ଜଗତପୁର ଗଣେଷ ମେଲଣ: ବର୍ଷାକୁ ଖାତିର ନାହିଁ; ଭିଜିଭିଜି ନାଚିଲେ

ଜଗତପୁର ଗଣେଷ ମେଲଣ: ବର୍ଷାକୁ ଖାତିର ନାହିଁ; ଭିଜିଭିଜି ନାଚିଲେ

News From Kanhu Charan Panda (Jagatpur)

ଜଗତପୁର(ଏନ୍‌.ଏମ୍‌.): ଜଗତପୁରରେ ଗଣେଶ ମେଲଣ ବେଶ ଧୁମଧାମରେ ପାଳିତ ହୋଇ ଯାଇଛି । ବାଜା, ବାଣ, ରୋଷଣି ସହିତ ବଭିନ୍ନ ରଙ୍ଗ ବେରଙ୍ଗ ଫୋକ୍ସ ଲାଇଟରେ ଶାନ୍ତି ଶୃଙ୍ଖଳାର ସହିତ ଏହି ଭଷାଣି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବର୍ଷା କାରଣରୁ ରାସ୍ତା ଘାଟ ଜମି ରହିଥିବା ପାଣି କାଦୁଅକୁ ଖାତିର ନକରି ମେଢ ପରେ ମେଢ ଗଡିଚାଲିଥିଲା । କଟକ ଡିସିପି ପନାକ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ରବିବାର ଗଣେଶଙ୍କର ଭଷାଣି ହୋଇପାରିବ ବୋଲି ନିର୍ଦ୍ଦେଶ ଦେବା ପରେ ଆଜି ଜଗତପୁର ଅଞ୍ଚଳର ଭୂବନପୁର ନୂଆ ସାହି ରାଧା ଗୋବିନ୍ଦ ଜୀୟୁ ପୂଜା କମିଟି, ଫକିରପୁର ପଣ୍ଡା ସାହି ଗୋପାଳଜିୟୁ ପୂଜା କମିଟି, ଫକିରପୁର ବଊଳେଇ ସାହିର ବଉଳେଇ ହର ପାର୍ବତି ପୂଜା କମିଟି ଓ ନିମପୁର ସବର ସାହି ବୈକୁଣ୍ଠ ବିହାର ପୂଜା କମିଟି ୪ ଗୋଟି ମେଢ ଅପରାହ୍ନ ୫ଟା ୩୦ ଘଟିକାରୁ ପୂଜା ମଣ୍ଡପରୁ ଶୋଭାଯାତ୍ରାରେ ବାହାରି ଥିଲା । ବିଭିନ୍ନ ବ୍ୟାଣ୍ଡ ପାଟି, ଶିଘଂ ବାଜା, ପଞ୍ଜାବୀ ବାଜା ଓ ଘଣ୍ଟ ବାଦ୍ୟ ତାଳେ ତାଳେ ପ୍ରଭୁ ଗଜାନନଙ୍କର ସାହି ପରିକ୍ରମା କରାଯାଇ ଥିଲା । ତୁହାକୁ ତୁହା ବର୍ଷାକୁ ଖାତିର ନକରି ସେହି ବର୍ଷାରେ ବିଭିନ୍ନ ବାଜା ତାଳେ ତାଳେ ନାଚର ସୁଅ ଛୁଟିଥିଲା । ରାତି ୧୦ ଘଟିକାରେ ପ୍ରଭୁ ଶ୍ରୀ ଗଣେଷଙ୍କୁ ମହାନଦୀରେ ବିର୍ସଜିତ କରାଯାଇ ଥିଲା । ଏହି ଭସାଣି ଶୋଭାଯାତ୍ରା ପାଇଁ ୪୮ନମ୍ବର ୱାର୍ଡ କର୍ପୋରେଟରଙ୍କ ପ୍ରତିନିଧି ନାଗେଶ୍ୱର ବେହେରା ରାସ୍ତା ଘାଟ ସଫେଇ, ମୁକୁଳା ଡ୍ରେନ ମାନଙ୍କରେ ସ୍ଲାବ, ରାସ୍ତା କଡରୁ ଛୋଟ ବଡ ଗଛ କାଟି ସଫା କରାଇଥିବାବେଳେ ପୁଲିସ ପ୍ରଶାସନ ପକ୍ଷରୁ ଜଗତପୁର ଥାନା ଭାରପ୍ରାପ୍ତ ଅଧିକାରୀ ରବିନ୍ଦ୍ର ନାଥ ମେହେରଙ୍କ ଉଦ୍ୟମ କ୍ରମେ ଚଳିତ ଗଣେଶ ଭଷାଣିରେ ଅସାମାଜିକ ବ୍ୟକ୍ତିଙ୍କ ଉପରେ ନଜର ଓ ଗଣ୍ଡଗୋଳକୁ ନିୟନ୍ତଣ କରିବା ପାଇଁ ବିଭିନ୍ନ ଛକ ଛକରେ ସିସି ଟିଭି କ୍ୟାମେରା ମଧ୍ୟ ଲଗାଯାଇଛି । ଗତ ଦୁଇ ବର୍ଷ ହେଲା କରୋନା ମହାମାରୀ ଯୋଗୁଁ ଯାନୀ ଯାତ୍ରା ଆଦି ବନ୍ଦ ଥିବାରୁ ଚଳିତ ବର୍ଷ ବେଶ ଧୁମଧାମରେ ପାଳିତ ହେଉଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *