ଜିଲ୍ଲାରେ ବଢ଼ୁଛି ବେଆଇନ ନିଶାକାରବାର ଜଗତପୁରରେ ୫କେଜି ଗଞ୍ଜେଇ ସହ ଜଣେ ଓ ଫୁଲନଖରା ଠାରେ୨୩୬ଗ୍ରାମ ହେରୋଇନ ସହ ୨ଗିରଫ

ଜିଲ୍ଲାରେ ବଢ଼ୁଛି ବେଆଇନ ନିଶାକାରବାର ଜଗତପୁରରେ ୫କେଜି ଗଞ୍ଜେଇ ସହ ଜଣେ ଓ ଫୁଲନଖରା ଠାରେ୨୩୬ଗ୍ରାମ ହେରୋଇନ ସହ ୨ଗିରଫ

News by Umakanta Jena (Cuttack)

#କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲାରେ ଏବେ ବ୍ୟାପକ ଚୋରା ନିଶା କାରବାର ବେଶ ବୃଦ୍ଧି ପାଇଛି । ତେବେ ଏହାକୁ ରୋକିବା ପାଇଁ ପୁଲିସ ଯେତେ ଯୋଜନା କରୁଥିଲେ ମଧ୍ୟ ନିଶା ବେପାରୀ ନିଜ ତରିକାରେ ବେପାର ଚଳାଇଛନ୍ତି । ତେବେ ଆଜି ସ୍ଥାନୀୟ ଜଗତପୁର ଥାନା ଅଞ୍ଚଳରେ ଏବେ ନିଶା ବେପାରୀ ସକ୍ରିୟ ହୋଇ ଉଠିଥିବାବେଳେ ଜଣେ ଚୋରା ଗଞ୍ଜେଇ ବେପାରିକୁ ଗିରଫ କରିବାରେ ପୁଲିସକୁ ସଫଳତା ମିଳିଛି । ଗିରଫ ଅଭିଯୁକ୍ତ କଟକ କିଶୋରନଗରର ମୂଳବାସିନ୍ଦା ତଥା ଜଗତପୁର ଥାନା ଅନ୍ତର୍ଗତ ସମୀକ୍ଷାନଗରର ରୁଦ୍ର ପ୍ରତାପ ସିଂହଙ୍କ ଘରେ ରହୁଥିବା ମାନସ ଦାସ(୪୨) ବୋଲି ଜଣାପଡ଼ିଛି । ତା’ ପାଖରୁ ଏକ ଜରି ବସ୍ତାରେ ଥିବା ୫ କେଜି ୧୦୦ ଗ୍ରାମ୍ ଓଜନର ଗଞ୍ଜେଇ ଜବତ ହୋଇଛି । ମିଳିଥିବା ସୂଚନା ମୁତାବକ, ମାନସ ଗତକାଲି ସାଢେ ୨ଟା ବେଳେ ଖଇରା ପୋଲ ନିକଟରେ ଏକ ଜରିବସ୍ତାରେ ଏହି ପରିମାଣର ଗଞ୍ଜେଇ ନେଇ ଗ୍ରାହକଙ୍କୁ ଅପେକ୍ଷା କରିଥିବାର ଏକ ଗୁପ୍ତ ସୂଚନା ପାଇଁ ଥାନା ପୁଲିସ ସଦଳବଳେ ସେଠାରେ ଚଢଉ କରିଥିଲେ । ପୁଲିସକୁ ଦେଖି ମାନସ ଖସିପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ତାକୁ ମାଡ଼ିବସି ଥିଲା । ସେହିଭଳି ରାଜ୍ୟ ଅବକାରୀ ଆୟୁକ୍ତ ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶ କ୍ରମେ ଫ୍ଲାଇଙ୍ଗ ସ୍କ୍ୱାଡର କର୍ମଚାରୀମାନେ ଆଜି ସଦର ଥାନା ଅନ୍ତର୍ଗତ ଫୁଲନଖରା ଛକ ଠାରେ ଚଢାଉ କରି ଏକ ହିରୋ ଗ୍ଲାମର ବାଇକରେ ଯାଉଥିବା ଦୁଇ ଜଣ ଅସାମାଜିକ ଯୁବକଙ୍କୁ ଗିରଫ ସହିତ ସେମାନଙ୍କଠାରୁ ୨୩୬ ଗ୍ରାମ ଓଜନର ହେରୋଇନ ଓ ଗ୍ଲାମର ବାଇକ(ଓଡି-୦୫-ଏଟି-୧୫୩୨)କୁ ଜବତ କରିଥିବା ଜଣାପଡ଼ିଛି । ଗିରଫ ଯୁବକ ଦ୍ୱୟ ନିଆଳି ଅଞ୍ଚଳର ବିକାଶ ରାଉତ(୩୩) ଓ ପ୍ରକାଶ ସ୍ୱାଇଁ(୪୩) । ଜବତ ସମଗ୍ରୀର ମୂଲ୍ୟ ୨୩ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଆଜି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢଉରେ ଇନ୍ସପେକ୍ଟର ଦିଲ୍ଲିପ କୁମାର ବେହେରା, ଏସଆଇ ମୋଜି ସବର, ଏଏସଆଇ ନଟବର ମଲ୍ଲିକ, ରାଜକିଶୋର ନାଏକଙ୍କ ସମେତ ଅନ୍ତର୍ଯ୍ୟାମୀ ଆରଏନ ମଲ୍ଲିକ, ଦିଲିପ କୁମାର ନନ୍ଦ, ରୋଜାଲିନ ପଟ୍ଟନାୟକ, ଦେବାଶିଷ ବେହେରା ପ୍ରମୁଖ ସାମିଲ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *