ଓଡିଶା କମ୍ପୁଟର ଏକାଡେମୀ ପକ୍ଷରୁ ରକ୍ତଦାନ ଶିବିର

ଓଡିଶା କମ୍ପୁଟର ଏକାଡେମୀ ପକ୍ଷରୁ ରକ୍ତଦାନ ଶିବିର


କଟକ(ଏନ୍‌.ଏମ୍‌.): ରକ୍ତଦାନ ଜୀବନଦାନ । ଏବେ ଚିକିତ୍ସା କ୍ଷେତ୍ରରେ ରକ୍ତର ଅଭାବ ପରିଲକ୍ଷିତ ହେଉଥିବାବେଳେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତଥା ରାଜ୍ୟସରକାରଙ୍କ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ବିପୁଳ ରକ୍ତ ସଂଗ୍ରହ କରାଯାଉଛି । ତେଣୁ ରାଜ୍ୟରେ ଦେଖାଯାଉଥିବା ରକ୍ତ ଅଭାବକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ୱେଛାସେବୀ ଅନୁଷ୍ଠାନ ବିଭିନ୍ନ ସମୟରେ ରକ୍ତଦାନ ଭଳି ଏକ ମହତ କାର୍ଯ୍ୟ ଆୟୋଜନ କରିଥାନ୍ତି । ତେବେ ଏଭଳି ମହନୀୟ କାର୍ଯ୍ୟ କରିବାକୁ ସ୍ଥାନୀୟ ଅରୁଣଦୋୟ ମାର୍କେଟ ରୁବି ପ୍ଲାଜର କମ୍ପୁଟର ଶିକ୍ଷାନୁଷ୍ଠାନ ଓଡ଼ିଶା କମ୍ପୁଟର ଏକାଡେମୀ ଅଧିକ ଗୁରୁତ ଦେଇଛି । ଏହି ଅନୁଷ୍ଠାନର ଜନ୍ମ ବାର୍ଷିକ ଉତ୍ସବ ପାଳନ ଅବସରରେ ପ୍ରତ୍ୟେକ ବର୍ଷ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରି ଆସୁଥିବାବେଳେ ବିଗତ କିଛି ବର୍ଷ ଧରି ଏପରି ରକ୍ତଦାନ ଶିବିର ଆୟୋଜନ ହେଉଛି । ଗତ ଦୁଇ ବର୍ଷ ହେବ କରୋନା ମହାମାରୀ ପାଇଁ ଏ କାର୍ଯ୍ୟକ୍ରମ ବନ୍ଦ ରଖାଯାଇଥିବାବେଳେ ଚଳିତ ବର୍ଷ କିନ୍ତୁ ବେଶ ଉତ୍ସାହର ସହିତ ପାଳନ କରାଯାଇଥିଲା । ଏହି ଶିବିରରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀ ଆସି ଖୁବ ଉତ୍ସାହର ସହିତ ରକ୍ତ ଦାନ କରିଥିଲେ । ଏହାକୁ ଓଡିଶା କମ୍ପୁଟର ଏକାଡେମୀର ପରିଚାଳନା ନିର୍ଦ୍ଦେଶକ ସୂର୍ଯ୍ୟ ନାରାୟଣ ରାଉତ ଆୟୋଜନ କରିଥିବା ବେଳେ ମୂଖ୍ୟଅତିଥି ଭାବେ କଟକ ଡିସିପି ପିନାକ ମିଶ୍ର ଏବଂ ସମ୍ମାନିତ ଅତିଥି ଭାବେ ସିଏମସି ଡେପୁଡି କମିଶନର ସଞୀବିତା ରାୟ ପ୍ରମୁଖ ଯୋଗଦେଇ ଏହି ରକ୍ତ ଦାନ ଶିବିରକୁ ଉଦ୍ଘାଟନ କରିଥିଲେ । ଅତିଥିମାନେ ପିଲାମାନଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ ରାଜ୍ୟରେ ରକ୍ତ ଅଭାବରୁ କାହାର ଜୀବନ ହାନି ନହେଉ ସେଥିପାଇଁ ସମସ୍ତେ ସଚେତନ ହେବା ପାଇଁ ଆହ୍ୱାନ ଦେଇଥିଲେ । ଏହା ସହିତ ଆଗକୁ ଏପରି ଯୁବ ପିଢ଼ିମାନେ ସ୍ୱେଛାକୃତ ଭାବେ ଆସି ଏପରି ମହତ କାର୍ଯ୍ୟରେ ନିଜକୁ ସାମିଲ କରନ୍ତୁ ବୋଲି ପରାମର୍ଶ ଦେଇଥିଲେ । ଗୋଟିଏ ରକ୍ତ ଦୁଇ ଜଣଙ୍କ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିବ ବୋଲି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରାଉତ ପ୍ରକାଶ କରିବା ସହିତ ଆଗାମୀ ଦିନରେ ଏପରି ମହତ କାର୍ଯ୍ୟ ଜାରି ରହିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଙ୍କୀ ଶାଖାର ନିର୍ଦ୍ଦେଶକ ଦେବୀଦତ୍ତ ବିଭୁତିରାୟ, ଅନୁଷ୍ଠାନର ସମସ୍ତ କର୍ମଚାରୀମାନେ ଯୋଗ ଦେଇଥିବାବେଳେ ରକ୍ତଦାନ କରିଥିବା ସମସ୍ତ ଛାତ୍ରଛାତ୍ରୀ ଏବଂ ରକ୍ତଦାତାମାନଙ୍କୁ ଧନ୍ୟବାଦ ଦେଇଥିଲା । ଏସ୍‌ସିବି ରକ୍ତ ଭଣ୍ଡାର ଏବଂ ଓଡିଶା କମ୍ପୁଟର ଏକାଡେମୀର ମିଳିତ ଉଦ୍ୟମରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ମୋଟ୍ ୧୩୦ୟୁନିଟରୁ ଉର୍ଦ୍ଧ୍ୱ ରକ୍ତ ସଂଗ୍ରହ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବାଦାମବାଡ଼ି ଥାନା ଆଇଆଇସି ରଶ୍ମୀରଞ୍ଜନ ମହାପାତ୍ର, ଓସିଏର ନିର୍ଦ୍ଦେଶକ ସୂର‌୍ୟନାରାୟନ ରାଉତଙ୍କ ଓ ଶାନ୍ତନୁ କୁମାର ସାହୁଙ୍କ ଉପସ୍ଥିତିରେ ଉଦଘାଟନ କରିଥିଲେ । ଓସିଏର ଡାଇରେକ୍ଟର ନିଜେ ପ୍ରଥମେ ରକ୍ତଦାନ କରି କାର୍ଯକ୍ରମର ଶୁଭାରମ୍ଭ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *