ସିଏମସି ୪୦ ନମ୍ବର ୱାର୍ଡ଼ରେ ମିଶନଶକ୍ତି ଗୃହ ଉଦ୍‌ଘାଟନ

ସିଏମସି ୪୦ ନମ୍ବର ୱାର୍ଡ଼ରେ ମିଶନଶକ୍ତି ଗୃହ ଉଦ୍‌ଘାଟନ

News by Rajendra Pradhan (CTC)

କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ ଅନ୍ତର୍ଗତ ୪୦ନମ୍ବର ୱାର୍ଡ଼ ଯୋବ୍ରା ମାଟିଆମଙ୍ଗଳା ଛକ ନିକଟରେ ସିଏମସି ପକ୍ଷରୁ ନିର୍ମାଣ କରାଯାଇଥିବା ମିଶନ ଶକ୍ତି ଗୃହର ଶୁଭ ଉଦ୍‌ଘାଟନ ଅନୁଷ୍ଠିତ ହୋଇଯାଇଛି । ସିଏମସି ମେୟର ସୁବାସ ସିଂହଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ୪୦ ନମ୍ବର ୱାର୍ଡ଼ କର୍ପୋରେଟର ଝିଲ୍ଲୀ ବିହାରୀ, ପୂର୍ବତନ କର୍ପୋରେଟର ଜୟଦେବ ଜେନା, ସିଏମସି ନିର୍ବାହୀଯନ୍ତ୍ରୀ ଇଂ. ଦିବ୍ୟରଞ୍ଜନ ତ୍ରିପାଠୀ, ସହକାରୀ ଯନ୍ତ୍ରୀ ବିପିନବିହାରୀ ପ୍ରଧାନ, ଗୋଠୀ ସଂଗଠିକା ତପସ୍ୱିନୀ ନାଥ, ଅଙ୍ଗନୱାଡ଼ି କର୍ମୀ ମମତା ପାଲ, ଅନ୍ନପୂର୍ଣ୍ଣା ଦଳେଇ, ସ୍ୱୟଂପ୍ରଭା ଜେନା, ୱାର୍ଡ଼ ମେଟ ପ୍ରଭାକର ସାହୁ, ୱାର୍ଡ ସୁପରଭାଇଜର ବିଚିତ୍ର ବେହେରା, ସ୍ୱଚ୍ଛସାଥୀ ନମିତା ବରାଳଙ୍କ ସମେତ ସ୍ଥାନୀୟ ମୁରବୀ ବିଜୟ କୁମାର ପଣ୍ଡା, ଶ୍ରଦ୍ଧାନନ୍ଦ ଦାସ, ପ୍ରଭାତ କୁମାର ଦାସ, ଯୋଗେନ୍ଦ୍ର ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ସେହିଭଳି ଅନ୍ୟମାନଙ୍କ ମଧ୍ୟରେ ହୃଦାନନ୍ଦ ମହାପାତ୍ର, ରଞ୍ଜନ କୁମାର ଦାସ, ଶୁଶିଲ କୁମାର ଦଳେଇ, ଶଙ୍କର୍ଷଣ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ମିଶନଶକ୍ତି ଗ୍ରୁପର ଶତାଧିକ ମହିଳା ସଦସ୍ୟା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *