ଅର୍କ କ୍ଷେତ୍ର କୋଣାର୍କ ଠାରେ ଚତୁର୍ଥ ଆନ୍ତର୍ଜାତିକ ଚିତ୍ରକଳା ଶିବିର ଓ ଗ୍ରୁପ ଚିତ୍ରକଳା ପ୍ରଦର୍ଶନୀ

ଅର୍କ କ୍ଷେତ୍ର କୋଣାର୍କ ଠାରେ ଚତୁର୍ଥ ଆନ୍ତର୍ଜାତିକ ଚିତ୍ରକଳା ଶିବିର ଓ ଗ୍ରୁପ ଚିତ୍ରକଳା ପ୍ରଦର୍ଶନୀ

News by Ajit Kumar Mallick (Konark)

#କୋଣାର୍କ (ଏନ୍‌.ଏମ୍‌.): ଉତ୍ତର ଓଡ଼ିଶାର ଅଗ୍ରଣୀ ସଂଗଠନ ଜଳେଶ୍ୱର ଆର୍ଟ ଫାଉଣ୍ଡେସନ ଓ ଶକୁନ୍ତଲା ଆର୍ଟ ଗ୍ୟାଲରୀ ଭୁବନେଶ୍ୱର ଏବଂ ଓଡ଼ିଶା କଲେଜ ଅଫ ଆର୍ଟ କ୍ରାଫ୍ଟ, ପୁରୀ ମିଳିତ ଆନୁକୁଲ୍ୟରେ ଚତୁର୍ଥ ଆନ୍ତର୍ଜାତିକ ଚିତ୍ରକଳା ଶିବିର ଓ ଗ୍ରୁପ ଚିତ୍ରକଳା ପ୍ରଦର୍ଶନୀ ଅର୍କ କ୍ଷେତ୍ର କୋଣାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୂଖ୍ୟଅତିଥି ଭାବେ ପୁରୀ ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ଚାରୁ ଓ କାରୁ କଳା ମହା ବିଦ୍ୟାଳୟର ଅଧ୍ୟକ୍ଷ ଦୁର୍ଗାମାଧବ କର, ଅନ୍ୟତମ ସମ୍ମାନିତ ଅତିଥି ରୂପେ ବରିଷ୍ଠ ଭାଷ୍କର୍ଯ୍ୟ ଶିଳ୍ପୀ ଚନ୍ଦ୍ର ଶେଖର ମହାରଣା, ଅନୁଷ୍ଠାନର ସମ୍ପାଦକ ମୁକ୍ତିପଦ ନଦୀ ଉପସ୍ଥିତ ରହି ଏହି ପ୍ରଦର୍ଶନୀ ଅଗାମୀ ପୀଢ଼ି ପାଇଁ ଏକ ପ୍ରେରଣା ବୋଲି ମତବ୍ୟକ୍ତ କରିଥିଲେ । ଏହି ଚିତ୍ରକଳା ଶିବିରରେ ଓଡ଼ିଶା ସମେତ ନେପାଳ, ଭିଏତନାମ, ବାଂଲାଦେଶ, କଲକାତା ଓ ଭୋପାଳର ୨୫ ଜଣ ଚିତ୍ରଶିଳ୍ପୀ ମାନେ ଅଂଶଗ୍ରହଣ କରିଛନ୍ତି, ଏହି କର୍ମଶାଳା ଆସନ୍ତା ଆସନ୍ତ ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୦ ତାରିଖରେ ସମସ୍ତ ଚିତ୍ର ଗୁଡ଼ିକ ଶକୁନ୍ତଳା ଆର୍ଟ ଗ୍ୟାଲରୀରେ ପ୍ରଦର୍ଶିତ କରାଯିବ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *