ଇମ୍ଫା ଶିଳ୍ପଗୋଷ୍ଠୀ ପକ୍ଷରୁ ବହୁମୁଖୀ ମାଗଣା ସ୍ୱାସ୍ଥ୍ୟସେବା ଶିବିର

ଇମ୍ଫା ଶିଳ୍ପଗୋଷ୍ଠୀ ପକ୍ଷରୁ ବହୁମୁଖୀ ମାଗଣା ସ୍ୱାସ୍ଥ୍ୟସେବା ଶିବିର


#ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ୧୦ନମ୍ବର ୱାର୍ଡ଼ ସ୍ଥିତ ଯଯାତୀ କେଶରୀ କ୍ଲବ୍ ପରିସରରେ ଇମ୍ଫା ଶିଳ୍ପଗୋଷ୍ଠୀର ସାମାଜିକ ଦାୟିତ୍ୱବୋଧ ଶାଖା ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ୍ ପକ୍ଷରୁ ଏକ ବହୁମୁଖୀ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚୌଦ୍ୱାର ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ଇମ୍ଫାର ବରିଷ୍ଠ ପ୍ରଶାସକ ଲଲାଟ କିଶୋର ମହାପାତ୍ର, ଧୀରେନ୍ କୁମାର ନାଥ ଓ ଡିଜିଏମ୍ ସାରଦା ପ୍ରସାଦ ରାଓ ପ୍ରମୁଖ ଯୋଗ ଦେଇ ଶିବିରଟିକୁ ଉଦ୍‌ଘାଟନ କରିଥିଲେ । ଭେଷଜ ବିଭାଗର ଡା. ରୋଜାଲିନ୍ ରାଉତରାୟ, ଡା. ସବ୍ୟସାଚୀ ମହାପାତ୍ର, ସ୍ତ୍ରୀ ଓ ପ୍ରସୂତି ବିଭାଗର ଡା. କାମଦେବ ସେଠୀ, ଶିଶୁରୋଗ ବିଶେଷଜ୍ଞ ଡା. ହିମାଂଶୁ ସାହୁ, ଅସ୍ଥିଶଲ୍ୟବିଭାଗର ଡା. ପ୍ରାର୍ଥ ଦାସ ଓ ଚକ୍ଷୁ ବିଶେଷଜ୍ଞ ଡା. ବବ୍‌ଲି କୁମାରୀ ଓଝା ପ୍ରମୁଖ ଯୋଗ ଦେଇ ରୋଗୀମାନଙ୍କର ମାଗଣା ପରୀକ୍ଷା କରିବା ସହ ଔଷଧ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୌର ନିର୍ବାହୀ ଅଧିକାରୀ ସଞ୍ଜିବ କୁମାର ମହାପାତ୍ର, କାଉନ୍‌ସିଲର ସୁବ୍ରତ କୁମାର ସାମଲ, ଅଜୟ କୁମାର ବେହେରା, ବିଜୟ କୁମାର ମଲ୍ଲିକ, ଆଶୁତୋଷ ଦାସ, ଅଜୟ କୁମାର ବେହେରା, ଦିଲ୍ଲୀପ ସାହୁ, ଇମ୍ଫାର ବରିଷ୍ଠ ଅଧିକାରୀ ସମରେନ୍ଦ୍ର ବେହୁରା, ରମେଶ ପଟ୍ଟନାୟକ, ଆଶିଷ ଦାସ, ବିଷ୍ଣୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶିବିରରେ ରଞ୍ଜନ ସାହୁ, ଆଶିଷ ବରାଳ, ବିରଜା ଦାସ, ସନ୍ତୋଷ ଭୂୟାଁ, ରଞ୍ଜନ କୁମାର ବାରିକ, ଉମାଚରଣ ପାତ୍ର, ରମେଶ ସ୍ୱାଇଁ, କାଜଲ ଭଟ୍ଟ, ସୁରେଖା ସାହୁ, ପ୍ରମିଳା ମଲ୍ଲିକ, ଦମୟନ୍ତୀ ମନ୍ତ୍ରୀ, ଅର୍ଚ୍ଚନା ମହାନ୍ତି, ବୀଣାପାଣି ଦାସ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଇମ୍ଫାର ସିନିୟର ମ୍ୟାନେଜର ମାନସ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରକୁ ବରିଷ୍ଠ ଲୋକସମ୍ପର୍କ ଅଧିକାରୀ ଧ୍ରୁବଚରଣ ରାଉତ ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *