‘ଓଡ଼ିଶାରେ ଭତ୍ତା ହିତାଧିକାରୀଙ୍କୁ ୫ଶହ ଟଙ୍କା ପରିବର୍ତ୍ତେ ୧ହଜାର ଟଙ୍କା ଦେବାକୁ ଦାବି’

‘ଓଡ଼ିଶାରେ ଭତ୍ତା ହିତାଧିକାରୀଙ୍କୁ ୫ଶହ ଟଙ୍କା ପରିବର୍ତ୍ତେ ୧ହଜାର ଟଙ୍କା ଦେବାକୁ ଦାବି’

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ପଡ଼ୋଶୀ ରାଜ୍ୟ ଆନ୍ଧ୍ର ଓ ତେଲେଙ୍ଗାନାରେ ବୃଦ୍ଧ, ବିଧବା ଓ ଭିନ୍ନକ୍ଷମମାନଙ୍କୁ ୨୨୫୦ଟଙ୍କା ଭତ୍ତା ଦିଆ ଯାଉଥିବା ବେଳେ ଓଡ଼ିଶାରେ ମାତ୍ର ୫୦୦ ଟଙ୍କା ଦିଆଯିବା ଦୁର୍ଭାଗ୍ୟଜନକ ବୋଲି ଅଖିଳ ଓଡ଼ିଶା ବୃଦ୍ଧ, ବିଧବା, ଭିନ୍ନକ୍ଷମ ମହାସଂଘ ପକ୍ଷରୁ ଅଭିଯୋଗ ହୋଇଛି । ଏଥିରେ ଜଣେ ଲୋକ ଏକ ମାସ ଚଳିବା ଅସମ୍ଭବ ବୋଲି ମହାସଂଘ କହିଛି । ଏହାର ପ୍ରତିବାଦରେ ଆଜି ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ଅନୁଯାୟୀ ହିତାଧିକାରୀମାନଙ୍କୁ ସମାଜରେ ସମ୍ମାନର ସହ ବଞ୍ôଚବା ପାଇଁ ସରକାର ସାମାଜିକ ସୁରକ୍ଷା ନାମରେ ଏଭଳି ପଦକ୍ଷେପ ନେବା ସ୍ୱାଗତ ଯୋଗ୍ୟ; ମାତ୍ର ଯେଉଁ ସହାୟତା ପ୍ରଦାନ କରାଯାଉଛି ସେଥିରେ ଜଣେ ଚଳିବା କଷ୍ଟକର ବ୍ୟାପାର । ତେଣୁ ଏଇଥି ପାଇଁ ଆଜି କୁଟିଆ ଅଞ୍ଚଳର ଲୋକମାନେ ଆଜି ଆନ୍ଧ୍ର ସହ ମିଶିଯାଇଛନ୍ତି । ତଥାପି ସରକାରଙ୍କ ଆଖି ଖୋଲୁନାହିଁ । ଅନ୍ୟପକ୍ଷରେ ସମ୍ପ୍ରତି ସରକାର କରୋନା କଷଣ ପାଇଁ ସବୁ ବର୍ଗଙ୍କ ଲାଗି ନିଜ ଭଣ୍ଡାର ଖୋଲି ଦେଇଥିବାବେଳେ ଅସହାୟ ବୃଦ୍ଧ, ବିଧବା, ଭିନ୍ନକ୍ଷମମାନେ ମାସକୁ ମାତ୍ର ୫୦୦ ଟଙ୍କାରେ କେମିତି ଚଳୁଥିବେ ସେକଥା ଚିନ୍ତା ନକରିବା ଦୁର୍ଭାଗ୍ୟ ଜନକ ବୋଲି ବିକ୍ଷୋଭକାରୀମାନେ ଅଭିଯୋଗ ଆଣିଛନ୍ତି । ଏହି ପରିପ୍ରେକ୍ଷୀରେ ସମସ୍ତ ଭତ୍ତା ହିତାଧିକାରୀଙ୍କୁ କରୋନା ସାହାଯ୍ୟ ସ୍ୱରୂପ ମାସକୁ ଏକ ହଜାର ଟଙ୍କା ଏବଂ ପ୍ରତି ମାସ ଭତ୍ତା ବାବଦରେ ମାସିକ ଏକ ହଜାର ଟଙ୍କା କରିବାକୁ ଦାବି କରାଯାଇଛି । ଏ ନେଇ ଅଖିଳ ଓଡିଶା ବୃଦ୍ଧ, ବିଧବା, ଭିନ୍ନକ୍ଷମ ମହାସଂଘ ଏକତା ତରଫରୁ ଏକ ବିରାଟ ଆନ୍ଦୋଳନ କରି କଟକ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୱେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରା ଯାଇଥିଲା । ତେବେ ଦାବି ପୂରଣ ନହେଲେ ଆଗାମୀ ଦିନରେ ଏଥିପାଇଁ ବ୍ୟାପକ ଆନ୍ଦୋଳନ କରାଯିବାକୁ ଚେତାବନୀ ମଧ୍ୟ ଦିଆ ଯାଇଛି । ଅନୁଷ୍ଠାନର ସଭାପତି ବୃନ୍ଦାବନ ଦାସ ଆଜାଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବିକ୍ଷୋଭ ସମାବେଶରେ ସଞ୍ଜୟ କୁମାର ନାୟକ, ମହେନ୍ଦ୍ର ହେମ୍ବ୍ରମ, ଲକ୍ଷ୍ମଣ ମୁର୍ମୁ, ଜସ୍ମୀନ ବେଗମ, ହୀରା ମୁର୍ମୁ, ସାଧୁ ହେମ୍ବ୍ରମ, ତୁଳସୀ ସୋରେନ, ପାର୍ବତୀ ମୁର୍ମୁ, ମାତି ମୁର୍ମୁ, ଲଛମୀ ରେଡି, ରୀନା ମହାନ୍ତି ପ୍ରମୁଖ ନେତୃତ୍ୱ ନେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *