ବାଲିଦୋକାନ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ କାୟାକଳ୍ପ ପୁରସ୍କାର

ବାଲିଦୋକାନ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ କାୟାକଳ୍ପ ପୁରସ୍କାର

News by Ajit Kumar Mallick (Konark)

#କୋଣାର୍କ (ଏନ୍‌.ଏମ୍‌.): କାକଟପୁର ବ୍ଲକ୍ ଅନ୍ତର୍ଗତ କୁରୁଜଙ୍ଗ ଗ୍ରାମପଞ୍ଚାୟତର ଅଗ୍ରଣୀ ସ୍ୱାସ୍ଥ୍ୟ କେନ୍ଦ୍ର ବାଲିଦୋକାନ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ସ୍ୱାସ୍ଥ୍ୟ ଓ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଦ୍ୱିତୀୟ ଥର ପାଇଁ କାୟାକଳ୍ପ ପୁରସ୍କାର ନିମନ୍ତେ ମନୋନୀତ କରାଯାଇଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରୋଗୀ କଲ୍‌ଯାଣ ସମିତିକୁ କ୍ରିୟାଶୀଳ କରିବା, ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ସେବା ପ୍ରଦାନ, ପରିଷ୍କାର ପରିଚ୍ଛନ୍ନତା, ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ କର୍ମଚାରୀଙ୍କ କର୍ତ୍ତବ୍ୟ ବୋଧତା, ଉନ୍ନତ ଟୀକାକରଣ ସମେତ ସ୍ୱାସ୍ଥ୍ୟ କ୍ଷେତ୍ରରେ ବହୁବିଧ ବିକାଶ ଯୋଗୁଁ ବାଲିଦୋକାନ ସ୍ୱାସ୍ଥ୍ୟ କେନ୍ଦ୍ର ଏହି ମର୍ଯ୍ୟାଦା ଜନକ ପୁରସ୍କାର ପାଇଁ ମନୋନୀତ ହୋଇଛି । ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଆୟୁଷ ଚିକିତ୍ସାଧିକାରୀ ସୌମ୍ୟକାନ୍ତ ପଣ୍ଡାଙ୍କ କହିବା ଅନୁଯାୟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଆଶିଷ କୁମାର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ତଥା ବାଲିଦୋକାନର ଚିକିତ୍ସାଧିକାରୀ ଡାକ୍ତର ସ୍ୱରୂପ ମହାପାତ୍ର, ଫାର୍ମାସିଷ୍ଟ ସ୍ୱାଗତିକା ମହାପାତ୍ର ଏବଂ ଅନ୍ୟ ସମସ୍ତ କର୍ମଚାରୀଙ୍କ ପ୍ରଚେଷ୍ଟା ଯୋଗୁଁ ଏହା ସମ୍ଭବ ହୋଇପାରିଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *