ମାହାଙ୍ଗା ବ୍ଲକ କଂଗ୍ରେସର ସଂକଳ୍ପ ଅଭିଯାନ

ମାହାଙ୍ଗା ବ୍ଲକ କଂଗ୍ରେସର ସଂକଳ୍ପ ଅଭିଯାନ

News by Ramesh Das(Mahanga)

ମାହାଙ୍ଗା(ଏନ୍‌.ଏମ୍‌.): କଟକ ଜିଲ୍ଲା ମାହାଙ୍ଗା ବ୍ଲକ ମୋଗଲପାଟଣା ଠାରେ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ନବ ସଂକଳ୍ପ ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ପ୍ରଥମ ଥର ପାଇଁ ତୃଣମୂଳସ୍ତରରୁ କଂଗ୍ରେସ ଦଳକୁ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ କର୍ମୀ ମାନକୁ କଠୋର ପରିଶ୍ରମ କରି ଲୋକମାନଙ୍କ ସାଥିରେ ରହି କାର୍ଯ୍ୟ କରିବାକୁ ମାହାଙ୍ଗା କଂଗ୍ରେସ ନେତା ଦେବେନ୍ଦ୍ର ସାହୁ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ କଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ରହି ଆଜିକା ସମୟରେ କିପରି ପେଟ୍ରଲ ଡିଜେଲ ଠାରୁ ଆରମ୍ଭ କରିସୋରିଷ ତେଲର ଦର ଦମ ବୃଦ୍ଧିକୁ ନେଇ ଖୋଭ ପ୍ରକାଶ କରିବା ସହ ଏହା ବିରୁଦ୍ଧରେ ଏକ ଆନ୍ଦୋଳନର ଆହ୍ୱାନ ଦେଇଥିଲେ । ବିଗତ ବ୍ରଜରାଜନଗର ନିର୍ବାଚନରେ ଦଳ ଦ୍ୱିତୀୟ ସ୍ଥାନରେ ରହିବା ଓ ନୂତନ ପିସିସି ସଭାପତି ଶରତ ନାୟକ ନେତୃତ୍ୱରେ ଦଳ ନିଶ୍ଚିତ ୯ରୁ ୯୦ସିଟ ଅଧିଗ୍ରହଣ କରି ସରକାରକୁ ଆସିବ ବୋଲି ମତ ରଖିଥିଲେ ଦେବେନ୍ଦ୍ର ବାବୁ । ମାହାଙ୍ଗା ଡବଲ ମଡ଼ର ଠାରୁ ଆରମ୍ଭ କରି ବିଭିନ୍ନ ଦୃନୀତିର ଫର୍ଦ୍ଦ ବଖାଣି କଂଗ୍ରେସ କର୍ମୀଙ୍କୁ ଆଗାମୀ ଦୁଇ ବର୍ଷ ଭିତରେ ସଂଗଠନ ମଜଭୁତ କରିବାକୁ ପରାମର୍ଶ ଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ ଯୁବ ନେତା ଉତ୍ତମ ବେହେରାଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ରହି ଏକଜୁଟ ହୋଇ କଂଗ୍ରେସ କିପରି ସାଙ୍ଗଠନିକ ଦକ୍ଷତା ସହ କାର୍ଯ୍ୟ କରିବ ସମସ୍ତେ ସଂକଳ୍ପ ନେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *