News by Padmalochan Mishra (Cuttack)

ବିଡାନାସୀ ହାଡ଼ିଆ ହତ୍ୟାକାଣ୍ଡ ଘଟଣା: ବାବା ସାଜି ଆତ୍ମଗୋପନ କରିଥିଲା ହତ୍ୟାକାରୀ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ବହୁଚର୍ଚ୍ଚିତ ଡିବଦର୍ସ ସହଯୋଗୀ ତଥା କୁଖ୍ୟାତ ଅପରାଧୀ ହାଡ଼ିଆ ଓରଫ ପ୍ରକାଶ ବେହେରା ହତ୍ୟାକାଣ୍ଡ ଘଟଣାରେ ଫେରାର ଅଭିଯୁକ୍ତ ଦୀପକ ମଲ୍ଲିକ (୪୦)କୁ ଅଢେଇ ବର୍ଷ ପରେ କମିଶନ୍‌ରେଟ୍ ପୁଲିସ ଧରିବାରେ ସକ୍ଷମ ହୋଇଛି । ହତ୍ୟାକାଣ୍ଡ ଘଟଣାରେ ତଦନ୍ତ ଚଳାଇ ରଖିଥିବା ବିଡ଼ାନାସୀ ଥାନା ପୁଲିସ ତାକୁ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ସାତମାଇଲି ଅଞ୍ଚଳରୁ ତାକୁ ଗତକାଲି ଗିରଫ କରିଥିବା ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।
ହିନ୍ଦୋଳ ଅଞ୍ଚଳରେ ଦୀପକ ନିଜ ନାମକୁ ବଦଳାଇ ବାବା ସାଜି ବୁଲୁଥିଲା । ତେବେ ସେ ବାବା ହିସାବରେ ସାଧାରଣ ଲୋକଙ୍କ ନିକଟତର ହେବାରେ ସଫଳ ହୋଇଥିଲା । ହାତ ଦେଖିବା ସହ କିଛି କିଛି ଆଧ୍ୟତ୍ମିକ କଥା କହି ଲୋକଙ୍କ ପ୍ରିୟ ଭାଜନ ହୋଇପାରିଥିଲା । ସାଧାରଣ ଲୋକେ ବାବାଙ୍କୁ ସମ୍ମାନଦେବା ସହିତ ତାଙ୍କ ସେବା ଶୁଶ୍ରୂଷା କରୁଥିଲେ । ତେବେ ହତ୍ୟାକାଣ୍ଡ ପରେ ଦୀପକ ବାବା ରୂପରେ ଜୀବନସାରା ସେ ଉକ୍ତ ଅଞ୍ଚଳରେ ରହିଯିବାର ଯୋଜନା ପ୍ରସ୍ତୁତ କରିଥିଲା । ତେବେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ହିନ୍ଦୋଳ ପୁଲିସ ସହାୟତାରେ ଜାଲ ବିଛାଇ ଦୀପକକୁ କାବୁ କରିବାରେ ସଫଳ ହୋଇଥିଲା । ସୂଚନାଯୋଗ୍ୟ କୁଖ୍ୟାତ ଅପରାଧୀ ଡି-ବ୍ରଦର୍ସର ସହଯୋଗୀ ହାଡ଼ିଆ ସହିତ ଗତ ୨୦୨୦ ମସିହାରେ ଦୀପକ ଓ ତା’ର ସାନ ଭାଇ ଶାନ୍ତନୁ ସହ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା । ଏଣୁ ସେହି ବର୍ଷ ସେପ୍ଟେମ୍ବର ୨ତାରିଖ ରାତିରେ ଦୁଇଭାଇ ମିଶି ତାଙ୍କ ସାଥିମାନଙ୍କ ସହ ହାଡିଆକୁ ଗୋଡ଼ାଇ ଗୋଡ଼ାଇ ଅତି ନିର୍ମମ ଭାବେ ହତ୍ୟାକରି ଘଟଣା ସ୍ଥଳରୁ ଫେରାର୍ ହୋଇ ଯାଇଥିଲେ । ହାଡିଆର ସ୍ତ୍ରୀ ପୁଷ୍ପଲତାଙ୍କ ଏତଲା ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ତେବେ ୨୦୨୧ ଫେବ୍ରୁଆରି ୨୪ ତାରିଖରେ ସାନଭାଇ ଶାନ୍ତନୁକୁ ପୁଲିସ ଗିରଫକରି କୋର୍ଟ ଚାଲଣ କରିଥିଲା । ଅପରପକ୍ଷେ ଅଢେଇ ବର୍ଷ ଧରି ଦୀପକ ଦାଢି ଛାଡ଼ି, କୌପିନି ପରିଧାନ କରି ବାବା ପାଲଟି ଯାଇଥିଲା । ଦୀପକକୁ ବାବାଜୀ ବା ସନ୍ଥ ଭାବି ଲୋକେ ତା’ର ସେବା କରୁଥିଲେ । ମାତ୍ର ସେ ବ୍ୟବହାର କରୁଥିବା ମୋବାଇଲ୍‌ରୁ ଦୀପକର କାରନାମା ଧରାପଡି ଯାଇଥିଲା । ପୁଲିସ ତା’ର ମୋବାଇଲ୍ ନମ୍ବରକୁ ଟ୍ରାକ୍ କରି ହିନ୍ଦୋଳ ଅଞ୍ଚଳରେ ରହୁଥିବା ଜାଣିବାକୁ ପାଇଥିଲା । ଏଣୁ ବିଡାନାସୀ ଥାନା ଅଧିକାରୀ ବିଜୟ ହାଇବୃ, ତଶ୍ୱର ଅଲ୍ଲୀ ଖାଁ ମିଳିତ ଚଢ଼ଉ କରି ଅଭିଯୁକ୍ତକୁ ଗତ କାଲି ଗିରଫ କରିଥିଲାବେଳେ ଆଜି ତାକୁ କୋର୍ଟ ଚାଲଣ କରାଯାଇଥିବା ଡିସପି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *