ବସ୍ତିବାସିନ୍ଦାଙ୍କୁ ଥଇଥାନ ନକରି ଉଚ୍ଛେଦ ବନ୍ଦ କରିବାକୁ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲା ଅଖିଳ ଓଡ଼ିଶା ଝୋପଡ଼ିପଟ୍ଟି ମହାସଂଘ

ବସ୍ତିବାସିନ୍ଦାଙ୍କୁ ଥଇଥାନ ନକରି ଉଚ୍ଛେଦ ବନ୍ଦ କରିବାକୁ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲା ଅଖିଳ ଓଡ଼ିଶା ଝୋପଡ଼ିପଟ୍ଟି ମହାସଂଘ

News by Padmalochan Mishra (Cuttack)

କଟକ(ଏନ୍‌.ଏମ୍‌.): ସରକାର ଓ ପ୍ରଶାସନ ଜନସାଧାରଣଙ୍କୁ ଲଲିପପ୍ ଭଣ୍ଡାଇବା ଦୁର୍ଭାଗ୍ୟଜନକ ବୋଲି ଅଖିଳ ଓଡ଼ିଶା ଝୋପଡ଼ି ପଟ୍ଟି ମହାସଂଘ ‘ଏକତା’ ପକ୍ଷରୁ ଅଭିଯୋଗ ହୋଇଛି । ଗରିବ ବସ୍ତିବାସିନ୍ଦାମାନଙ୍କୁ ନିର୍ବାଚନ ସମୟରେ ଆଖି ଖୋସିହେବା ଭଳି ପ୍ରତିଶ୍ରୁତି ଦେଇ ଶେଷରେ ପ୍ରତାରଣା କରାଯାଉଥିବା କୁହାଯାଇଛି । ଏପରିକି କଟକରେ ନିର୍ବାଚନ ପୂର୍ବରୁ ବସ୍ତି ବାସିନ୍ଦାଙ୍କୁ ଜାଗା ମିଶନରେ ଥଇଥାନ କରିବାର ଭେଳିକି ଦେଖାଇ ଭୋଟ ନେଇଗଲା ପରେ ଏବେ ବସ୍ତି ଭାଙ୍ଗିଲା ବେଳକୁ କାହାରି ଦେଖା ନଥିବା ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି । ଏପରିକି ଜଗତପୁର ଅଞ୍ଚଳର ନଜରପୁର ମୁଣ୍ଡା ସାହିକୁ ରେଲୱେ ଭାଙ୍ଗିବାକୁ କହିଥିବାବେଳେ ନିର୍ବାଚନ ସମୟରେ ଜାଗାମିଶନର ଡିଣ୍ଡିମ ବାଡେଇ ଭୋଟ ନେଇଥିବା ଶାସକ ଦଳ ଏବଂ ପ୍ରଶାସନ କହୁଛନ୍ତି ଯେ ଏହି ଉଚ୍ଛେଦ ଯେହେତୁ ରେଲୱେ ଜାଗାରେ ହେଉଛି ତେଣୁ ଏହାକୁ ରାଜ୍ୟ ସରକାର ଜାଗାମିଶନରେ ଥଇଥାନ କରାଯିବ ନାହିଁ । ଫଳରେ ବସ୍ତିବାସିନ୍ଦା ସବୁଠାରୁ ନିରାଶ ହେବାପରେ ଆଜି ମାଗଣା ଆଇନ ଯୋଗାଉ ଥିବା ଅନୁଷ୍ଠାନର କ୍ଳାପର ସଭାପତି ଡକ୍ଟର ବିକାଶ ଦାସଙ୍କ ସହଯୋଗରେ “ଏକତା’ର ସଭାପତି ବୃନ୍ଦାବନ ଦାସ ଆଜାଦଙ୍କ ନେତୃତ୍ୱରେ ଶତାଧିକ ବସ୍ତି ବାସିନ୍ଦା ଭୁବନେଶ୍ୱର ଏକ ବିରାଟ ଶୋଭାଯାତ୍ରାରେ ଯାଇ ଉଚ୍ଛେଦ ପୂର୍ବରୁ ଥଇଥାନ ପାଇଁ ରାଜ୍ୟ ମାନବ ଅଧିକାର କମିଶନ ନିକଟରେ ଏକ ମାମଲା ରୁଜ୍ଜୁ କରିଛନ୍ତି । ଏଥିପାଇଁ କ୍ଳାପ ଅନୁଷ୍ଠାନ ତରଫରୁ କେଶ ଲଢ଼ିବାପାଇଁ ଆଇନଜୀବୀ ବିଜୟ କୁମାର ମିଶ୍ର, ଆଇନଜୀବୀ ଚନ୍ଦ୍ରଦେବ ପୁରୋହିତ, ଆଇନଜୀବୀ ସଦାନନ୍ଦ ବାଗ, ଆଇନଜୀବୀ ପ୍ରିୟଦର୍ଶିନୀ ବିଶ୍ୱାଳ ପ୍ରମୁଖ ସହଯୋଗର ହାତ ବଢ଼ାଇଛନ୍ତି । ଶ୍ରୀ ଆଜାଦଙ୍କ ସମେତ ବାଉ ପାତ୍ର, ରଥ କିଶୋର ନାୟକ, ଜଗନ୍ନାଥ ଦାସ, ଦାସ ଚମ୍ପିଆ, ବଇଁଶୀ ବିରୁଆ, ରଞ୍ଜୁ ପାତ୍ର, ପାର୍ବତୀ ବିରୁଆ, ମିନି ସାହୁ, କନକ ସେନାପତି ପ୍ରମୁଖ କଟକରୁ ଭୁବନେଶ୍ୱର ପର୍ଯ୍ୟନ୍ତ ହୋଇଥିବା ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *