ଗଣ୍ଡଗୋଳ ଘଟଣାରେ ସଂପୃକ୍ତ ଅଭିଯୋଗରେ ୬ଗିରଫ

ଗଣ୍ଡଗୋଳ ଘଟଣାରେ ସଂପୃକ୍ତ ଅଭିଯୋଗରେ ୬ଗିରଫ

News by Sambit Bhusan Senapati (Khandapada)

ଖଣ୍ଡପଡା(ଏନ୍‌.ଏମ୍‌.): ଖଣ୍ଡପଡ଼ା ଅଞ୍ଚଳରେ ଏକ ଗଣ୍ଡଗୋଳ ଘଟଣାରେ ୬ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନଙ୍କ ନାମରେ ମଧ୍ୟ ବିଭିନ୍ନ ମାମଲା ରହିଥିବା ଜଣାପଡ଼ିଛି । ପ୍ରକାଶ ଯେ, ଖଣ୍ଡପଡା ଥାନା ଅଧିନ କୋସକା ପଞ୍ଚାୟତର ଯୋଗୀଯୋଗିଆଣୀ ପୀଠକୁ ଗତ ରବିବାର ପରିଦର୍ଶନରେ ଯାଇଥିବା ମର୍ଦ୍ଦରାଜପୁର ଗ୍ରାମର ସୁଧୀର କୁମାର ବେହେରା(୪୦)ଙ୍କୁ କେତେକ ବ୍ୟକ୍ତି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ନିସ୍ତୁକ ମାଡ ମାରିଥିବା ନେଇ ସୁଧୀର ଖଣ୍ଡପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ବିଭିନ୍ନ ଦଫାରେ ମାମଲା ରୁଜୁ କରିଥିଲା । ଗଣ୍ଡଗୋଳ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ପୁଲିସ କୁମ୍ଭାରପଡା ପଞ୍ଚାୟତ ଅଧିନ ଜାକେଲା ଗ୍ରାମର ପ୍ରମୋଦ କୁମାର ପରିଡା(୫୨), ସାଗର ନାୟକ(୨୦), ପ୍ରହଲ୍ଲାଦ ନାୟକ(୩୮), ପ୍ରଦୀପ କୁମାର ନାୟକ ଓରଫ କାଠିଆ, ବାଦଲ ନାୟକ(୨୨), ପବିତ୍ର ନାୟକ(୧) ପ୍ରମୁଖ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଥିବା ଖଣ୍ଡପଡ଼ା ଆଇଆଇସି ରମେଶ କୁମାର ଦେବତାଙ୍କ ସୂଚନା ଦେଇଛନ୍ତି । ତେବେ କୋର୍ଟରେ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଖଣ୍ଡପଡା ଉପକାରାଗାରକୁ ପଠାଇ ଦିଆଯାଇଛି । ସୂଚନା ଯୋଗ୍ୟ ଯେ, ଉକ୍ତ ୬ଜଣ ଅସାମାଜିକ ବ୍ୟକ୍ତିମାନେ ସ୍ଥାନୀୟ ଦଶପଲ୍ଲା ଥାନା ଅଧିନ ମଧ୍ୟଖଣ୍ଡ ଗ୍ରାମର ବିକାଶ କୁମାର ବାରିକଙ୍କୁ ମଧ୍ୟ ବାଟରେ ନିସ୍ତୁକ ମାଡମାରି ଟଙ୍କା ଛଡାଇ ନେଇଥିବା ନେଇ ବିକାଶ ଖଣ୍ଡପଡା ଥାନାରେ ଲିଖିତ ଅଭିଯୋଗ କରିଥିବା ଥାନା ସୁତ୍ରରୁ ଜଣାପଡିଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *