, ଧନେଶ୍ୱର ଧଳ, ଅନେକ ବୁଦ୍ଧିଜୀବୀ ଓ ମହିଳା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *