ଓଟିଡିସି ଏବଂ ପର୍ଯ୍ୟଟନ ବିଭାଗ ପକ୍ଷରୁ ଛେନାପୋଡ ଦିବସ

ଓଟିଡିସି ଏବଂ ପର୍ଯ୍ୟଟନ ବିଭାଗ ପକ୍ଷରୁ ଛେନାପୋଡ ଦିବସ

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଏବଂ ପର୍ଯ୍ୟଟନ ବିଭାଗ ପକ୍ଷରୁ ଛେନାପୋଡ ଦିବସ ପର୍ଯ୍ୟଟନ ଭବନରେ ପାଳିତ ହୋଇଛି । ଓଟିଡିସି ଅଧ୍ୟକ୍ଷ ଡ. ଲେନିନ ମହାନ୍ତି ଏବଂ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ଏହା ପାଳିତ ହୋଇଛି । ଏହି ଅବସରରେ ଓଟିଡିସି ଅଧ୍ୟକ୍ଷ ଡ. ମହାନ୍ତି ଛେନାପୋଡର ସ୍ୱାଦିଷ୍ଟତା ଏବଂ ଏହା ଆମ ଖାଦ୍ୟପେୟର ଏକ ମୁଖ୍ୟ ଅଂଶ ବୋଲି ମତବ୍ୟକ୍ତ କରିଥିଲେ । ଏହା କେବଳ ଆମ ରାଜ୍ୟ ନୁହେଁ ବରଂ ଦେଶବିଦେଶର ପର୍ଯ୍ୟଟକ ମାନଙ୍କ ନିକଟରେ ଛେନାପୋଡର ଚାହିଦା ରହିଛି । ରାଜ୍ୟରେ ପର୍ଯ୍ୟଟନ ଶିଳ୍ପ ଅଭିବୃଦ୍ଧିରେ ସ୍ଥାନୀୟ ଖାଦ୍ୟପେୟର ଚାହିଦା ପ୍ରମୁଖ ଭୂମିକା ତୁଲାଇବା ସହ ବିଶ୍ୱସ୍ତରରେ “ବ୍ରାଣ୍ଡ ଓଡିଶା’ ପ୍ରୋତ୍ସାହିତ କରିବାରେ ଏହାର ଅବଦାନ ଯଥେଷ୍ଟ ଥିବା ସମ୍ପର୍କରେ ସେ ଆଲୋକପାତ କରିଥିଲେ । ଏହି ଅବସରରେ ଅତିରିକ୍ତ ସଚିବ ବାଳମୁକୁନ୍ଦ ଭୂୟାଁ, ଅତିରିକ୍ତ ସଚିବ ଅନନ୍ତ ନାରାୟଣ ସିଂ ଲାଗୁରୀ, ଯୁଗ୍ମ ସଚିବ ଏଲୋରା ଭାରତୀ ଜେନା, ଯୁଗ୍ମ ସଚିବ ରାଜକିଶୋର ପଲେଇ, ପର୍ଯ୍ୟଟନ ବିଭାଗ ଓଏସଡି ଅଂଶୁମାନ ରଥ ଏବଂ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *