ପଞ୍ଚମୁଖୀ ଗୋ-ସେବା ସଂଘ ପକ୍ଷରୁ ଜୀବେ ଦୟା କାର୍ଯ୍ୟକ୍ରମ

କଟକ(ଏନ୍‌.ଏମ୍‌.): ପଞ୍ଚମୁଖୀ ଗୋ-ସେବା ସଂଘ ପକ୍ଷରୁ ଜୀବେ ଦୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କାଜିଡିହସ୍ଥିତ ସଂଘ ପକ୍ଷରୁ କଟକ ସହରର ବିଭିନ୍ନ ସ୍ଥାନରେ ବୁଲା ଷଣ୍ଢ, ଗାଇ, ବୁଲାକୁକୁରମାନଙ୍କୁ ଖାଦ୍ୟ ପାନୀୟ ବିତରଣ କରାଯାଇଥିଲା । ବିଶେଷ କରି ସମ୍ପ୍ରତି କରୋନା ସଂକ୍ରମଣ ଯୋଗୁଁ ଲକ୍‌ଡାଉନ ଓ ସର୍ଟଡାଉନ ସମୟରେ ବୁଲା ପଶୁମାନଙ୍କୁ ଆବଶ୍ୟକ ଖାଦ୍ୟ ମିଳୁନଥିବାବେଳେ ଅନୁଷ୍ଠାନ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଆଗାମୀ ଦିନରେ ଏହି କାର୍ଯ୍ୟ ଜାରି ରହିବ ବୋଲି ସଂଘ ସଭାପତି ପ୍ରବୀର କୁମାର ନାୟକ, ସମାଜସେବୀ ମନୋଜ ବସନ୍ତରାୟ, ପଶୁପ୍ରେମୀ ବିନୋଦ ରେଡ୍ଡି, ବିକ୍ରମ ରେଡ୍ଡି, ଧରଣୀଧର ଦାସ, ବିଜୟ କୁମାର ଦାସ, ଲଳିତେନ୍ଦୁ କେଶରୀ ରାୟ, ସତ୍ୟଜିତ ଭୋଇ ପ୍ରମୁଖ ପ୍ରକାଶ କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *