ଭୁବନେଶ୍ୱର ବସ୍ ମାଲିକ ସଂଘର ଅଫିସ ଗୃହର ଉଦଘାଟନ

ଭୁବନେଶ୍ୱର ବସ୍ ମାଲିକ ସଂଘର ଅଫିସ ଗୃହର ଉଦଘାଟନ


ଭୁବନେଶ୍ୱର(ଏନ୍‍.ଏମ୍‍.): ଭୁବନେଶ୍ୱର ବସ୍ ମାଲିକ ସଂଘର ଅଫିସ ଗୃହ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ରୋଟାରୀ କ୍ଲବ ରୋୟାଲ ତରଫରୁ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ମଧ୍ୟ ଉଦଘାଟନ ହୋଇଥିଲା । କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ରାଜ୍ୟ ସରକାରଙ୍କର ପବ୍ଲିକ ଏଣ୍ଟରପ୍ରାଇଜ ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ବିଧାୟକ ପ୍ରଣବ ପ୍ରକାଶ ଦାସ, ରୋଟାରୀ ୩୨୬୨ର ଗଭର୍ଣ୍ଣର ଶାନ୍ତନୁ ପାଣି, ପି.ଡି.ଜି ରବି ନନ୍ଦ, ଡି.ଜି.ଏନ୍ ଜୟଶ୍ରୀ ମହାନ୍ତି, ରୋଟାରୀ କ୍ଲବ ପ୍ରେସିଡେଣ୍ଟ ଅଜୟ ପଟ୍ଟନାୟକ, ସେକ୍ରେଟାରୀ ପ୍ରତାପ ଚୌଧୁରୀ, ପବ୍ଲିକ୍ ଇମେଜ ଚେୟାର ପ୍ରଶାନ୍ତ ସାହୁ, ପି. ଡି.ଏସ୍‌.ଜି ପ୍ରସନ୍ନ ଲେଙ୍କା, ରୋଟାରୀ କ୍ଲବର ସଭ୍ୟବୃନ୍ଦ,ରୋଟାରାକ୍ଟ କ୍ଲବ ଅଫ ରୋୟାଲ ଆଣ୍ଡ ମିଲେନିୟମର ସଭ୍ୟବୃନ୍ଦ ଏବଂ ବସ୍ ମାଲିକ ସଂଘର ସଭ୍ୟମାନଙ୍କ ଉପସ୍ଥିତିରେ ସଂଘ କାର୍ଯ୍ୟାଳୟ ଓ ପାନୀୟଜଳ ପ୍ରକଳ୍ପ ଉଦ୍‍ଘାଟିତ ହୋଇଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *