ଆନ୍ତର୍ଜାତିକ ମହିଳା ଦିବସ

ଆନ୍ତର୍ଜାତିକ ମହିଳା ଦିବସ
ପୌରାଣିକ ଓ ଐତିହାସିକ ପୃଷ୍ଠା ଓଲଟାଇଲେ ମହିଳା ମାନଙ୍କ ବୀରତ୍ୱ, ସାହସର କିର୍ତ୍ତି ସ୍ପଷ୍ଟ ପ୍ରକଟିତ: ଜିଲ୍ଲାପାଳ

News by Ajit Kumar Mallick (Konark)

#କୋଣାର୍କ/ପୁରୀ (ଏନ୍‌.ଏମ୍‌.): ମହିଳାମାନେ ସମାଜର ପ୍ରଗତିର କର୍ଣ୍ଣଧାର । ସେଥିପାଇଁ କୁହାଯାଏ ଜଣେ ମହିଳା ଶିକ୍ଷିତ ଓ ସଚେତନ ହେଲେ ସମଗ୍ର ପରିବାର ଶିକ୍ଷିତ ଓ ସଚେତନ ହୁଏ ବୋଲି ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ମତବ୍ୟକ୍ତ କରିଛନ୍ତି । ପୂର୍ବାହ୍ନରେ ସଦଭାବନା ସଭାଗୃହ ପରିସରରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଚଳିତ ମାସ ୩ ରୁ ୯ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ଆୟୋଜିତ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ସାହୁ ମହିଳା ମାନେ ଦୁର୍ବଳ ବା ଅସହାୟ ନୁହନ୍ତି । ପୌରାଣିକ ଓ ଐତିହାସିକ ପୃଷ୍ଠା ଓଲଟାଇଲେ ମହିଳା ମାନଙ୍କ ବୀରତ୍ୱ, ସାହସର କିର୍ତ୍ତି ସ୍ପଷ୍ଟ ପ୍ରକଟିତ । ଆଜିର ସମୟରେ ମହିଳାମାନେ ଦେଶ ଶାସନ ଠାରୁ ଆରମ୍ଭ କରି ଦେଶ ସୁରକ୍ଷା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ପାରଦର୍ଶିତା ଦେଖାଇଛନ୍ତି । ତେବେ ପ୍ରତ୍ୟେକ ମହିଳା ଶିକ୍ଷା ଓ ସ୍ୱାସ୍ଥ୍ୟ ସଚେତନ ହେବା ଉଚିତ । ଆଜିର ମା’ ମାନେ ସେମାନଙ୍କ ଦକ୍ଷତାର ଉପଯୋଗ କରି ଦେଶର ସମ୍ବଳ ଭାବେ ଉଭା ହୋଇଛନ୍ତି ବୋଲି କହିବା ସହ ପ୍ରତିଟି ଦିବସ ମହିଳା ଦିବସ ବୋଲି ଶ୍ରୀ ସାହୁ କହିଥିଲେ । ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ ମଞୁଳା ତ୍ରିପାଠୀ, ଡେପୁଟି କଲେକ୍ଟର ଆଦ୍ୟାଶା ରଥ,ଏଡିପିଏଚଓ ଡାକ୍ତର ଶୁଭଶ୍ରୀ ଦାସ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମମତା ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ମା’ ବା ମହିଳାଙ୍କ ବିନା ଯେପରି ପରିବାରର ସ୍ଥିତି ଦୁର୍ବଳ ହୋଇଥାଏ ସେହିପରି ସମାଜରେ ମହିଳାମାନଙ୍କୁ ଉପଯୁକ୍ତ ସମ୍ମାନ ନଦେଲେ ସମାଜ ଦୁର୍ବଳ ହୋଇଯିବ । ଆଜି ସବୁ କ୍ଷେତ୍ରରେ ମହିଳା ମାନେ ଅଗ୍ରଗତି କରିଛନ୍ତି । ସେମାନଙ୍କ ପ୍ରତିଭାର ବିକାଶ ଆଜିର ଦିବସର ସଂକଳ୍ପ ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଚିନ୍ମୟୀ ରଥ ଏଥିରେ ସଭାପତିତ୍ୱ କରିବା ସହ ଜିଲ୍ଲାରେ ମହିଳାମାନଙ୍କ ସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଚିନ୍ମୟୀ ରଥ, ଡିଏସପି ଅସ୍ମିତା ପରମିତା,ଏପିଡି ରଶ୍ମିରେଖା ଦାସ,ଉଦ୍ୟାନ ଉପନିର୍ଦ୍ଦେଶକ ମଞ୍ଜୁଳା ତ୍ରିପାଠୀ, ଡେପୁଟି କଲେକ୍ଟର ଆଦ୍ୟାଶା ରଥ,ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମମତା ମିଶ୍ର, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଅନିତା ପଟ୍ଟନାୟକ, ପିଓଆଇସିଡିଏସ ଶର୍ମିଷ୍ଠା ହୋତା, ମମତାର ଡିପିସି ପ୍ରଣତି ମହାନ୍ତି, ମିଶନ ଶକ୍ତିର ଡିପିସି ଆରତୀ ସାହୁ, ଏଡିପିଏଚଓ ଡା. ଶୁଭଶ୍ରୀ ଦାସଙ୍କୁ ମୁଖ୍ୟଅତିଥି ସମ୍ବର୍ଦ୍ଧିତ କରିଥିଲେ । ସିଡିପିଓ ଅସ୍ତରଙ୍ଗଙ୍କୁ ଶ୍ରେଷ୍ଠ ସିଡିପିଓ ତଥା ବାଲ୍ୟ ବିବାହ ପ୍ରତିରୋଧ ଅଧିକାରୀ ଭାବେ ସମ୍ମାନିତ କରାଯାଇଥିଲା । ସେହିପରି ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଁ ଅଙ୍ଗନବାଡି ସୁପରଭାଇଜର, ଅଙ୍ଗନବାଡ଼ି କର୍ମୀ ଓ ସହାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରୋଗ୍ରାମ ଅଫିସର ଶର୍ମିଷ୍ଠା ହୋତା ଧନ୍ୟବାଦ ଦେଇଥିଲେ । ଏଥିରେ ଜିଲ୍ଲା ସମାଜ କଲ୍ୟାଣ ଓ ମିଶନ ଶକ୍ତିର କର୍ମଚାରୀ ମାନେ ସହଯୋଗ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *