ଲଣ୍ଡା ହେଲେ ଅଭିନେତା ଚନ୍ଦନ କର

ଲଣ୍ଡା ହେଲେ ଅଭିନେତା ଚନ୍ଦନ କର

ଭୁବନେଶ୍ୱର(ଏନ୍‌.ଏମ୍‌.):ବର୍ତ୍ତମାନ ସମୟରେ ଓଡ଼ିଆ ଚଳଚ୍ଚିତ୍ର ନିଜର ଅସ୍ତିତ୍ୱ ହରାଇବାକୁ ବସିଲାଣି ଓ ଅନେକ ସିନେମା ହଲ୍‌ଗୁଡ଼ିକ ବନ୍ଦ ହେବାକୁ ବସିଲାଣି । ଚଳଚ୍ଚିତ୍ର ଜଗତକୁ ପୂର୍ବଭଳି ଉଜ୍ଜୀବିତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଚନ୍ଦନ କର । ଚିରାଚରିତ ଲଭ୍, ରୋମାନ୍ସ୍ ଭଳି ସିନେମାଠାରୁ ଦୂରେଇ ଓଡ଼ିଶାର ସଂସ୍କୃତି ଓ ଇତିହାସକୁ ନେଇ ଚଳଚିତ୍ର ନିର୍ମାଣ କରିବାକୁ ଉଦ୍ୟମ କରୁଛନ୍ତି ଅଭିନେତା ଚନ୍ଦନ । କିଛିଦିନ ପୂର୍ବରୁ ଓଡ଼ିଶାର ପ୍ରଥମ ଶହୀଦ ଜୟୀରାଜଗୁରୁଙ୍କ ଜୀବନ କାହାଣୀକୁ ନେଇ ‘ମହର୍ଷି’ ଶୀର୍ଷକ ଏକ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି, ଯାହା ମୁକ୍ତିଲାଭ ଅପେକ୍ଷାରେ ଅଛି ଓ ଏବେ ଓଡ଼ିଶା ଚଳଚ୍ଚିତ୍ର ଜଗତରେ ଏକ ଇତିହାସ ସୃଷ୍ଟି କଲାଭଳି ଚଳଚ୍ଚିତ୍ର କଳାପାହାଡ଼ ନିର୍ମାଣ କରିବାକୁ ଯାହଉଛନ୍ତି । ଏହି ଚଳଚ୍ଚିତ୍ରରେ ନିଜର ଚରିତ୍ରକୁ ଜୀବନ୍ତ କରିବାକୁ ଯାଇ ଅଭିନେତା ଚନ୍ଦନକୁ ଲଣ୍ଡା ହେବା ସହ ଦାଢ଼ିକୁ ବଢ଼ାଇବା ପାଇଁ ପଡ଼ିଛି । ଏହି ଚଳଚ୍ଚିତ୍ରଟି ଏସ୍‌ଡିଡି ଏଣ୍ଟରଟେନ୍‌ମେଣ୍ଟ୍ ଦ୍ବାରା ନିର୍ମିତ ହେବାକୁ ଯାଉଥିବା ଦ୍ଵିତୀୟ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରରେ ଅନ୍ୟମାନଙ୍କ ମଧ୍ୟରେ ଅଭିନେତ୍ରୀ ସ୍ନିଗ୍‌ଧା ମହାନ୍ତି, ଜୀବନ ପଣ୍ଡା, ପ୍ରତିଭା ପଣ୍ଡା, ଦେବୀ ବାରିକ, ଅଭିନବ ସିଂ, ଶ୍ରୀକୁମାର ଜେନା, ପ୍ରଶାନ୍ତ ନାୟକ, ମନୋଜ ମହାପାତ୍ର, ଅମୃତ ନନ୍ଦ, ରଞ୍ଜନ ପ୍ରମୁଖଙ୍କ ସହ ଛତିଶଗଡ଼ର ଜଣାଶୁଣା ଅଭିନୋ ଅଜୟ ପାଟିଲ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି ବି. ଶ୍ରୀବତ୍ସ, ପ୍ରଯୋଜକ ଓ ଚିତ୍ର ଉତ୍ତୋଳନ ଭାର ସମ୍ଭାଳିଛନ୍ତି ପ୍ରଦୀପ କୁମାର, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମଳୟ ମିଶ୍ର, ଗୀତିକାର ଓ ସଂଳାପ ରଚନା କରିଛନ୍ତି ଡଃ ନିର୍ମଳ ନାୟକ, କ୍ରିଏଟିଭ୍ ଡାଇରେକ୍ଟର ଭାବେ ଦେବାଶିଷ ଜେନା ଦାୟିତ୍ବ ନେଇଛନ୍ତି।

 

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *