ଚୌଦ୍ୱାରରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ମାରାଥନ ଶିଳାନ୍ୟାସ ଓ ଉଦ୍‌ଘାଟନ

ଚୌଦ୍ୱାରରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ମାରାଥନ ଶିଳାନ୍ୟାସ ଓ ଉଦ୍‌ଘାଟନ

ଫଟୋ- ପଦ୍ମଲୋଚନ ମିଶ୍ର

ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ଚୌଦ୍ୱାର ପୌରପାଳିକା ସମେତ ବିଭିନ୍ନ ସ୍ଥାନରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ଗୃହ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ, ପାନୀୟ ଜଳ ଓ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ୧୪କୋଟି ଟଙ୍କା ବ୍ୟୟରେ ଚୌଦ୍ୱାର ପୌରାଞ୍ଚଳରେ ପାନୀୟ ଜନ ଯୋଗାଣ ନିମନ୍ତେ ଚଷାପଡ଼ାଠାରେ ଥିବା ମହାନଦୀରୁ ସ୍ୱଚ୍ଛ ପାନୀୟ ଜଳ ପ୍ରକଳ୍ପକୁ ଲୋକାର୍ପିତ କରିଥିଲେ । ଏଥି ସହିତ ୧କୋଟି ୧୪ ଲକ୍ଷ ଟଙ୍କା ବ୍ୟୟରେ ୱାର୍ଡ଼ ନଂ.୧ ରୁ ୫ ପର୍ଯ୍ୟନ୍ତ ମୁଖ୍ୟରାସ୍ତାର ଶିଳାନ୍ୟାସ, ୩୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଚୌଦ୍ୱାର ମ୍ୟୁନିସିପାଲ ହାଇସ୍କୁଲର ନୂତନ ଗୃହର ଶୁଭ ଉଦ୍‌ଘାଟନ, ୧କୋଟି ୮୯ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ମଙ୍ଗୁଳି-ଡଗରା ସାହିକୁ ସଂଯୋଗ ପୋଲର ନୁନ୍‌ଟିକିରି ଠାରେ ଶିଳାନ୍ୟାସ, ୧୦କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଓଟିଏମ୍ ହାଇସ୍କୁଲର ପରିସରରେ ବିଜୁପଟ୍ଟନାୟକ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ୍‌ର ଶିଳାନ୍ୟାସ, କଳିଙ୍ଗ ବିଦ୍ୟାପୀଠରେ ୪୫ଲକ୍ଷ ଟଙ୍କା ବ୍ୟୟରେ ୫ଟି ଉପକ୍ରମରେ ରୂପାନ୍ତରୀକରଣ କାର୍ଯ୍ୟ, ୪୫ଲକ୍ଷ ଟଙ୍କା ବ୍ୟୟରେ ୫ଟି ଉପକ୍ରମରେ ନିଗମାନନ୍ଦ ବିଦ୍ୟାପୀଠ ପ୍ରକଳ୍ପଗୁଡ଼ିକୁ ମନ୍ତ୍ରୀ ଶ୍ରୀ ଜେନାଙ୍କ ଦ୍ୱାରା ଶିଳାନ୍ୟାସ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନନୀୟ ଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ, ପୌର ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା, ଟାଙ୍ଗୀ-ଚୌଦ୍ୱାର ବିଡ଼ିଓ ଅ।।ଶୁତୋଷ ମିଶ୍ର, ଚୌଦ୍ୱାର ନଗର ବିଜେଡ଼ି ସଭାପତି ବିଷ୍ଣୁଚରଣ ପରିଡ଼ା, କଳିଙ୍ଗ ବିଦ୍ୟାପୀଠର ଆଲୁମିନି ସମିତି ସଭାପତି ତଥା ପୂର୍ବତନ କାଉନ୍‌ସିିଲର ଶୁଭେନ୍ଦୁ ସାମଲ, ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅଧ୍ୟକ୍ଷା ଜୟଶ୍ରୀ ପ୍ରଧାନ, ପୂର୍ବତନ ପୌର ଉପାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ପୂର୍ବତନ ଉପନଗରପାଳ ଅଜୟ ବେହେରା, ଶିକ୍ଷାବିତ୍ ସୁକାନ୍ତ କୁମାର ମହାନ୍ତି, ନଗର ବିଜେଡ଼ି ଯୁବ ସଭାପତି ଅର୍ଜୁନ ପଣ୍ଡା ପ୍ରମୁଖ ଯୋଗଦେଇଥିବାବେଳେ ଜଳଯୋଗାଣ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ରାସ୍ତା ଓ ଗୃହନିର୍ମାଣ ବିଭାଗ ଅଧିକାରୀବୃନ୍ଦ ଉପସ୍ଥିତଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *