ଆଇପିଏଲରେ ଓଡ଼ିଆ ଆଙ୍କର ଲୋରିଆ ମହାନ୍ତି

#କଟକ(ଏନ୍.ଏମ୍.): ଆଇପିଏଲ୍ ସିଜନ୍-୧୬ରେ ଓଡ଼ିଆରେ ଆଙ୍କରିଂ ଦର୍ଶକ ଦେଖିବାକୁ ପାଇବେ । ତେବେ ଆଙ୍କର୍ ଭାବେ କଟକର ଲୋରିଆ ମହାନ୍ତି ମନୋନୀତ ହୋଇଛନ୍ତି । ଚଳିତବର୍ଷ ପ୍ରଥମଥର ପାଇଁ ଓଡ଼ିଆରେ ପ୍ରସାରିତ ହେବ ଆଇପିଏଲ୍ । ପ୍ୟାନେଲରେ ଓଡ଼ିଆ ଅତିଥିମାନେ ମଧ୍ୟ ରହିବେ । ମ୍ୟାଚ୍ ପୂର୍ବରୁ ଓଡ଼ିଆ ଡିବେଟ୍ ପ୍ୟାନେଲ ‘ମ୍ୟାଚ୍ ସେଣ୍ଟର୍ ଲାଇଭ୍ ଅଧଘଣ୍ଟାଏର କାର୍ଯ୍ୟକ୍ରମ ରହିବ । ସେଥିରେ ଆଙ୍କର ଭାବେ ଲୋରିଆ ନଜର ଆସିବେ । ଚଳିତବର୍ଷ ପ୍ୟାନେଲ ଆଲୋଚନା, ମ୍ୟାଚ୍ କମେଣ୍ଟ୍ରି, ଗ୍ରାଫିକ୍ସ ମଧ୍ୟ ଓଡ଼ିଆରେ ପ୍ରସାରିତ ହେବ । ଏହାସହ ଇନିଂସ୍ ଆରମ୍ଭ, ମଝି ଓ ଶେଷ ସମୟରେ ଦର୍ଶକଙ୍କୁ ଓଡ଼ିଆ ଭାଷାରେ ଆଇପିଏଲର ମଜା ଉଠାଇବାକୁ ସୁଯୋଗ ନେବେ । ଜିଓ ସିନେମା ଆପରେ ଆଇପିଏଲ୍ ସିଜିନ୍-୧୬କୁ ଦର୍ଶକମାନେ ଦେଖି ପାରିବେ । ଚଳିତବର୍ଷ ଆଇପିଏଲ୍ ସିଜିନ୍-୧୬ ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଗତ ମାସରେ ଏଥିପାଇଁ ହୋଇଥିବା ଅଡିସନ୍ (ଚୟନ ପକ୍ରିୟା)ରେ ଲୋରିଆ ଯୋଗ୍ୟ ବିବେଚିତ ହୋଇଛନ୍ତି । କଟକ ତ୍ରିଶୂଳିଆର ସୁମିତ୍ ଧାୱନ୍ଙ୍କ ପତ୍ନୀ ଲୋରିଆ ମହାନ୍ତି ଜଣେ ଭଲ ଓଡ଼ିଆ ଆଙ୍କର୍ ଭାବେ ପରିଚିତ । ୧୨ ବର୍ଷ ହେଲା ଆଙ୍କରିଂ କରି ଆସୁଥିବା ଲୋରିଆ ଚଳିତବର୍ଷ ଆଇପିଏଲ୍ ସିଜିନ୍-୧୬ରେ ଆଙ୍କରିଂ କରିବେ । ମ୍ୟାଚ୍ ପୂର୍ବରୁ ହେବାକୁ ଥିବା ଅଧଘଣ୍ଟା ଓଡ଼ିଆ ଡିବେଟ୍ ପ୍ୟାନେଲ୍ ‘ମ୍ୟାଚ୍ ସେଣ୍ଟର ଲାଇଭ୍ ଆଲୋଚନାରେ ଦେବାଶିଷ ମହାନ୍ତି, ବସନ୍ତ ମହାନ୍ତି, ବିପ୍ଳବ ସାମନ୍ତରାୟଙ୍କ ଭଳି ଅତିଥିମାନେ ଯୋଗଦେବେ । ସୂଚନାଯୋଗ୍ୟ ଯେ, ଏଥର ଜିଓ ସିନେମା ଆପରେ ୧୨ଟି ଭାଷାରେ ଆଇପିଏଲ୍ ପ୍ରସାରିତ ହେବ ।

