ଜିଲ୍ଲାସ୍ତରୀୟ ବଲ ବ୍ୟାଡମିଟନ ପ୍ରତିଯୋଗିତା

ଜିଲ୍ଲାସ୍ତରୀୟ ବଲ ବ୍ୟାଡମିଟନ ପ୍ରତିଯୋଗିତା


କଟକ (ଏନ୍‌.ଏମ୍‌.): କଟକ ଜଗତପୁର ଗ୍ରାମ ଖେଳ ପଡ଼ିଆରେ କଟକ ଜିଲ୍ଲା ବଲ ବ୍ୟାଡମିଟନ ସଙ୍ଘ ଏବଂ ଜଗତପୁର ବଲ ବ୍ୟାଡମିଟନ କ୍ଲବ ମିଳିତ ଆନୁକୂଲ୍ୟରେ ୧୦ତମ ଜିଲ୍ଲା ସ୍ତରୀୟ କନିଷ୍ଠ ବାଳକ/ବାଳିକା ବଲ ବ୍ୟାଡମିଟନ ପ୍ରତିଯୋଗିତା ଅନୁଷ୍ଟିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଯୋଗ ଦେଇ ଉଦଘାଟନ କରିଥିଲେ । ସଂମ୍ମାନୀୟ ଅତିଥି ଜିଲ୍ଲା ବଲ ବ୍ୟାଡମିଟନ ସଙ୍ଘ ସମ୍ପାଦକ ଅଜୟ କୁମାର ସାହୁ, ୱାର୍ଡ ନଂ ୪୮ର ବିଜେଡ଼ି ସଭାପତି ବିଜୟ ଭୂୟାଁ,ମୁଖ୍ୟବକ୍ତା ୱାର୍ଡ ନଂ ୪୯ ର ବିଜେଡ଼ି ସଭାପତି ନବ କିଶୋର ସ୍ୱାଇଁ,ମଞ୍ଚ ସଭାପତି ରମେଶ ଚନ୍ଦ୍ର ଚୌଧୁରୀ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତାରେ କଟକ ଜିଲ୍ଲାର ୮ଟି ବାଳକ ଦଳ ଓ ୪ଟି ବାଳିକା ଦଳ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ବାଳିକା ବିଭାଗରେ ଜଗତପୁର ବଲ ବ୍ୟାଡମିଟନ କ୍ଲବକୁ ୨-୧ ସେଟରେ ପରାସ୍ତ କରି ଭକ୍ତମଧୁ ବଲ ବ୍ୟାଡମିଟନ କ୍ଲବ ଚମ୍ପିୟାନ ହୋଇ ଥିବାବେଳେ ବାଳକ ବିଭାଗରେ ବିଡାନାସୀ ଜୁନିୟର କ୍ଲବକୁ ୨-୧ ସେଟରେ ପରାସ୍ତ କରି ମା ଭୁଆଶୁଣି ଜୁନିୟର କ୍ଲବ ଚମ୍ପିୟାନ ହୋଇଛି । ଉଦଯାପନୀ ଉତ୍ସବରେ ,ସଂମ୍ମାନୀୟ ଅତିଥି କଟକ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସୌଦାମିନୀ ଖାଡଙ୍ଗା,କଟକ ଜିଲ୍ଲା ବଲ ବ୍ୟାଡମିଟନ ସଂଘ ସଭାପତି ପାର୍ଥ ସାରଥୀ ସାମନ୍ତରାୟ, ମୁଖ୍ୟବକ୍ତା ଇନ୍ସପେକ୍ଟର ମନ୍ନଥ ବେହେରା, ସାଂଗଠନିକ ସମ୍ପାଦକ ରଞ୍ଜନ କୁମାର ନାୟକ, ରବିନ୍ଦ୍ର ନାଥ ପଣ୍ଡା, ପ୍ରମ୍ମୁଖ ଯୋଗ ଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ଏହି ପ୍ରତିଯୋଗିତାକୁ ଲିଙ୍ଗରାଜ ପୃଷ୍ଟି, ଏସ ଡି ରେହେମାନ, ସୁନନ୍ଦ ଭୋଇ ,ଚିତ୍ତ ରଞ୍ଜନ ପାଇକ ପରିଚାଳନା କରିଥିବାବେଳେ ଜିଲ୍ଲା ବଲ ବ୍ୟାଡମିଟନ ସଙ୍ଘର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *