ଚୌଦ୍ୱାର କଲେଜରେ ଆନ୍ତର୍ଜାତିକ ଯୋଗ ଦିବସ

ଚୌଦ୍ୱାର କଲେଜରେ ଆନ୍ତର୍ଜାତିକ ଯୋଗ ଦିବସ

News by Smruti Ranjan Tripathy (Choudwar)

ଚୌଦ୍ୱାର(ଏନ୍‌.ଏମ୍‌.): ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶରେ ପାଳନ କରାଯାଉଛି ଆଜାଦିର ଅମୃତ ମହୋତ୍ସବ ଓ ଆନ୍ତର୍ଜାତିକ ଯୋଗ ଦିବସ । ଅଧକ୍ଷ ଡକ୍ଟର ଉମେଶ ଚନ୍ଦ୍ର ଦେବତାଙ୍କ ପୌରହିତ୍ୟରେ ଚୌଦ୍ୱାର କଲେଜର ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀଙ୍କ ସହଯୋଗ କ୍ରମେ ଆନ୍ତର୍ଜାତିକ ବିଶ୍ୱ ଯୋଗ ଦିବସ ପାଳିତ ହୋଇଥିଲା । ଏହି ଉପଲକ୍ଷେ ଛାତ୍ରଛାତ୍ରୀ ମାନଙ୍କୁ ଡକ୍ଟର ଦେବତା ଆଜି ଯୋଗ ଓ ପ୍ରାଣାୟାମ ଶିକ୍ଷା ପ୍ରଦାନ କରିଥିଲେ । ଯୋଗ କାର୍ଯ୍ୟକ୍ରମ ପରେ କଲେଜ ପରିସରରେ ଏକ ସ୍ୱତନ୍ତ୍ର ସଭାର ଆୟୋଜନ କରାଯାଇଥିଲା । ଏଥିରେ କଲେଜର ଛାତ୍ରଛାତ୍ରୀ, ପ୍ରାଧ୍ୟାପକ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଯୋଗଦେଇ ଯୋଗ ଶିକ୍ଷା କରିଥିଲେ । କଲେଜର ଅଧ୍ୟକ୍ଷ ଡକ୍ଟର ଦେବତା ଯୋଗ ମହୋତ୍ସବକୁ ପ୍ରଦୀପ ପ୍ରଜ୍ୱଳନ କରି ପ୍ରଥମେ ଉଦଘାଟନ କରିଥିଲେ । ଏହି ଅବସରରେ ଯୋଗର ଐତିହ, ପରମ୍ପରା, ଦୈନଦିନ ଜୀବନରେ ଏହାର ଆବଶ୍ୟକତା ଉପରେ ସେ ଆଲୋକପାତ କରିଥିଲେ । ବାଣିଜ୍ୟ ବିଭାଗର ମୂଖ୍ୟ ପ୍ରାଧ୍ୟାପକ ପ୍ରଭାକର ମିଶ୍ର ଯୋଗରେ ପ୍ରାଣ, ଓମର ମହତ୍ୱ ତଥା ଯୋଗର ଇତିହାସ ଉପରେ ଆଲୋକପାତ କରିଥିଲେ । ପ୍ରାଧ୍ୟାପିକା ଡକ୍ଟର ପ୍ରଭାବତୀ ପଢିହାରୀ ଯୋଗର ଉପାଦେୟତା ତଥା ନିୟମିତ ଜୀବନ ଶୈଳୀରେ ଯୋଗର ଭୂମିକାକୁ ନେଇ ଗୁରୁତ୍ୱାରୋପ କରିଥିଲେ । ଅଧ୍ୟାପକ ଯୁକ୍ତେଶ୍ୱର ଦାସ ଗୁଣାତ୍ମକ ଯୋଗ ଶିକ୍ଷା ଉପରେ ଆଲୋଚନା କରିଥିବାବେଳେ ଅଧ୍ୟାପକ ବସନ୍ତ କୁମାର ବିଶ୍ୱାଳ ନିୟମିତ ଜୀବନଚର୍ଯ୍ୟାକୁ ଶୃଙ୍କଳିତ କରିବା ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଯୋଗ ଉଦ୍ୟୋଗୀ ସୃଷ୍ଟି କରିବା, ଗୁଣାତ୍ମକ ଶିକ୍ଷା, ଯୋଗକୁ ଲୋକାଭିମୁଖୀ କରିବାପାଇଁ ଯୋଗ କଲେଜ ଦ୍ୱାରା ପୋଷ୍ୟ ଗ୍ରାମ ଗ୍ରହଣ ଓ ଗୁଣାତ୍ମକ ଯୋଗଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜର ବରିଷ୍ଠ ପ୍ରାଧ୍ୟାପିକା କ୍ଷୀରାବ୍ଧୀ ଚୌଧୁରୀ, ହରପ୍ରିୟା ମହାପାତ୍ର ପ୍ରମୁଖ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତ ରଖିଥିଲେ । ଅଧ୍ୟାପିକା ତନ୍ମୟୀ ତ୍ରିପାଠୀ ଓ କବିତା ରାଣୀ ଘଡାଇ ପ୍ରମୁଖ ଯୋଗ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଖେଳ ଶିକ୍ଷକ ବୈଦ୍ୟନାଥ ନାୟକ ଧନ୍ୟବାଦ ଦେଇଥିଲେ । ଏଥିରେ ପ୍ରାୟ ଦୁଇଶହରୁ ଅଧିକ ଯୋଗ ଛାତ୍ର-ଛାତ୍ରୀ, ଶିକ୍ଷକ, ଶିକ୍ଷାବିତ ଯୋଗଦେଇ ଯୋଗାସନ, ପ୍ରାଣାୟାମ, ଧ୍ୟାନ ଆଦି ଯୋଗ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *