ମନ୍ଦିରରେ ପୂଜା ପାଉଛନ୍ତି କୃଷକ ଦେବତା

ମନ୍ଦିରରେ ପୂଜା ପାଉଛନ୍ତି କୃଷକ ଦେବତା



ମାହାଙ୍ଗା(ଏନ୍‌.ଏମ୍‌.): ଜୟ ଯବାନ ଜୟ କିଶାନ ଏହି ଉକ୍ତିଟି ଯେତିକି ଶୁଣିବାକୁ ଭଲଲାଗେ ସେତିକି ଦୁଃଖ ଲାଗେ କାରଣ । କୃଷକ ଦେଶର ମେରୁଦଣ୍ଡ, ଭାରତ ଏକ କୃଷି ପ୍ରଧାନ ଦେଶ ହୋଇଥିବାବେଳେ ଆଜି ମଧ୍ୟ୍ୟ କୃଷକଟିଏ ଅବହେଳିତ ଓ ନିଷ୍ପେସିତ । କୃଷକ ନିଜର ଲୁହ ଲହୁ ଏକ କରି ଖାଦ୍ୟ, ବସ୍ତ୍ର, ଯୋଗାଉଥିବା ବେଳେ ମହାନ କୃଷକ କେବଳ ପୁସ୍ତକଗୁଡ଼ିକରେ ମହାନ ହୋଇ ରହିଛି । ଆମେ କହୁଛୁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଓଡ଼ିଶାର କାହିଁକି ଭାରତ ବର୍ଷର ପ୍ରଥମ କୃଷକ ମନ୍ଦିର କଥା । ବୈଶାଖ ମାସ ଶୁକ୍ଳ ପକ୍ଷ ଅକ୍ଷୟ ତୃତୀୟା ତିଥିରେ ମାହାଙ୍ଗା ଗୋକନ ମଣିଜରୀ ଗ୍ରାମରେ ଦେଶର ପ୍ରଥମ କୃଷକ ମନ୍ଦିର ଅବସ୍ଥିତ । ଆପଣମାନେ ଦେଖିଥିବେ ମନ୍ଦିରମାନଙ୍କରେ ଦେବା ଦେବୀଙ୍କ ପ୍ରତିମୃତ୍ତି ପୂଜା କରାଯାଏ କିନ୍ତୁ ଏହି ମନ୍ଦିରରେ ପୂଜା ପାଆନ୍ତି କୃଷକ ଦେବତା ଆଜି ଭଳି ପବିତ୍ର ତିଥିରେ ଏହି ମନ୍ଦିର ପରିସରରେ କୃଷକ ଦେବତାଙ୍କୁ ପୂଜା ଅର୍ଚନା କରାଯାଇ ଏହିଠାରୁ ହିଁ ଚାଷୀ ଭାଇ ଆଖି ମୁଠି ନେଇ ବିଲକୁ ଅନୁକୂଳ କରିବା ପାଇଁ ଯାଇଥାନ୍ତି । କଥାରେ ଅଛି ଚାଷ ଅଛି ଯାହାର ସିଏ ସିନା ବରସକ ପେଟ ପୋଷେ ଆମର । ଏହି ଅବସରରେ ବ୍ଲକ ଅଧ୍ୟକ୍ଷ ଦୀପକ ମଲ୍ଲିକ, ଉପାଧ୍ୟକ୍ଷ ସତ୍ୟ ନାରାୟଣ ମହାନ୍ତି ପ୍ରଭୁତି ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ରହି ପୂଜାର୍ଚନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *