ପାର୍ବଣ ପ୍ରସ୍ତୁତି ଲୋକଦେଖାଣିଆ: ରାସ୍ତା କଡରେ ପଡିରହିଛି କୁଢକୁଢ ଅଳିଆ ଆର୍ବଜନା

ପାର୍ବଣ ପ୍ରସ୍ତୁତି ଲୋକଦେଖାଣିଆ: ରାସ୍ତା କଡରେ ପଡିରହିଛି କୁଢକୁଢ ଅଳିଆ ଆର୍ବଜନା

News by Kanhu Charan Panda (Cuttack)

କଟକ(ଏନ୍‌.ଏମ୍‌.): ଶାରଦୀୟ ଦୁର୍ଗାପୂଜା ପାଇଁ କଟକ ସହର ବେଶ ଚଳ ଚଞ୍ଚଳ ହୋଇପଡିଛି । ଏହି ପରିପ୍ରେକ୍ଷୀରେ ସିଏମସି ପକ୍ଷରୁ ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଛି । ହେଲେ ଏହା ଲୋକ ଦେଖାଣିଆ ବୋଲି ସାଧାରଣରେ ଅଭିଯୋଗ ଉଠିଛି । ସମ୍ପ୍ରତି ପାର୍ବଣ ପାଇଁ ରାସ୍ତାଘାଟ ସଫେଇ ଚାଲିଥିବାବେଳେ ରାସ୍ତାକଡ଼ରେ କୁଢ଼କୁଢ଼ ଆବର୍ଜନା ପଡ଼ି ରହିଛି । ଗୋଟିଏ ପଟେ ଜାଇକା ସହରବାସୀଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବାବେଳେ ଆଉ ଗୋଟିଏ ପଟେ ସିଏମସି ରାସ୍ତା ଘାଟ ସଫା ସୁତରା ରଖିବା ବଦଳରେ କଟକ ସହରର ବିଭିନ୍ନ ଗଳି କନ୍ଦିର ଅଳିଆ ଆର୍ବଜନା ଗୁଡିକ ଆଣି ରାସ୍ତା କଡରେ ଗଦାଉଛି । ଏପରିକି ସାହି ବସ୍ତିର ଅଳିଆ ଆର୍ବଜନା ସବୁ ବୋହି ଆଣି ରାସ୍ତା କଡରେ ପକାଇ ଦେବା ଯୋଗୁଁ ସେଠାରେ ପୂତ୍ତଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ଏଭଳି ଅବ୍ୟବସ୍ଥା ସ୍ଥାନୀୟ ମାଛୁଆ ବଜାର ହାୱଡା ମୋଟର ପେଟ୍ରୋଲ ପମ୍ପ ସାମ୍ନା ଗଳିରେ ଦୀର୍ଘ ଦିନ ଧରି କୁଢ଼କୁଢ଼ ଆବର୍ଜନା ପଡ଼ି ରହିଥିଲେ ମଧ୍ୟ ସିଏମସି ଏହାକୁ ସ୍ଥାନାନ୍ତର ନକରିବା ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ ହୋଇଛି । ଏହି ରାସ୍ତାରେ କଟକ ଭିଜିଲାନ୍ସ ଅଫିସ ରହିଥିବାରୁ ପ୍ରତିଦିନ ବହୁ ଭିଜିଲାନ୍ସ ଅଧିକାରୀ ଓ ପୁଲିସ ବାହିନୀ ଏହି ରାସ୍ତା ଦେଇ ଯାତୟାତ କରିଥାନ୍ତି । ଦୁର୍ଗନ୍ଧରେ ଏହି ରାସ୍ତାରେ ଯାତୟାତ କରିବା ସମ୍ଭବ ପର ହେଉନଥିବା ବେଳେ ଘୁଷୁରି, ଷଣ୍ଢ ଓ ଗାଇ ଗୋରୁ ପ୍ରଭୃତି ଏହି ଅଳିଆ ଆର୍ବଜନା କୁ ଅଧିକ ଘାଣ୍ଟି ଦେଉଥିବା ଯୋଗୁଁ ପରିବେଶ ସମ୍ପୂର୍ଣ୍ଣ ନଷ୍ଟ ହେଉଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଫଳରେ ଏହି ରାସ୍ତା ଦେଇ ସାଧାରଣ ଲୋକେ ଚାଲିଚାଲି ଯିବା ସମ୍ଭବପର ହେଉନାହିଁ । ସେଥିପାଇଁ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କୁ ସେମାନଙ୍କର ଅଭିଭାବକ ମାନେ ନାକରେ ରୁମାଲ ବା କପଡା ଦେଇ ନିଜ ପିଲା ମାନଙ୍କୁ ନେବା ଆଣିବା କରୁଥିବା ଦେଖିବାକୁ ମିଳୁଛି । ତେବେ ଏ ନେଇ ସିଏମସି ମେୟର ଦୃଷ୍ଟି ଦେବା ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *