ବଡମ୍ବା ରୁ ହାତୀ କଙ୍କାଳ ମିଳିବା ଘଟଣାରେ ଏସଆଇଟି ଟିମର ତଦନ୍ତ

ବଡମ୍ବା ରୁ ହାତୀ କଙ୍କାଳ ମିଳିବା ଘଟଣାରେ ଏସଆଇଟି ଟିମର ତଦନ୍ତ

News by Maheswar behera (Athagarh)

ଆଠଗଡ଼(ଏନ୍‌.ଏମ୍‌.): କଟକ ବଡମ୍ବା ରେଞ୍ଜର ଚନ୍ଦ୍ରଗିରି ଓ ଖାରୋଡ଼ ସଂରକ୍ଷିତ ଜଙ୍ଗଲରୁ ୩ଟି ହାତୀ ମୃତ୍ୟୁର ତଦନ୍ତ ଆରମ୍ଭ କରିଛି ସ୍ୱତନ୍ତ୍ର ଇନଭେଷ୍ଟିଗେସ ଟିମ(ଏସଆଇଟି) । ତେବେ ମାସେ ଭିତରେ ରିପୋର୍ଟ ହେବା ନେଇ ସୂଚନା ଦେଇଛି ଏସଆଇଟି । କେନ୍ଦ୍ର ସରକାରଙ୍କ ତାଗିଦ ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଲା । ବଡମ୍ବାରୁ ହାତୀ କଙ୍କାଳ ମିଳିବା ଓ ଗୁଳିମାଡ଼ ହୋଇଥିବା ହାତୀର ମୃତ୍ୟୁ ଘଟଣାର ତଦନ୍ତ ଲାଗି ଆଜି ସ୍ୱତନ୍ତ୍ର ଇନଭେଷ୍ଟିଗେସନ ଟିମ୍‌(ଏସ୍‌ଆଇଟି) ବଡମ୍ବା ଗ୍ରସ୍ତରେ ଆସିଛନ୍ତି । ଆଠଗଡ ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବ ଉଭୟ ଚନ୍ଦ୍ରଗିରି ଏବଂ ଖାରୋଡ଼ର ଖୋଲ ଅଞ୍ଚଳ ପରିଦର୍ଶନ କରାଇଛନ୍ତି । ଅନୁଗୁଳ ସର୍କଲର ଚିଫ୍ କନ୍ଜରଭେଟର ଅଫ୍ ଫରେଷ୍ଟ(ସିସିଏଫ୍‌)ଙ୍କ ଅଧ୍ୟକ୍ଷତାରେ ଗଠିତ ଟିମରେ କଞ୍ଜରଭେଟର ଅଫ୍ ଫରେଷ୍ଟ(ଇଟି) ଓ କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ(ଡିଏସପି ର‌୍ୟାଙ୍କ) ସଦସ୍ୟ ରହିବେ । ତଦନ୍ତ ସମୟରେ ଯେଉଁ ଅଧିକାରୀଙ୍କ ସମ୍ପୃକ୍ତି ଆସିବ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟିମ ପକ୍ଷରୁ କୁହାଯାଇଛି । ଏହି ୬ ଜଣିଆ ଟିମରେ ସିସିଏଫ ୱାଇଲ୍ଡ ଲାଇଫ ମନୋଜ ଭି. ନାୟାର , ସିଏଫ ୱାଇଲ୍ଡ ଲାଇଫ କେଦାର ସ୍ୱାଇଁ, ଆସିସିଏଫ ଅନୁଗୋଳ ଯୋଗ ଦୟାନନ୍ଦ, ଡିଏସପି ଏସଟିଏଫ ଦିଲ୍ଲୀପ କୁମାର ସାହୁ, ଡାକ୍ତର ଇନ୍ଦ୍ରମଣି ନାଥ, ପ୍ରଫେସର ଭେଟରିନାରୀ ସର୍ଜରୀ, ଓୟୁଏଟି, ଡକ୍ଟର ଶିବ ପ୍ରସାଦ ପରିଡା, ଆସୋସିଏଟ ପ୍ରଫେସର, ସେଞ୍ଚୁରିଆନ ୟୁନିଭରସିଟି, କଙ୍କାଳ ବିଶେଷଜ୍ଞଙ୍କ ସମେତ ଶୁଭେନ୍ଦୁ ମଲ୍ଲିକ, ଅବୈତନିକ ବନ୍ୟ ପ୍ରାଣୀ ତତ୍ତ୍ୱାବଧାରକ, ଖୋର୍ଦ୍ଧା ଏବଂ ପୁରବୀ ପାତ୍ର, ଅନିମାଲ ୱେଲଫେୟାର ଟ୍ରଷ୍ଟ ଏକାମ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *