ଶ୍ରୀଗୁରୁ ପ୍ରଦ୍ୟୁମ୍ନ କିଶୋର ଦେବଙ୍କ ଜନ୍ମୋତ୍ସବ

ଶ୍ରୀଗୁରୁ ପ୍ରଦ୍ୟୁମ୍ନ କିଶୋର ଦେବଙ୍କ ଜନ୍ମୋତ୍ସବ

News by Padmalochan Mishra (Cuttack)

କଟକ(ଏନ୍‌.ଏମ୍‌.): ଶ୍ରୀଗୁରୁ ପ୍ରଦ୍ୟୁମ୍ନ କିଶୋର ଚାରିଟେବୁଲ୍ ଟ୍ରଷ୍ଟ୍ ଓ ମହାସତ୍‌ସଂଘ ପରିବାର ପକ୍ଷରୁ ବୟାଳିଶିମୌଜାର ରାଉତରାପୁରସ୍ଥିତ ମା ଶାରଦା ଆଶ୍ରମରେ ଶ୍ରୀଗୁରୁ ପ୍ରଦ୍ୟୁମ୍ନ କିଶୋର ଦେବଙ୍କ ଜନ୍ମୋତ୍ସବ ଓ ରାଜ୍ୟସ୍ତରୀୟ ପୂଜ୍ୟପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦୈବଜ୍ଞ ପଣ୍ଡିତ ପ୍ରମୋଦ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀଗୁରୁ ପ୍ରଦ୍ୟୁମ୍ନ କିଶୋର ଦେବ ଯୋଗ ଦେଇ ବର୍ତ୍ତମାନ ପୃଥିବୀକୁ ମାଡି ଆସୁଥିବା ବିଭିନ୍ନ ପ୍ରକାର ବିପଦରୁ ଦୂର କରିବା ପାଇଁ ମନୁଷ୍ୟ ଭିତରେ ଆଧ୍ୟାତ୍ମିକ ଚିନ୍ତାଧାରାର ଜାଗ୍ରତ ହେବା ଜରୁରୀ ହୋଇପଡିଛି ବୋଲି ମତବ୍ୟକ୍ତ କରିଥିଲେ । ଏଣୁ ଏହି ପରିପ୍ରେକ୍ଷୀରେ ପୃଥିବୀରେ ଶାନ୍ତି ପ୍ରତିଷ୍ଠା ଓ ଜଗନ୍ନାଥ ଧର୍ମର ପ୍ରଚାର ପ୍ରସାର ହେବା ମଧ୍ୟ ଆବଶ୍ୟକ ହୋଇପଡିଛି ବୋଲି ସେ କହିଥିଲେ । ଏହି ଅବସରରେ ସଂଗଠନ ପକ୍ଷରୁ ବିଶିଷ୍ଠ ମାଳିକା ଗବେଷକ ଦିବାକର ଦାସ ମହରାଜ, ସମାଜସେବୀ ଡିଷ୍ଟ୍ରିଟ୍ ଗଭର୍ଣ୍ଣର୍ ରୋଟାରୀ ଜୟଶ୍ରୀ ମହାନ୍ତି, ଜ୍ୟୋତିଷ ବିଶାରଦ ପ୍ରେମାନନ୍ଦ ସେନାପତି ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଶ୍ରୀଚୈତନ୍ୟ ଚନ୍ଦ୍ରାଶ୍ରମ ପୁରୀର ମଠ ପରିଚାଳକ ଶ୍ରୀଧର ମହାରାଜ, ବିଶିଷ୍ଠ କର୍ମକାଣ୍ଡବିତ୍ ପଣ୍ଡିତ ରମଶେ ଚନ୍ଦ୍ର ପତି, କୋଲ ଇଣ୍ଡିଆର ଚିଫ ମ୍ୟାନେଜେର ବିପିନ ବିହାରୀ ସାହୁ, ଡାକ୍ତର ଶିଦ୍ଧାର୍ଥ ପଟ୍ଟନାୟକ, ପରମାନନ୍ଦ ପ୍ରଭୁ, ଆଇନ ଅଧ୍ୟାପକ ଡକ୍ଟର ଅମରେନ୍ଦ୍ର ତାରେଣିଆ, ଅଧ୍ୟାପିକା ଅନୁସୟା ରଥ, ବରିଷ୍ଠ ସାମ୍ବାଦିକ ଅନୀଲ୍ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଅବସରରେ ଶାରଦାଶ୍ରୀ ଅପର୍ଣ୍ଣାଙ୍କ ତତ୍ୱାବଧାନରେ ଓଡିଶୀ ନୃତ୍ୟ ସଂଗୀତ ପରିଚାଳନା ହେବାସହିତ ରାଜ୍ୟର ନାମୀଦାମୀ କଳାକାରଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୁରୁମା ସ୍ୱାଧୀ ପ୍ରଜ୍ଞା ପାରମିତା ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସଂଯୋଜକ ଦିଲ୍ଲୀପ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଏହା ପରେ ସମ୍ପାଦକ ଅସିତ୍ କୁମାର ପ୍ରଧାନ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମାନସୀ ଦେବୀ, ରଞ୍ଜିତା ପରିଡା, ଅଳକା ସାହୁ, ଦେବାଶିଷ ପରିଡା, କରୁଣାକର ନାୟକ, ସୂର୍ଯ୍ୟକାନ୍ତ ସାହୁ, ଶିବାଶିଷ ଆଚାର୍ଯ୍ୟ, ଅଶ୍ୱିନୀ ମହାନ୍ତି, ଅଜୟ ବାରିକ, ପ୍ରଶାନ୍ତ ବେଉରା, ବିଶ୍ୱଜିତ ପରିଡା, ଦେବୀପ୍ରସାଦ ପାଣି, ନିଶିକାନ୍ତ ବେହେରା, କନକଲତା ଜେନା, ରଞ୍ଜିତା ସ୍ୱାଇଁ, ଶୁଶ୍ରୀ ସଂଗୀତା ପରିଡା, ଶେଖର ସୁମନ ସାହୁ, ସୌମ୍ୟଦିପ୍ ପାଣି, ଲଳିତ ସ୍ୱାଇଁ, ଅଶୋକ କୁମାର ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *